ମାଟିରେ ମିଶିଯିବ କି ଯୋଶୀମଠର ଅସ୍ତିତ୍ୱ ! ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଘର ଛାଡିବାକୁ ଅମଙ୍ଗ ସ୍ଥାନୀୟ ବାସିନ୍ଦା

The Sakala Picture
Published On

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ଦେବଭୂମି ଭାବେ ପରିଚିତ ଯୋଶୀମଠ ସହର । ସହରରେ ଜମି ଦବିବା ସହ ଶହ ଶହ ଘର, ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ଫାଟ ସୃଷ୍ଟି ହୋଇଛି । ଚାରିଆଡେ ମାଟି, ଘରଦ୍ୱାର ଭାଙ୍ଗିଯାଉଥିବାରୁ ଲୋକେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ନେଇ ଚିନ୍ତାରେ ଅଛନ୍ତି । ଲୋକଙ୍କ ଘର, ରାସ୍ତା ଜମି ସବୁ ଫାଟି ଆଁ କରିଛି । ଏପରିକି ମଠ ମନ୍ଦିର ଅଧିକ ପ୍ରଭାବିତ ହୋଇଛି । ସେଠାରେ ଥିବା […]

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ଦେବଭୂମି ଭାବେ ପରିଚିତ ଯୋଶୀମଠ ସହର । ସହରରେ ଜମି ଦବିବା ସହ ଶହ ଶହ ଘର, ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ଫାଟ ସୃଷ୍ଟି ହୋଇଛି । ଚାରିଆଡେ ମାଟି, ଘରଦ୍ୱାର ଭାଙ୍ଗିଯାଉଥିବାରୁ ଲୋକେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ନେଇ ଚିନ୍ତାରେ ଅଛନ୍ତି । ଲୋକଙ୍କ ଘର, ରାସ୍ତା ଜମି ସବୁ ଫାଟି ଆଁ କରିଛି । ଏପରିକି ମଠ ମନ୍ଦିର ଅଧିକ ପ୍ରଭାବିତ ହୋଇଛି । ସେଠାରେ ଥିବା ଶଙ୍କରାଚାର୍ଯ୍ୟଙ୍କ ମଠ ମଧ୍ୟ ଫାଟିଯାଇଛି । କେବଳ ଏତିକି ନୁହେଁ ସେଠିକାର ଏକ ମନ୍ଦିରରେ ଥିବା ଶିବଲିଙ୍ଗରେ ମଧ୍ୟ ଫାଟ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଯୋଶୀମଠରେ ମାଟି ଧସୁଥିଲେ ମଧ୍ୟ ଅନେକ ଲୋକ ନିଜ ଅସୁରକ୍ଷିତ ଘର ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ୍ ସାନ୍ଧୁ ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସାନ୍ଧୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଜିଲ୍ଲା ପ୍ରଶାସନ ନାଲି ରଙ୍ଗ ସହ ୨୦୦ ରୁ ଅଧିକ ଅସୁରକ୍ଷିତ ଘରକୁ ଚିହ୍ନଟ କରିଛି । ଏହି ସବୁ ଘରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ରିଲିଫ୍ ସେଣ୍ଟରକୁ ନତୁବା ଭଡା ଘରକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଏଥିପାଇଁ ପ୍ରତ୍ୟେକ ପରିବାରକୁ ଆସନ୍ତା ୬ ମାସ ପାଇଁ ରାଜ୍ୟ ସରକାରଙ୍କ ଠାରୁ ମାସିକ ୪୦୦୦ ଟଙ୍କା ସହାୟତା ଦିଆଯିବ । ଚାମୋଲି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୁଲେଟିନ୍ ଅନୁଯାୟୀ ଯୋଶୀମଠରେ ସୋମବାର ଆଉ ୬୮ଟି ଘରେ ଫାଟ ଦେଖିବାକୁ ମିଳିଛି । ଫଳରେ ଜମି ଧସିବା ଯୋଗୁଁ ପ୍ରଭାବିତ ଘର ସଂଖ୍ୟା ୬୬୮କୁ ବୃଦ୍ଧି ପାଇଥିବାବେଳେ ଆଉ ୨୭ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଏଥିରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୮୨ ପରିବାରକୁ ସହରର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବଳର କର୍ମଚାରୀମାନଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁଖ୍ୟ ଶାସନ ସଚିବ ସାନ୍ଧୁ ରାଜ୍ୟ ସଚିବାଳୟର ଅଧିକାରୀଙ୍କ ସହ ଏକ ବୈଠକରେ ଯୋଶୀମଠ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଲୋକଙ୍କୁ ବିପଦସଙ୍କୁଳ ଘରୁ ସ୍ଥାନାନ୍ତର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଫାଟ ଦେଖା ଦେଇଥିବା ଘରଗୁଡିକ ତୁରନ୍ତ ଭାଙ୍ଗି ଦିଆଯାଉ ଯାହା ଫଳରେ ଆଉ କୌଣସି କ୍ଷତି ନହୁଏ। ଭଙ୍ଗା ପାନୀୟ ଜଳ ପାଇପଲାଇନ ଏବଂ ସ୍ୱେରେଜ୍ ଲାଇନକୁ ମଧ୍ୟ ତୁରନ୍ତ ମରାମତି କରାଯିବ । କାରଣ ଏହା ପ୍ରଭାବିତ ଅଞ୍ଚଳରେ ଆହୁରି ଜଟିଳ ସମସ୍ୟା ସୃଷ୍ଟି କରିପାରେ ବୋଲି ଅଧିକାରୀ କହିଛନ୍ତି।

ବଡ଼ ବିପଦ ସତ୍ତ୍ୱେ ପ୍ରଭାବିତ ଅଞ୍ଚଳରେ ରହୁଥିବା ଅନେକ ଲୋକ ନିଜ ଘର ପ୍ରତି ମୋହ ତୁଟାଇ ପାରୁନାହାଁନ୍ତି । ସେମାନେ ନିଜ ଘର ଛାଡ଼ି ଯିବାକୁ ଅମଙ୍ଗ ହୋଇଛନ୍ତି । ଯେଉଁମାନେ ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି ସେମାନେ ବିପଦରେ ଥିବା ସେମାନଙ୍କର ଖାଲି ଘର ଦେଖିବା ପାଇଁ ପୁଣି ଫେରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର