ହ୍ବିଲ ଚେୟାରରେ ବସି ଦିଦିଙ୍କ ରୋଡ ଶୋ’, କହିଲେ ବାଘୁଣୀ ଘାଇଲା ହେଲେ ଅଧିକ ବିପଦଜ୍ଜନକ ହୋଇଥାଏ

The Sakala Picture
Published On

କଲକାତା : ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିଛନ୍ତି ଦିଦି । ହ୍ବିଲ ଚେୟାରରେ ବସି ମମତା ଗାନ୍ଧୀ ମୂର୍ତ୍ତି ଠାରୁ ହାଜରା ପର୍ଯ୍ୟନ୍ତ ରୋଡ ଶୋ’ କରିଛନ୍ତି  ।  ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଆଘାତ ପାଇଛି ଏବଂ ଅସୁସ୍ଥ ଅଛି, କିନ୍ତୁ […]

କଲକାତା : ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିଛନ୍ତି ଦିଦି । ହ୍ବିଲ ଚେୟାରରେ ବସି ମମତା ଗାନ୍ଧୀ ମୂର୍ତ୍ତି ଠାରୁ ହାଜରା ପର୍ଯ୍ୟନ୍ତ ରୋଡ ଶୋ’ କରିଛନ୍ତି  ।  ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଆଘାତ ପାଇଛି ଏବଂ ଅସୁସ୍ଥ ଅଛି, କିନ୍ତୁ ମୋର ଲକ୍ଷ୍ୟ ସ୍ଥିର ରହିଛି। ମୋ ଦେହରେ ଆଘାତ ଲାଗିଥିଲେ ମଧ୍ୟ ମୁଁ ଏହି ହୁଇଲଚେୟାରରେ ପଶ୍ଚିମବଙ୍ଗ ବୁଲିବା ଜାରି ରଖିବି। ଯଦି ମୁଁ ଶଯ୍ୟାରେ ବିଶ୍ରାମ ନେବି, ତେବେ ପଶ୍ଚିମବଙ୍ଗବାସୀଙ୍କ ନିକଟରେ କିଏ ପହଞ୍ଚିବ? ମୁଁ କେବେ କି ନଇଁବି ନାହିଁ। ମନେ ରଖ, ଜଣେ ଆଘାତ ପାଇଥିବା ବାଘୁଣୀ ବହୁତ ବିପଦଜ୍ଜନକ ହୋଇଥାଏ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ରୋଡ ସୋ ପରେ ଦିଦି ହଜରାରେ ପହଞ୍ଚିବା ପରେ ମମତା ବାନାର୍ଜୀ ପୁଣି ଥରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଦିଦି କହିଛନ୍ତି, ‘ବିଜେପି ବେଙ୍ଗଲରେ ଶସ୍ତା ରାଜନୀତି କରୁଛି । ଜନତା ଏହାର ଜବାବ ଭୋଟ ମାଧ୍ୟମରେ ଦେବେ । ଆସନ୍ତା ନିର୍ବାଚନରେ ଟିଏମ୍‌ସି ପୁଣି ଥରେ ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବ। ଆମେ ନିର୍ଭିକ ହୋଇ ଲଢିବୁ । ମୁଁ ଏବେ ବି ଯନ୍ତ୍ରଣାରେ ଅଛି, ହେଲେ ମୋତେ ନିଜ ଲୋକଙ୍କ କଷ୍ଟ ବି ଅଧିକ ଅନୁଭୂତ ହେଉଛି । ନିଜ ଜୀବନ ରକ୍ଷା କରିବା ପାଇଁ ଏହି ଲଢେଇରେ ଆମକୁ କ୍ଷତି ହୋଇଛି । ହେଲେ ବି ଆମେ ନଇଁବୁ ନାହିଁ ବୋଲି କହିଛନ୍ତି ଦିଦି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର