ମଦ ମାଫିଆଙ୍କ ଗୁଣ୍ଡାରାଜ: କନଷ୍ଟେବଳଙ୍କୁ ବିଚ୍‌ ରାସ୍ତାରେ ଗାଡି ମଡାଇ କଲେ ହତ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ । ପୁଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ । ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି । କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୁଲିସ । ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କ ଉପରେ କାର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ। ସେ ନାଇଟ୍‌ ଡ୍ୟୁଟିରେ […]

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ । ପୁଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ । ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି । କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୁଲିସ । ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କ ଉପରେ କାର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ। ସେ ନାଇଟ୍‌ ଡ୍ୟୁଟିରେ ଥିଲେ । ତାଙ୍କୁ ଆଜି ଭୋରୁ ୩ଟା ବେଳେ ଏକ ମଦ ସପ୍ଲାଏ କାର୍‌ ଆସୁଥିବା ନେଇ ଖବର ମିଳିଥିଲା । ଏହାପରେ ସେ ଚଢ଼ାଉ ପାଇଁ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ: ୯୦ଟି ସାମରିକ ଘାଟି ଧ୍ୱଂସ, ପ୍ରତିଶୋଧ ନେବାକୁ ବାହାରିନ ଓ କୁଏତରେ ଥିବା ଆମେରିକୀୟ ବେସ୍ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼

ଏତିକି ବେଳେ ମଦ ଯୋଗାଣକାରୀଙ୍କ କାରକୁ ଅଟକାଇବା ପାଇଁ ସେ ସଙ୍କେତ ଦେଇଥିଲେ । କିନ୍ତୁ କାରରେ ବସିଥିବା ବ୍ୟକ୍ତି ଜଣକ ଅଟକି ନଥିଲେ । କନଷ୍ଟେବଳଙ୍କୁ କାର୍‌ରେ ଧକ୍କା ଦେଇ ଦଳି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସନ୍ଦୀପଙ୍କ ମୃତ୍ୟୁ ହୋଇଛି । ସେପଟେ ପୁଲିସ ମଦ ସପ୍ଲାଏର୍‌ କାର୍‌କୁ ଜବତ କରିଛି । ତେବେ ଉକ୍ତ କାର୍‌ରୁ କୌଣସି ମଦ ଉଦ୍ଧାର କରାଯାଇଛି । ସେପଟେ କନଷ୍ଟେବଳଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ କାର୍‌ ଛାଡ଼ି ଡ୍ରାଇଭର ଫେରର ହୋଇଯାଇଛି । ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ନାଟୋ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବିଭ୍ରାଟ: ଇରାନକୁ କହିଲେ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ'

29 Sep 2024 By The Sakala

ମଦ ମାଫିଆଙ୍କ ଗୁଣ୍ଡାରାଜ: କନଷ୍ଟେବଳଙ୍କୁ ବିଚ୍‌ ରାସ୍ତାରେ ଗାଡି ମଡାଇ କଲେ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ । ପୁଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ । ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି । କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୁଲିସ । ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କ ଉପରେ କାର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ। ସେ ନାଇଟ୍‌ ଡ୍ୟୁଟିରେ ଥିଲେ । ତାଙ୍କୁ ଆଜି ଭୋରୁ ୩ଟା ବେଳେ ଏକ ମଦ ସପ୍ଲାଏ କାର୍‌ ଆସୁଥିବା ନେଇ ଖବର ମିଳିଥିଲା । ଏହାପରେ ସେ ଚଢ଼ାଉ ପାଇଁ ଯାଇଥିଲେ ।

ଏତିକି ବେଳେ ମଦ ଯୋଗାଣକାରୀଙ୍କ କାରକୁ ଅଟକାଇବା ପାଇଁ ସେ ସଙ୍କେତ ଦେଇଥିଲେ । କିନ୍ତୁ କାରରେ ବସିଥିବା ବ୍ୟକ୍ତି ଜଣକ ଅଟକି ନଥିଲେ । କନଷ୍ଟେବଳଙ୍କୁ କାର୍‌ରେ ଧକ୍କା ଦେଇ ଦଳି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସନ୍ଦୀପଙ୍କ ମୃତ୍ୟୁ ହୋଇଛି । ସେପଟେ ପୁଲିସ ମଦ ସପ୍ଲାଏର୍‌ କାର୍‌କୁ ଜବତ କରିଛି । ତେବେ ଉକ୍ତ କାର୍‌ରୁ କୌଣସି ମଦ ଉଦ୍ଧାର କରାଯାଇଛି । ସେପଟେ କନଷ୍ଟେବଳଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ କାର୍‌ ଛାଡ଼ି ଡ୍ରାଇଭର ଫେରର ହୋଇଯାଇଛି । ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର