କେଜ୍ରିୱାଲଙ୍କ ଗିରଫ ପ୍ରସଙ୍ଗରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ବିବାଦୀୟ ମନ୍ତବ୍ୟ, ଦୂତାବାସକୁ ସମନ ଜାରି କଲା ଭାରତ

The Sakala Picture
Published On

ନୁଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଇଡି ହେପାଜତରେ ରହିଛନ୍ତି। ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କୁ ଜେରା କରୁଛି। ତେବେ ଏହାରି ମଧ୍ୟରେ ଜର୍ମାନୀ ଭାରତର ଏହି ଆଭ୍ୟନ୍ତରୀଣ ବିଷୟ ଉପରେ ମନ୍ତବ୍ୟ ଦେଇଛି। କେଜ୍ରିୱାଲଙ୍କ ଗିରଫ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଆମେ […]

ନୁଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଇଡି ହେପାଜତରେ ରହିଛନ୍ତି। ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କୁ ଜେରା କରୁଛି। ତେବେ ଏହାରି ମଧ୍ୟରେ ଜର୍ମାନୀ ଭାରତର ଏହି ଆଭ୍ୟନ୍ତରୀଣ ବିଷୟ ଉପରେ ମନ୍ତବ୍ୟ ଦେଇଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

କେଜ୍ରିୱାଲଙ୍କ ଗିରଫ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ। ମାମଲାର ନିରପେକ୍ଷ ଶୁଣାଣି ହେବ ଏବଂ କେଜ୍ରିୱାଲଙ୍କୁ ନିଜର ପକ୍ଷ ରଖିବାର ସୁଯୋଗ ପ୍ରଦାନ କରାଯିବ। କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ନ୍ୟାୟ ପ୍ରଣାଳୀ ପାଇଁ ଅପରିହାର୍ଯ୍ୟ ବୋଲି ଜର୍ମାନୀ ବିଦେଶ ମନ୍ତ୍ରଣାଳୟ କହିଥିଲା।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ତେବେ ଭାରତର ଏହି ଆଭ୍ୟନ୍ତରୀଣ ବିଷୟ ଉପରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ବୟାନ ପରେ ଭାରତ ନିଜର ଆପତ୍ତି ଜଣାଇବା ସହିତ ଜର୍ମାନୀ ଦୂତାବାସର ଉପ-ପ୍ରମୁଖଙ୍କୁ ସମନ ଜାରି କରିଛି। ବିଦେଶ ମନ୍ତ୍ରାଳୟ ନିଜ ବୟାନରେ କହିଛି, ନୂଆଦିଲ୍ଲୀରେ ଆଜି ଜର୍ମାନ ମିଶନର ଉପ-ପ୍ରମୁଖଙ୍କୁ ଡକାଯାଇଥିଲା । ଆଉ ଆମର ଅନ୍ତରୀଣ ମାମଲାରେ ଟିପ୍ପଣୀ କରିବାକୁ ନେଇ ଆପତ୍ତି ଜଣାଯାଇଥିଲା। ଭାରତ କହିଛି ଜର୍ମାନୀର ମନ୍ତବ୍ୟ ଭାରତୀୟ ନ୍ୟାୟପ୍ରଣାଳୀରେ ହସ୍ତକ୍ଷେପ କରିବା ଭଳି। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ଏପରି ମନ୍ତବ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାର ସ୍ବତନ୍ତ୍ରତାକୁ ପ୍ରଭାବିତ କରିବା ଭଳି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ ହେଉଛି ଆଇନର ଶାସନ ଚାଲୁଥିବା ଏକ ଜୀବନ୍ତ ଓ ମଜଭୁତ୍ ଗଣତନ୍ତ୍ର । ବିଶ୍ୱର ଅନ୍ୟ ସମସ୍ତ ସ୍ଥାନରେ ଆଇନ୍ ଓ ଗଣତନ୍ତ୍ର ଯେଉଁଭଳି କାମ କରେ, ସେହିଭଳି ଏଠାରେ ମଧ୍ୟ ଆଇନ୍ କାନୁନ୍ ତତ୍କାଳ ପ୍ରଭାବରେ କାମ କରିବ । ଏ ସମ୍ପର୍କରେ ପକ୍ଷପାତପୂର୍ଣ୍ଣ ଧାରଣା ଅନୁଚିତ୍।

23 Mar 2024 By The Sakala

କେଜ୍ରିୱାଲଙ୍କ ଗିରଫ ପ୍ରସଙ୍ଗରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ବିବାଦୀୟ ମନ୍ତବ୍ୟ, ଦୂତାବାସକୁ ସମନ ଜାରି କଲା ଭାରତ

ନୁଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଇଡି ହେପାଜତରେ ରହିଛନ୍ତି। ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କୁ ଜେରା କରୁଛି। ତେବେ ଏହାରି ମଧ୍ୟରେ ଜର୍ମାନୀ ଭାରତର ଏହି ଆଭ୍ୟନ୍ତରୀଣ ବିଷୟ ଉପରେ ମନ୍ତବ୍ୟ ଦେଇଛି।

କେଜ୍ରିୱାଲଙ୍କ ଗିରଫ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ। ମାମଲାର ନିରପେକ୍ଷ ଶୁଣାଣି ହେବ ଏବଂ କେଜ୍ରିୱାଲଙ୍କୁ ନିଜର ପକ୍ଷ ରଖିବାର ସୁଯୋଗ ପ୍ରଦାନ କରାଯିବ। କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ନ୍ୟାୟ ପ୍ରଣାଳୀ ପାଇଁ ଅପରିହାର୍ଯ୍ୟ ବୋଲି ଜର୍ମାନୀ ବିଦେଶ ମନ୍ତ୍ରଣାଳୟ କହିଥିଲା।

ତେବେ ଭାରତର ଏହି ଆଭ୍ୟନ୍ତରୀଣ ବିଷୟ ଉପରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ବୟାନ ପରେ ଭାରତ ନିଜର ଆପତ୍ତି ଜଣାଇବା ସହିତ ଜର୍ମାନୀ ଦୂତାବାସର ଉପ-ପ୍ରମୁଖଙ୍କୁ ସମନ ଜାରି କରିଛି। ବିଦେଶ ମନ୍ତ୍ରାଳୟ ନିଜ ବୟାନରେ କହିଛି, ନୂଆଦିଲ୍ଲୀରେ ଆଜି ଜର୍ମାନ ମିଶନର ଉପ-ପ୍ରମୁଖଙ୍କୁ ଡକାଯାଇଥିଲା । ଆଉ ଆମର ଅନ୍ତରୀଣ ମାମଲାରେ ଟିପ୍ପଣୀ କରିବାକୁ ନେଇ ଆପତ୍ତି ଜଣାଯାଇଥିଲା। ଭାରତ କହିଛି ଜର୍ମାନୀର ମନ୍ତବ୍ୟ ଭାରତୀୟ ନ୍ୟାୟପ୍ରଣାଳୀରେ ହସ୍ତକ୍ଷେପ କରିବା ଭଳି। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ଏପରି ମନ୍ତବ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାର ସ୍ବତନ୍ତ୍ରତାକୁ ପ୍ରଭାବିତ କରିବା ଭଳି।

ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ ହେଉଛି ଆଇନର ଶାସନ ଚାଲୁଥିବା ଏକ ଜୀବନ୍ତ ଓ ମଜଭୁତ୍ ଗଣତନ୍ତ୍ର । ବିଶ୍ୱର ଅନ୍ୟ ସମସ୍ତ ସ୍ଥାନରେ ଆଇନ୍ ଓ ଗଣତନ୍ତ୍ର ଯେଉଁଭଳି କାମ କରେ, ସେହିଭଳି ଏଠାରେ ମଧ୍ୟ ଆଇନ୍ କାନୁନ୍ ତତ୍କାଳ ପ୍ରଭାବରେ କାମ କରିବ । ଏ ସମ୍ପର୍କରେ ପକ୍ଷପାତପୂର୍ଣ୍ଣ ଧାରଣା ଅନୁଚିତ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର