ଇଲେକ୍ଟୋରଲ ବଣ୍ଡ୍ରେ ରାଜନୈତିକ ଦଳଙ୍କୁ ଚାନ୍ଦା, ‘ଲଟେରୀ ମାର୍ଟିନ୍’ ଦେଇଛି ୧୩୬୧ କୋଟି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇଲେକ୍ଟୋରାଲ ବଣ୍ଡ୍ କ୍ରୟ କରିଥିବା ସଂସ୍ଥାଗୁଡ଼ିକର ନାମ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ। ୭୬୩ ପୃଷ୍ଠାର ଏହି ସୂଚୀରେ ଦେଶର ମାତ୍ର ଗୋଟିଏ କମ୍ପାନୀ ୧ ହଜାର କୋଟିରୁ ଊଦ୍ଧ୍ୱର୍ ଇଲେକ୍ଟୋରାଲ ବଣ୍ଡ ଖରିଦ କରିଥିବା ସୂଚନା ରହିଛି। ୨୦୧୯ ଏପ୍ରିଲ ୧୨ ତାରିଖରୁ ୨୦୨୪ ଜାନୁଆରୀ ୧୧ ତାରିଖ ମଧ୍ୟରେ ଲଟେରୀ କାରବାର କରୁଥିବା ମାର୍ଟିନ୍ ସେଣ୍ଟିଆଗୋ ନାମକ ଜଣେ ବ୍ୟକ୍ତି ବିଭିନ୍ନ ରାଜନୈତିକ ଦଳକୁ ରାଜନୈତିକ ଚାନ୍ଦା […]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇଲେକ୍ଟୋରାଲ ବଣ୍ଡ୍ କ୍ରୟ କରିଥିବା ସଂସ୍ଥାଗୁଡ଼ିକର ନାମ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ। ୭୬୩ ପୃଷ୍ଠାର ଏହି ସୂଚୀରେ ଦେଶର ମାତ୍ର ଗୋଟିଏ କମ୍ପାନୀ ୧ ହଜାର କୋଟିରୁ ଊଦ୍ଧ୍ୱର୍ ଇଲେକ୍ଟୋରାଲ ବଣ୍ଡ ଖରିଦ କରିଥିବା ସୂଚନା ରହିଛି। ୨୦୧୯ ଏପ୍ରିଲ ୧୨ ତାରିଖରୁ ୨୦୨୪ ଜାନୁଆରୀ ୧୧ ତାରିଖ ମଧ୍ୟରେ ଲଟେରୀ କାରବାର କରୁଥିବା ମାର୍ଟିନ୍ ସେଣ୍ଟିଆଗୋ ନାମକ ଜଣେ ବ୍ୟକ୍ତି ବିଭିନ୍ନ ରାଜନୈତିକ ଦଳକୁ ରାଜନୈତିକ ଚାନ୍ଦା ନିମନ୍ତେ ସର୍ବାଧିକ ୧୩୬୮ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ଖରିଦ କରିଛନ୍ତି । ଦୀର୍ଘବର୍ଷ ଧରି ଲଟେରୀ କାରବାର ସହିିତ ଜଡ଼ିତ ମାର୍ଟିନ୍ ସେଣ୍ଟିଆଗୋ ‘ଲଟେରୀ କିଙ୍ଗ’ ଭାବରେ ପରିଚିତ । କେହିକେହି ତାଙ୍କୁ ‘ଲଟେରୀ ମାର୍ଟିନ୍’ ଭାବରେ ମଧ୍ୟ ଜାଣନ୍ତି । ଫ୍ୟୁଚର ଗେମିଂ ଏଣ୍ଡ ହୋଟେଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିଃ ସହ ସେ ସିକ୍କିମ୍, ନାଗାଲାଣ୍ଡ, ପଶ୍ଚିମବଙ୍ଗ ସମେତ ପୁରା ଦେଶରେ ଲଟେରୀ କାରବାର କରନ୍ତି।
ମାର୍ଟିନ୍ ଫାଉଣ୍ଡେସନ୍ ତଥ୍ୟ ଅନୁସାରେ ସେ ମାର୍ଟିନ୍ ଗ୍ରୁପ୍ ଅଫ୍ କମ୍ପାନୀର ସଂସ୍ଥାପକ ଓ ଅଧ୍ୟକ୍ଷ । ବିଜିନେସ୍ ୱାଲ୍ର୍ଡ଼ ଓ ଇକୋନୋମିକ୍ସ ଟାଇମ୍ସ ଆଦି ଖବରକାଗଜ ଦେଶର ସବୁଠାରୁ ବଡ଼ ବ୍ୟକ୍ତିଗତ ଆୟକର ଦାତାଙ୍କ ସୂଚୀରେ ମାର୍ଟିନଙ୍କ ନାମ ଥିବା ଉଲ୍ଲେଖ କରିଛି । ଏହା ସହ ସେ ବର୍ତ୍ତମାନ ଅଲ୍ ଇଣ୍ଡିଆ ଫେଡେ଼ରେସନ ଅଫ୍ ଲଟେରୀ ଟ୍ରେଡ଼୍ ଏଣ୍ଡ ଆଲାଏଡ଼ ଇଣ୍ଡଷ୍ଟ୍ରୀର ସଭାପତି ମଧ୍ୟ ଅଛନ୍ତି। ଏହା ସହ ତାଙ୍କ କମ୍ପାନୀ ୍ ଅନ୍ଲାଇନ୍ ଗେମ୍, କ୍ୟାସିନୋ, ସ୍ପୋର୍ଟସ୍ ବେଟିଂ ଆଦି ଚଳାଉଥିବା ମଧ୍ୟ ବିିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । ଏକ ସମୟରେ ମ୍ୟାମାର୍ର ୟାଁଗୁନ୍ରେ ମଜୁରୀ ଲାଗୁଥିବା ମାର୍ଟିନ୍ ୧୯୮୮ରେ ତାମିଲନାଡ଼ୁ ଫେରି ଲଟେରୀ କାରବାର ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କ ବ୍ୟବସାୟ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ବ୍ୟାପିଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କର ବ୍ୟବସାୟକୁ ସାରା ଦେଶରେ ସମ୍ପ୍ରସାରଣ କରିଥିଲେ। ୨୦୦୮ରେ ସିକିମ୍ ସରକାର ମାର୍ଟିନ ଓ ତାଙ୍କ କମ୍ପାନୀ ବିରୋଧରେ ୪୫୦୦ କୋଟି ଟଙ୍କା ଠକେଇ ଅଭିଯୋଗ କରିଥିଲେ। ୨୦୧୩ରେ ବେଆଇନ ଲଟେରୀ କାରବାର ଅଭିଯୋଗରେ କର୍ଣ୍ଣାଟକ ଓ ତାମିଲନାଡ଼ୁ ପୁଲିସ ତାଙ୍କର ବ୍ୟବସାୟିକ ସଂସ୍ଥାରେ ଚଢ଼ଉ କରିଥିଲା। ୨୦୧୫ରେ ଟିକସ ଠକେଇ ଅଭିଯୋଗରେ ଆୟକର ବିଭାଗ ତାଙ୍କ ସଂସ୍ଥାରେ ଚଢ଼ଉ କରିଥିଲା। ୨୦୧୬ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡିରିଂ ଅଭିଯୋଗ, ୨୦୧୮ରେ ସିବିଆଇ ମାର୍ଟିନଙ୍କ ବିଭିନ୍ନ ରାଜ୍ୟର କାର୍ଯ୍ୟାଳୟରେ ଯାଞ୍ଚ କରିଥିଲା। ୨୦୨୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡ଼ି) ପୁନର୍ବାର ମାର୍ଟିନ୍ଙ୍କ କମ୍ପାନୀ ଉପରେ ଚଢ଼ଉ କରିଥିଲା ଓ ୪୦୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ସେହିପରି ୨୦୨୩ରେ ସିକିମ୍ ସରକାରଙ୍କୁ ୯୦୦ କୋଟି ଟଙ୍କା କ୍ଷତି ପହଞ୍ଚାଇବା ଅଭିଯୋଗରେ ଇଡ଼ି ମାର୍ଟିନଙ୍କ ୪୫୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।
ଦକ୍ଷିଣ ଭାରତ ରାଜନୀତିରେ ମାର୍ଟିନଙ୍କର ବେଶ୍ ପ୍ରଭାବ ରହିଛି । କେରଳର ପିନାରାୟୀ ବିଜୟନ ସରକାର ସହ ତାଙ୍କର ସମ୍ପର୍କ ନିବିଡ଼ ଥିବା କୁହାଯାଉଛି । ଦକ୍ଷିଣ ଭାରତର ଲୋକମାନେ ବହୁ ପରିମାଣରେ ଲଟେରୀ କିଣିଥାଆନ୍ତି । ଗତ ୧ ଦଶନ୍ଧି ମଧ୍ୟରେ ଲଟେରୀ ସୂତ୍ରରୁ ମିଳୁଥିବା ରାଜସ୍ୱ କେରଳରେ ୨୦ଗୁଣ ବୃଦ୍ଧି ପାଇଛି । ଏକ ତଥ୍ୟ ଅନୁସାରେ ୨୦୧୧ରେ ଲଟେରୀ ସୂତ୍ରରୁ କେରଳର ସିପିଏମ୍ ସରକାର ବାର୍ଷିକ ୫୫୭ କୋଟି ଟଙ୍କା ରାଜସ୍ୱ ପାଉଥିଲେ, ସମ୍ପ୍ରତି ଏହା ୯୯୭୪ କୋଟି ଟଙ୍କାରେ ପହଞ୍ଚିଛି । ଏକ ସମୟରେ ସିପିଏମ୍ର ଦୁଇ ବଡ଼ ନେତା ପିନାରାୟୀ ବିଜୟନ୍ ଓ ବି.ଏସ୍.ଅଚ୍ୟୁତାନନ୍ଦନଙ୍କ ମଧ୍ୟରେ କନ୍ଦଳ କାଳରେ ମାର୍ଟିନ୍ ବିଜୟନଙ୍କୁ ସହଯୋଗ କରିଥିଲେ। ତାଙ୍କ ପ୍ରକାଶିତ ‘ଦିଶାଭିମାନୀ’ ପତ୍ରିକାକୁ ମାର୍ଟିନ୍ ୨ କୋଟି ଟଙ୍କା ଚାନ୍ଦା ଦେଇଥିଲେ । ଅବଶ୍ୟ ବିରୋଧୀଙ୍କ ସମାଲୋଚନା ଯୋଗୁଁ ଏହି ଅର୍ଥ ବିଜୟନ୍ଙ୍କୁ ଫେରାଇବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ ତାମିଲନାଡ଼ୁର ଡ଼ିଏମ୍କେ ନେତୃତ୍ୱାଧୀନ ଷ୍ଟାଲିନ୍ ସରକାର ସହ ମାର୍ଟିନର ସମ୍ପର୍କ ଯଥେଷ୍ଟ ମଧୁର ବୋଲି କୁହାଯାଏ । ବାମପନ୍ଥୀ ଲେଖକ ଗର୍କିଙ୍କ ଦ୍ୱାରା ଲିଖିତ ‘ଦି ମଦର’ର ପଟ୍ଟକଥା ଉପରେ ଆଧାରିତ ଓ ତକ୍ରାଳୀନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଦ୍ୱାରା ଲିଖିତ ‘ଇଲାଇଗନନ’ ନାମକ ଏକ ତାମିଲ୍ ଫିଲ୍ମକୁ ମାର୍ଟିନ୍ ପ୍ରଯୋଜନା କରିଥିଲେ । ମାତ୍ର ଜୟଲଳିତା ସରକାର ଆସିବା ପରେ ଜମି ହଡ଼ପ ଅଭିଯୋଗରେ ମାର୍ଟିନଙ୍କୁ ଗିରଫ କରାଯାଇଥିଲା ଓ ୮ ମାସ ଜେଲ୍ରେ ରହିବା ପରେ ଜାମିନରେ ଖଲାସ ହୋଇଥିଲେ। ମାର୍ଟିନର ଜ୍ୱାଇଁ ଅର୍ଜୁନ ସହ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ ଜ୍ୱାଇଁ ସବରିସନଙ୍କ ସମ୍ପର୍କ ଅତି ଘନିଷ୍ଠ । ଅର୍ଜୁନ ସମ୍ପ୍ରତି ଡ଼ିଏମ୍କେର ସହଯୋଗୀ ଦଳ ବିସିକେର ମହାସଚିବ ରହିଛନ୍ତି । କୋଭିଡ଼ ସମୟରେ ତାଙ୍କ ସଂସ୍ଥା ପକ୍ଷରୁ ମାର୍ଟିନଙ୍କ ପତ୍ନୀ ଲୀନା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ଭେଟି ପୀଡ଼ିତଙ୍କ ନିମନ୍ତେ ସହାୟତା ପ୍ରଦାନ କରିଥିବା ଫଟୋ ସେତେବେଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
‘ଲଟେରୀ ମାର୍ଟିନ୍’…