ଏନ୍‌ଡିଏ-ଇଣ୍ଡିଆ ଶକ୍ତି ପରୀକ୍ଷା ଆଜି : ବାଚସ୍ପତି ପଦ ପାଇଁ ମଇଦାନରେ ଓମ୍ ବିର୍ଲା ଓ କେ. ସୁରେଶ

The Sakala Picture
Published On

ନୂଆଦିଲ୍ଲୀ : ଲୋକସଭାରେ ଆଜି ହେବ ଶାସକ ଏନ୍ଡ଼ିଏ ଓ ବିରୋଧୀ ଇଣ୍ଡିଆର ଶକ୍ତି ପରୀକ୍ଷା। ନିର୍ବାଚନ ଫଳାଫଳ ପ୍ରକାଶ ପରେ ପ୍ରଥମଥର ପାଇଁ ସଂସଦରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ। ସର୍ବସମ୍ମତ ବାଚସ୍ପତି ନିର୍ବାଚନ ପାଇଁ ଶାସକ ଦଳ ବିରୋଧୀଙ୍କୁ ମନାଇବାରେ ସକ୍ଷମ ନ ହେବାରୁ ଦେଶର ୭୫ ବର୍ଷର ଇତିହାସରେ ୪ର୍ଥ ଓ ୪୮ ବର୍ଷ ପରେ ପୁଣିଥରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୧୯୫୨ ମସିହା, ୧୯୬୭ ମସିହା, ୧୯୭୬ ମସିହାରେ […]

ନୂଆଦିଲ୍ଲୀ : ଲୋକସଭାରେ ଆଜି ହେବ ଶାସକ ଏନ୍ଡ଼ିଏ ଓ ବିରୋଧୀ ଇଣ୍ଡିଆର ଶକ୍ତି ପରୀକ୍ଷା। ନିର୍ବାଚନ ଫଳାଫଳ ପ୍ରକାଶ ପରେ ପ୍ରଥମଥର ପାଇଁ ସଂସଦରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ। ସର୍ବସମ୍ମତ ବାଚସ୍ପତି ନିର୍ବାଚନ ପାଇଁ ଶାସକ ଦଳ ବିରୋଧୀଙ୍କୁ ମନାଇବାରେ ସକ୍ଷମ ନ ହେବାରୁ ଦେଶର ୭୫ ବର୍ଷର ଇତିହାସରେ ୪ର୍ଥ ଓ ୪୮ ବର୍ଷ ପରେ ପୁଣିଥରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୧୯୫୨ ମସିହା, ୧୯୬୭ ମସିହା, ୧୯୭୬ ମସିହାରେ ଲୋକସଭାରେ ବିରୋଧୀ ବାଚସ୍ପତି ପ୍ରାର୍ଥୀ ଦେବାରୁ ନିର୍ବାଚନ ଅନିବାର୍ଯ୍ୟ ହୋଇଥିଲା, ଏବେ ୨୦୨୪ରେ ପୁନର୍ବାର ଇତିହାସର ପୁନରାବୃତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ଶାସକ ଦଳ ପକ୍ଷରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼୍ଗେଙ୍କୁ ଫୋନ୍ କରି ବାଚସ୍ପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍‌ଗେ ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ନିମନ୍ତେ ଉପବାଚସ୍ପତି ପଦ ଦାବି କରିଥିଲେ। ମାତ୍ର ଏହା ପରେ ଏନ୍‌ଡିଏ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ଫଳରେ ଏନ୍ଡ଼ିଏ ପ୍ରାର୍ଥୀଙ୍କ ବିରୋଧରେ କେ. ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିବା ଇଣ୍ଡି ମେଣ୍ଟ ଘୋଷଣା କରିଥିଲା। ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟ ଲୋକସଭାରେ ଉପବାଚସ୍ପତି ପଦ ନିମନ୍ତେ ଦାବି ରଖିଥିଲା ଏବଂ ଏଥିରେ ସମ୍ମତ ନ ହେଲେ ବାଚସ୍ପତି ନିର୍ବାଚନରେ ବିରୋଧୀମାନେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ ସାଂସଦମାନଙ୍କ ଶପଥ ପାଠ ଏବଂ ବାଚସ୍ପତି ନିର୍ବାଚନ କାର୍ଯ୍ୟକ୍ରମ ପ୍ରମୁଖ କାର୍ଯ୍ୟ ରହିଛି। ତେବେ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ଇଣ୍ଡିଆ ମେଣ୍ଟ ଶାସକ ଏନଡିଏ ବିରୋଧରେ ଯେଭଳି ଆଭିମୁଖ୍ୟ ଗ୍ରହଣ କରିଛି ତାହାର ପ୍ରତିଫଳନ ବାଚସ୍ପତି ଚୟନ ଦିଗରେ ମଧ୍ୟ ଅନୁଭୂତ ହୋଇଛି। ଗତକାଲି କାମଚଳା ବାଚସ୍ପତିଙ୍କ ନିଯୁକ୍ତିକୁ ନେଇ ବିରୋଧୀ ଦଳ ହଙ୍ଗାମା କରିବା ପରେ ଏବେ ବାଚସ୍ପତି ଚୟନ ନେଇ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛି। ଚଳିତ ନିର୍ବାଚନରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଙ୍କୁ ବିପୁଳ ସମର୍ଥନ ମିଳିଥିବାରୁ ସଂସଦରେ ବିରୋଧୀ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି ନେଇଛି। ଏହିକ୍ରମରେ ବାଚସ୍ପତି ଚୟନ ପାଇଁ ଯଦି ନିର୍ବାଚନ ହୁଏ ତେବେ ପ୍ରକୃତରେ କେଉଁ ମେଣ୍ଟ ପ୍ରତି କେଉଁ ଦଳର ସଦସ୍ୟଙ୍କ ସମର୍ଥନ କେତେ ତାହା ସ୍ପଷ୍ଟ ହେବା ସହିତ ସ୍ବାଧୀନ ସାଂସଦଙ୍କ ସମର୍ଥନ ମଧ୍ୟ କାହା ପାଇଁ କେତେ ତାହା ସ୍ପଷ୍ଟ ହୋଇଯିବ। ଯାହାକୁ ନେଇ ବିରୋଧୀ ମେଣ୍ଟ ସଂସଦରେ ନିଜର ସ୍ଥିତି ନିର୍ଦ୍ଧାରଣ କରିବା ସହିତ ଶାସକ ଦଳ ବିରୋଧରେ ନିଜର ରଣନୀତି ପ୍ରସ୍ତୁତ କରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

ଓମ୍ ବିର୍ଲା ରାଜସ୍ଥାନର କୋଟା ସଂସଦୀୟ କ୍ଷେତ୍ରରୁ ତିନି ଥର ନିର୍ବାଚିତ ହୋଇଛନ୍ତି। ଅପରପକ୍ଷେ କେ ସୁରେଶ କେରଳର ମାଭେଲିକାରା ସଂସଦୀୟ କ୍ଷେତ୍ରରୁ ସର୍ବାଧକ ୮ଥର ନିର୍ବାଚିତ ହେବା ସହିତ ଦୀର୍ଘକାଳୀନ ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି। ଅଷ୍ଟାଦଶ ଲୋକସଭାରେ ଶାସକ ଏନଡିଏ ଦଳର ସର୍ବାଧିକ ୨୯୩ ସାଂସଦ ରହିଥିବା ବେଳେ ବିରୋଧୀ ମେଣ୍ଟ ନିକଟରେ ୨୩୨ ସାଂସଦ ରହିଛନ୍ତି। ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେଲେ ସଂଖ୍ୟା ଦୃଷ୍ଟିରୁ ଏନଡିଏ ମେଣ୍ଟ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ତଥାପି ସଂସଦରେ ଶାସକ ମେଣ୍ଟକୁ ମାତ୍ ଦେବା ଉଦ୍ଦେଶ୍ୟରେ ଇଣ୍ଡିଆ ମେଣ୍ଟ ନିର୍ବାଚନ ମୋଡ୍କୁ ଓହ୍ଲାଇଛି। ଶାସକ ଦଳର ପ୍ରାର୍ଥୀ ବାଚସ୍ପତି ହେଲେ ଉପ ବାଚସ୍ପତି ପଦବୀ ପାଇଁ ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବା ସଂସଦୀୟ ପରମ୍ପରା ରହି ଆସିଛି। ୟୁପିଏ ସରକାର ସମୟରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ବାଚସ୍ପତି କରାଯାଇଥିଲା ବେଳେ ଏନଡିଏ ଦଳର ପ୍ରାର୍ଥୀଙ୍କୁ ଉପ ବାଚସ୍ପତି କରାଯାଇଥିଲା। ଏହିକ୍ରମରେ ଚଳିତ ଲୋକସଭାରେ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଉପ ବାଚସ୍ପତି କରିବାକୁ ଇଣ୍ଡିଆ ମେଣ୍ଟ ଦାବି କରିଥିଲା। କିନ୍ତୁ ଏହାକୁ ନେଇ ଶାସକ ମେଣ୍ଟ ପକ୍ଷରୁ କୌଣସି ସଙ୍କେତ ନ ଦିଆଯିବାରୁ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ହିଁ ବାଚସ୍ପତି ଚୟନ ହେବା ଦରକାର ବୋଲି ବିରୋଧୀ ମେଣ୍ଟ ଅଡି ବସିଛି।

26 Jun 2024 By The Sakala

ଏନ୍‌ଡିଏ-ଇଣ୍ଡିଆ ଶକ୍ତି ପରୀକ୍ଷା ଆଜି : ବାଚସ୍ପତି ପଦ ପାଇଁ ମଇଦାନରେ ଓମ୍ ବିର୍ଲା ଓ କେ. ସୁରେଶ

ନୂଆଦିଲ୍ଲୀ : ଲୋକସଭାରେ ଆଜି ହେବ ଶାସକ ଏନ୍ଡ଼ିଏ ଓ ବିରୋଧୀ ଇଣ୍ଡିଆର ଶକ୍ତି ପରୀକ୍ଷା। ନିର୍ବାଚନ ଫଳାଫଳ ପ୍ରକାଶ ପରେ ପ୍ରଥମଥର ପାଇଁ ସଂସଦରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ। ସର୍ବସମ୍ମତ ବାଚସ୍ପତି ନିର୍ବାଚନ ପାଇଁ ଶାସକ ଦଳ ବିରୋଧୀଙ୍କୁ ମନାଇବାରେ ସକ୍ଷମ ନ ହେବାରୁ ଦେଶର ୭୫ ବର୍ଷର ଇତିହାସରେ ୪ର୍ଥ ଓ ୪୮ ବର୍ଷ ପରେ ପୁଣିଥରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୧୯୫୨ ମସିହା, ୧୯୬୭ ମସିହା, ୧୯୭୬ ମସିହାରେ ଲୋକସଭାରେ ବିରୋଧୀ ବାଚସ୍ପତି ପ୍ରାର୍ଥୀ ଦେବାରୁ ନିର୍ବାଚନ ଅନିବାର୍ଯ୍ୟ ହୋଇଥିଲା, ଏବେ ୨୦୨୪ରେ ପୁନର୍ବାର ଇତିହାସର ପୁନରାବୃତ୍ତି ହୋଇଛି।

ଶାସକ ଦଳ ପକ୍ଷରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼୍ଗେଙ୍କୁ ଫୋନ୍ କରି ବାଚସ୍ପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍‌ଗେ ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ନିମନ୍ତେ ଉପବାଚସ୍ପତି ପଦ ଦାବି କରିଥିଲେ। ମାତ୍ର ଏହା ପରେ ଏନ୍‌ଡିଏ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ଫଳରେ ଏନ୍ଡ଼ିଏ ପ୍ରାର୍ଥୀଙ୍କ ବିରୋଧରେ କେ. ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିବା ଇଣ୍ଡି ମେଣ୍ଟ ଘୋଷଣା କରିଥିଲା। ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟ ଲୋକସଭାରେ ଉପବାଚସ୍ପତି ପଦ ନିମନ୍ତେ ଦାବି ରଖିଥିଲା ଏବଂ ଏଥିରେ ସମ୍ମତ ନ ହେଲେ ବାଚସ୍ପତି ନିର୍ବାଚନରେ ବିରୋଧୀମାନେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ।

ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ ସାଂସଦମାନଙ୍କ ଶପଥ ପାଠ ଏବଂ ବାଚସ୍ପତି ନିର୍ବାଚନ କାର୍ଯ୍ୟକ୍ରମ ପ୍ରମୁଖ କାର୍ଯ୍ୟ ରହିଛି। ତେବେ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ଇଣ୍ଡିଆ ମେଣ୍ଟ ଶାସକ ଏନଡିଏ ବିରୋଧରେ ଯେଭଳି ଆଭିମୁଖ୍ୟ ଗ୍ରହଣ କରିଛି ତାହାର ପ୍ରତିଫଳନ ବାଚସ୍ପତି ଚୟନ ଦିଗରେ ମଧ୍ୟ ଅନୁଭୂତ ହୋଇଛି। ଗତକାଲି କାମଚଳା ବାଚସ୍ପତିଙ୍କ ନିଯୁକ୍ତିକୁ ନେଇ ବିରୋଧୀ ଦଳ ହଙ୍ଗାମା କରିବା ପରେ ଏବେ ବାଚସ୍ପତି ଚୟନ ନେଇ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛି। ଚଳିତ ନିର୍ବାଚନରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଙ୍କୁ ବିପୁଳ ସମର୍ଥନ ମିଳିଥିବାରୁ ସଂସଦରେ ବିରୋଧୀ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି ନେଇଛି। ଏହିକ୍ରମରେ ବାଚସ୍ପତି ଚୟନ ପାଇଁ ଯଦି ନିର୍ବାଚନ ହୁଏ ତେବେ ପ୍ରକୃତରେ କେଉଁ ମେଣ୍ଟ ପ୍ରତି କେଉଁ ଦଳର ସଦସ୍ୟଙ୍କ ସମର୍ଥନ କେତେ ତାହା ସ୍ପଷ୍ଟ ହେବା ସହିତ ସ୍ବାଧୀନ ସାଂସଦଙ୍କ ସମର୍ଥନ ମଧ୍ୟ କାହା ପାଇଁ କେତେ ତାହା ସ୍ପଷ୍ଟ ହୋଇଯିବ। ଯାହାକୁ ନେଇ ବିରୋଧୀ ମେଣ୍ଟ ସଂସଦରେ ନିଜର ସ୍ଥିତି ନିର୍ଦ୍ଧାରଣ କରିବା ସହିତ ଶାସକ ଦଳ ବିରୋଧରେ ନିଜର ରଣନୀତି ପ୍ରସ୍ତୁତ କରିବ ବୋଲି କୁହାଯାଉଛି।

ଓମ୍ ବିର୍ଲା ରାଜସ୍ଥାନର କୋଟା ସଂସଦୀୟ କ୍ଷେତ୍ରରୁ ତିନି ଥର ନିର୍ବାଚିତ ହୋଇଛନ୍ତି। ଅପରପକ୍ଷେ କେ ସୁରେଶ କେରଳର ମାଭେଲିକାରା ସଂସଦୀୟ କ୍ଷେତ୍ରରୁ ସର୍ବାଧକ ୮ଥର ନିର୍ବାଚିତ ହେବା ସହିତ ଦୀର୍ଘକାଳୀନ ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି। ଅଷ୍ଟାଦଶ ଲୋକସଭାରେ ଶାସକ ଏନଡିଏ ଦଳର ସର୍ବାଧିକ ୨୯୩ ସାଂସଦ ରହିଥିବା ବେଳେ ବିରୋଧୀ ମେଣ୍ଟ ନିକଟରେ ୨୩୨ ସାଂସଦ ରହିଛନ୍ତି। ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେଲେ ସଂଖ୍ୟା ଦୃଷ୍ଟିରୁ ଏନଡିଏ ମେଣ୍ଟ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ତଥାପି ସଂସଦରେ ଶାସକ ମେଣ୍ଟକୁ ମାତ୍ ଦେବା ଉଦ୍ଦେଶ୍ୟରେ ଇଣ୍ଡିଆ ମେଣ୍ଟ ନିର୍ବାଚନ ମୋଡ୍କୁ ଓହ୍ଲାଇଛି। ଶାସକ ଦଳର ପ୍ରାର୍ଥୀ ବାଚସ୍ପତି ହେଲେ ଉପ ବାଚସ୍ପତି ପଦବୀ ପାଇଁ ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବା ସଂସଦୀୟ ପରମ୍ପରା ରହି ଆସିଛି। ୟୁପିଏ ସରକାର ସମୟରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ବାଚସ୍ପତି କରାଯାଇଥିଲା ବେଳେ ଏନଡିଏ ଦଳର ପ୍ରାର୍ଥୀଙ୍କୁ ଉପ ବାଚସ୍ପତି କରାଯାଇଥିଲା। ଏହିକ୍ରମରେ ଚଳିତ ଲୋକସଭାରେ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଉପ ବାଚସ୍ପତି କରିବାକୁ ଇଣ୍ଡିଆ ମେଣ୍ଟ ଦାବି କରିଥିଲା। କିନ୍ତୁ ଏହାକୁ ନେଇ ଶାସକ ମେଣ୍ଟ ପକ୍ଷରୁ କୌଣସି ସଙ୍କେତ ନ ଦିଆଯିବାରୁ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ହିଁ ବାଚସ୍ପତି ଚୟନ ହେବା ଦରକାର ବୋଲି ବିରୋଧୀ ମେଣ୍ଟ ଅଡି ବସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର