ମଣିପୁରରେ ଥମୁନି ହିଂସା: ଗୁଳିକାଣ୍ଡରେ ଗୀତିକାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

The Sakala Picture
Published On

ଇମ୍ଫାଲ: କିଛି ଦିନର ବ୍ୟବଧାନରେ ପୁଣିଥରେ ମଣିପୁରରେ ହିଂସା ବ୍ୟାପିଛି। ମେଇତି ଏବଂ କୁକି ସଂପ୍ରଦାୟ ମଧ୍ୟରେ ପୁଣି ହିଂସା ସୃଷ୍ଟି ହେବା ସହିତ ଗୁରୁବାର ସାନି ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗୀତିକାର ରହିଛନ୍ତି। ଗତ ମଙ୍ଗଳବାର ଠାରୁ ଦୁଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ମଙ୍ଗଳବାର ବିଷ୍ଣୁପୁର ଏବଂ ଚୁରାଚନ୍ଦ୍ରପୁର ଜିଲ୍ଲା ସୀମାରେ ଏହି ଦୁଇ ସଂପ୍ରଦାୟ ମୁହାଁମହିଁ […]

ଇମ୍ଫାଲ: କିଛି ଦିନର ବ୍ୟବଧାନରେ ପୁଣିଥରେ ମଣିପୁରରେ ହିଂସା ବ୍ୟାପିଛି। ମେଇତି ଏବଂ କୁକି ସଂପ୍ରଦାୟ ମଧ୍ୟରେ ପୁଣି ହିଂସା ସୃଷ୍ଟି ହେବା ସହିତ ଗୁରୁବାର ସାନି ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗୀତିକାର ରହିଛନ୍ତି। ଗତ ମଙ୍ଗଳବାର ଠାରୁ ଦୁଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇସାରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମଙ୍ଗଳବାର ବିଷ୍ଣୁପୁର ଏବଂ ଚୁରାଚନ୍ଦ୍ରପୁର ଜିଲ୍ଲା ସୀମାରେ ଏହି ଦୁଇ ସଂପ୍ରଦାୟ ମୁହାଁମହିଁ ହୋଇଥିଲେ। ଯାହାକୁ ନେଇ ବିଷ୍ଣୁପୁର ଜିଲ୍ଲାର ଖୋଇରେଣ୍ଟକ ତଲହଟି ଏବଂ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗଫେଇ ଏବଂ ଖୋସାବୁଙ୍ଗ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା।ଏହି ଘଟଣାରେ କିଛି ଲୋକ ଆହତ ହୋଇଥିଲେ ହେଁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ଗୁରୁବାର ପୁଣି ହିଂସା ଘଟିବା ସହିତ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବାରୁ ମଣିପୁର ସ୍ଥିତି ପୁଣିଥରେ ଗମ୍ଭୀର ହେବାରେ ଲାଗିଛି। ତେବେ ସ୍ଥିତି ମୁକାବିଲା ପାଇଁ ବିଭିନ୍ନ ଉତ୍ତେଜନା ପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର