ମହାରାଷ୍ଟ୍ର ମହାନାଟକର ମୁଖ୍ୟନାୟକ ଏକନାଥ ସିନ୍ଧେ: ବିଶ୍ବସ୍ତରୁ କେମିତି ହେଲେ ବିଦ୍ରୋହୀ…

The Sakala Picture
Published On

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏକନାଥଙ୍କ ପାଇଁ ଆଜି ମହାରାଷ୍ଟ୍ରର ମହାଅଘାଡି ସରକାର ଭୁଷୁଡ଼ିବାକୁ ବସିଛି। ନିଜ ଦଳରେ ବିଦ୍ରୋହ କରି ଏକନାଥ ୨୧ ଶିବସେନା ବିଧାୟକଙ୍କ ସହ ସୁରତ ଫେରାର ହୋଇଯାଇଥିଲା ବେଳେ ସେଠାରୁ ଗତକାଲି ଗୌହାଟୀ ପହଞ୍ଚିଥିଲେ। ପରେ ପରେ ଆଉ କିଛି ଦଳୀୟ ବିଧାୟକ ମଧ୍ୟ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ। ବର୍ତ୍ତମାନ ମହାବିକାଶ ଅଘାଡ଼ି ସରକାରରେ ଶିବସେନାର ୫୫ ବିଧାୟକ […]

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏକନାଥଙ୍କ ପାଇଁ ଆଜି ମହାରାଷ୍ଟ୍ରର ମହାଅଘାଡି ସରକାର ଭୁଷୁଡ଼ିବାକୁ ବସିଛି। ନିଜ ଦଳରେ ବିଦ୍ରୋହ କରି ଏକନାଥ ୨୧ ଶିବସେନା ବିଧାୟକଙ୍କ ସହ ସୁରତ ଫେରାର ହୋଇଯାଇଥିଲା ବେଳେ ସେଠାରୁ ଗତକାଲି ଗୌହାଟୀ ପହଞ୍ଚିଥିଲେ। ପରେ ପରେ ଆଉ କିଛି ଦଳୀୟ ବିଧାୟକ ମଧ୍ୟ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ। ବର୍ତ୍ତମାନ ମହାବିକାଶ ଅଘାଡ଼ି ସରକାରରେ ଶିବସେନାର ୫୫ ବିଧାୟକ ରହିଥିଲା ବେଳେ ତାଙ୍କ ନିକଟରେ ଏବେ ୪୬ ବିଧାୟକଙ୍କ ସମର୍ଥନ ରହିଛି ଏବଂ ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଏକନାଥ କହିଛନ୍ତି। ଏପରିକି ସେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଚିଠି ଲେଖି ସେ ହିଁ ଶିବସେନା ବିଧାୟକ ଦଳର ନେତା ବୋଲି ଦାବି କରିଛନ୍ତି। ଫଳରେ ମହାରାଷ୍ଟ୍ରର ଉଦ୍ଧବ ସରକାର ଏବେ ଭୁଷୁଡ଼ି ଯିବାକୁ ବସିଛି। ମୁଖ୍ୟମନ୍ତ୍ରୀ ଅନ୍ୟ ବିଧାୟକମାନଙ୍କୁ ଡକାଇ ବୈଠକ କରିବା ସହିତ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ସବୁକିଛି ଓଲଟପାଲଟ ହୋଇଯାଇଛି। ତେବେ ଏକଦା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅତ୍ୟନ୍ତ ବିଶ୍ବସ୍ତ ରହିଥିବା ଏବଂ ମହାଅଘାଡି ସରକାରର ‘କ୍ରାଇସିସ୍‌ ମ୍ୟାନେଜର’ ଭାବେ ପରିଚିତ ଥିବା ଏକନାଥ ସିନ୍ଧେ ନିଜ ମୁରବୀଙ୍କ ବିରୋଧରେ କିଭଳି ଏମିତି ବିଦ୍ରୋହ କଲେ ଏବଂ ଏହାର କାରଣ କ’ଣ ବୋଲି ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅଟୋ ଚାଳକରୁ ନେତା…
ଏକନାଥ ସିନ୍ଧେ କେବଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିଶ୍ବସ୍ତ ନଥିଲେ ବରଂ ବିଗତ ୪୦ ବର୍ଷ ଧରି ଶିବସେନାର ଜଣେ ଅକୁଣ୍ଠଚିତ ଅନୁଗାମୀ ଥିଲେ। ମାଟ୍ରିକ ପାସ୍‌ କରିନଥିବା ଏକନାଥ ସ୍କୁଲ ଛାଡି ଅଟୋ ଚଳାଉଥିଲେ। ତେବେ ୧୯୮୦ ମସିହାରେ ଶିବସେନାରେ ଜଣେ ପ୍ରାଥମିକ ସଦସ୍ୟ ଭାବେ ସେ ଦଳରେ ଯୋଗ ଦେଇ ଥାନେ କିଶନ ନଗର ଶାଖା ପ୍ରମୁଖ ହୋଇଥିଲେ। ସେତେବେଳେ ଥାନେ ଜିଲ୍ଲା ପ୍ରମୁଖ ଥିଲେ ଆନନ୍ଦ ଦିଘେ। ଏକନାଥଙ୍କ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟି ପ୍ରକାଶ କରି ଆନନ୍ଦ ଏକନାଥଙ୍କୁ ଅଧିକ ପ୍ରୋତ୍ସାହନ ଦେଇଥିଲେ। ପରେ ପରେ ୨୦୦୦ରେ ଏକନାଥ କର୍ପୋରେଟର ହୋଇଥିଲେ। ଏହି ସମୟରେ ସେ ବାଲା ସାହେବ ଠାକରେଙ୍କ ସହ ମଧ୍ୟ ଘନିଷ୍ଠ ରହିଥିଲେ।

ତେବେ ପରବର୍ତ୍ତୀ ସମୟରେ ଏକନାଥଙ୍କ ତିନୋଟି ସନ୍ତାନ ମଧ୍ୟରୁ ଦୁଇ ଜଣ ବୁଡ଼ି ପ୍ରାଣ ହାରାଇବା ପରେ ଏକନାଥ ନିଜର ମାନସିକ ଭାରସାମ୍ୟ ହରାଇଥିଲେ। ଏପରିକି ସେ ଦୁଃଖ ସହି ନପାରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କର ନିକଟତମ ଦଳୀୟ ହିତୈଶୀ ଭାବେ ଆନନ୍ଦ ତାଙ୍କୁ ଦଳରେ ବିଭିନ୍ନ ଦାୟିତ୍ବ ଦେଇ ତାଙ୍କ ମନରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଥିଲେ। ପରେ ପରେ ଏକନାଥଙ୍କୁ ଥାନେ ପୌର ମହାନଗର ନିଗମର ଦଳୀୟ ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ୨୦୦୧ରେ ଆନନ୍ଦଙ୍କ ଅଚାନକ ମୃତ୍ୟୁ ହେବା ପରେ ଥାନେ ଜିଲ୍ଲାର ସମ୍ପୂର୍ଣ୍ଣ ଦାୟିତ୍ବ ଏକନାଥଙ୍କ ଉପରେ ପଡ଼ିଥିଲା। ଦଳ ପ୍ରତି ଏକନାଥଙ୍କ ନିଷ୍ଠା ଏବଂ ସାମାଜିକ ସ୍ତରରେ ତାଙ୍କର ବଢୁଥିବା ପ୍ରତିପତିକୁ ନେଇ ଶିବସେନା ତାଙ୍କୁ ୨୦୦୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ସେ ଏହି ନିର୍ବାଚନରେ ବହୁମତ ସହ ବିଜୟ ଲାଭ କରିଥିଲା ବେଳେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ତାଙ୍କର ପ୍ରତିପତି ବୃଦ୍ଧି ପାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

୨୦୦୫ରେ ରାଜ ଠାକରେ ଏବଂ ନାରାୟାଣ ରାଣେଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଶିବସେନାରେ ଫାଟ ସୃଷ୍ଟି କରିଥିଲେ ହେଁ ଏକନାଥଙ୍କ ଯୋଗୁଁ ଥାନେ ଜିଲ୍ଲାର ଦଳୀୟ ସ୍ଥିତି ଅତୁଟ ରହିଥିଲା। ୨୦୦୯ନିର୍ବାଚନରେ ମଧ୍ୟ ଏକନାଥ ବିଜୟୀ ହୋଇଥିଲେ। ଏହାପରେ ଏସ ଜୁନିୟର ଠାକରେ ଭାବେ ଉଦ୍ଧବଙ୍କ ଅତ୍ୟନ୍ତ ଘନିଷ୍ଠ ହେବାରେ ଲାଗିଥିଲେ। ପରେ ପରେ ୨୦୧୪ରେ ଏକନାଥ ପୁଣିଥରେ ନିର୍ବାଚନରେ ବିଜୟୀ ହୋଇ ବିରୋଧୀ ଦଳର ନେତା ହୋଇଥିଲେ। ସେତେବେଳେ ମହାରାଷ୍ଟ୍ରରେ ବିଜେପି ସରକାର ଥିଲା ଏବଂ ଦେବେନ୍ଦ୍ର ଫଡ଼ନଭିସ ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ହିଁ ଏହିକ୍ରମରେ ବ୍ୟତିକ୍ରମ ଆଣିଥିଲା। ସେତେବେଳେ ବିଜେପି ଏବଂ ଶିବସେନା ମିଳିତ ଭାବେ ନିର୍ବାଚନ ଲଢିଥିଲେ ହେଁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଉଦ୍ଧବ ଠାକରେ ବିଜେପି ଠାରୁ ଦୂରେଇ ଯାଇ ଏନସିପି ଏବଂ କଂଗ୍ରେସ ଦଳର ହାତ ଧରିଥିଲେ। କିନ୍ତୁ ଉଦ୍ଧବଙ୍କ ଏହି ନିଷ୍ପତ୍ତି ଏକନାଥଙ୍କ ପାଇଁ ଆଦୌ ଗ୍ରହଣୀୟ ନଥିଲା। ସେ ଏହି ସମୟରେ ଉଦ୍ଧବଙ୍କୁ ବିରୋଧ କରିଥିଲେ ହେଁ ତାଙ୍କ ପ୍ରସ୍ତାବକୁ ଉଦ୍ଧବ ଗ୍ରହଣ କରିନଥିଲେ। ପରେ ପରେ ଏକନାଥ ମନ୍ତ୍ରୀ ପଦ ପାଇଥିଲେ ବି ଶିବସେନାର ମୂଳ ଆଧାରକୁ ନେଇ ତାଙ୍କ ମନରେ ଅସନ୍ତୋଷ ରହିଆସିଥିଲା।

ଶିବସେନା ହିନ୍ଦୁତ୍ବ ଭାବନାରୁ ଦୂରେଇ ଯାଉଥିବା ଏକନାଥ ଅନୁଭବ କରିଥିଲେ। ତେବେ କିଛି ମାସ ଧରି ଦଳରେ ଆଦିତ୍ୟ ଠାକରେଙ୍କ ବଢୁଥିବା ପ୍ରତିପତି ଏବଂ ବହୁ ବରିଷ୍ଠ ନେତାଙ୍କୁ ତାଙ୍କର ଅଣଦେଖା ଏକନାଥଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ଖେରାକ୍‌ ଯୋଗାଇଥିଲା। ଯାହାର ପ୍ରତିଫଳନ ନିକଟରେ ଶେଷ ହୋଇଥିବା ବିଧାନସଭା ପରିଷଦ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏଥିରେ କେବଳ ଏକନାଥ ନୁହନ୍ତି ବରଂ ତାଙ୍କ ସହ ଅସନ୍ତୁଷ୍ଟ ରହିଥିବା ଅନ୍ୟ କିଛି ବିଧାୟକ ମଧ୍ୟ କ୍ରସଭୋଟିଂ କରି ବିଜେପିକୁ ଫାଇଦା ଦେଇଥିବା କୁହାଯାଇଥିଲା। ଆଉ ଶେଷରେ ୪୬ ବିଧାୟକଙ୍କୁ ନିଜ ସପକ୍ଷରେ ନେଇ ଏକନାଥ ଉଦ୍ଧବ ସରକାରଙ୍କ ବିରୋଧରେ ବିଦ୍ରୋହର ରେଖା ଟଣାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର