ଅଭିନେତା ଦିଲୀପ କୁମାରଙ୍କ 98 ବର୍ଷ ବୟସରେ ଦେହାନ୍ତ ହୋଇଛି

The Sakala Picture
Published On

ମୁମ୍ବାଇ: ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳ ୭ଟା ୩୦ ସମୟରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି । ଗତ ମାସକ ମଧ୍ୟରେ ତାଙ୍କୁ ଦୁଇଥର ମେଡିକାଲରେ ଭର୍ତ୍ତି […]

ମୁମ୍ବାଇ: ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳ ୭ଟା ୩୦ ସମୟରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି । ଗତ ମାସକ ମଧ୍ୟରେ ତାଙ୍କୁ ଦୁଇଥର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଟ୍ୱିଟରରେ ସୂଚନା ଦିଆଯାଇଥିଲା । ଦିଲୀପଙ୍କ ପତ୍ନୀ ସାୟରା ବାନୋ କହିଥିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏହି ସୂଚନାର ଦୁଇଦିନ ପରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଦିଲୀପ କୁମାର । ୧୯୨୨ ଡିସେମ୍ବର ୧୧ରେ ବ୍ରିଟିଶ୍ ଶାସନାଧୀନ ଭାରତର ପେଶାୱରରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ କୁମାର ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ତାଙ୍କ ପ୍ରକୃତ ନାମ ଥିଲା ମୋହମ୍ମଦ ୟୁସୁଫ୍ ଖାନ । ସେ ନାସିକରେ ପାଠ ପଢ଼ିଥିଲେ । ପିଲାଟି ଦିନରୁ ରାଜ କୁମାରଙ୍କ ସାଙ୍ଗ ହୋଇଥିଲେ । ସେବେଠାରୁ ବଲିଉଡକୁ ଯାତ୍ରା ଆରମ୍ଭ କରିଥିଲେ ଦିଲୀପ । ୨୨ ବର୍ଷ ବୟସରେ ଦିଲୀପଙ୍କୁ ମିଳିଥିଲା ପ୍ରଥମ ଫିଲ୍ମରେ ଅଭିନୟ କରିବାର ସୁଯୋଗ । ୧୯୪୪ରେ ସେ ଫିଲ୍ମ ‘ଜ୍ୱାର ଭାଟା’ରେ କାମ କରିଥିଲେ । ୫ ଦଶନ୍ଧିର ଅଭିନୟ ଜୀବନରେ ଦିଲୀପ ୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ୧୯୪୯ରେ ଅନ୍ଦାଜ, ୧୯୫୨ରେ ଆନ୍, ୧୯୫୫ରେ ଆଜାଦ, ୧୯୬୦ରେ ମୁଘଲ ଏ ଆଜମ, ୧୯୬୧ରେ ଗଙ୍ଗା ଯମୁନା ଓ ୧୯୬୭ରେ ରାମ ଔର ଶ୍ୟାମରେ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ରହିବ । ୧୯୭୬ରେ ଦିଲୀପ ଅଭିନୟ ଠାରୁ ୫ ବର୍ଷ ଦୂରେଇ ଯାଇଥିଲେ । ଏହାପରେ ୧୯୮୧ରେ ସେ କ୍ରାନ୍ତି ଫିଲ୍ମ ମାଧ୍ୟମରେ ବଲିଉଡକୁ ଫେରିଥିଲେ । ଏହାପରେ ୧୯୮୨ରେ ଶକ୍ତି, ୧୯୮୪ରେ ମଶାଲ, ୧୯୮୬ରେ କରମା, ୧୯୯୧ରେ ସୌଦାଗର ଏବଂ ୧୯୯୮ରେ କିଲା ଥିଲା ଦିଲୀପଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

07 Jul 2021 By The Sakala

ଅଭିନେତା ଦିଲୀପ କୁମାରଙ୍କ 98 ବର୍ଷ ବୟସରେ ଦେହାନ୍ତ ହୋଇଛି

ମୁମ୍ବାଇ: ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳ ୭ଟା ୩୦ ସମୟରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି । ଗତ ମାସକ ମଧ୍ୟରେ ତାଙ୍କୁ ଦୁଇଥର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଟ୍ୱିଟରରେ ସୂଚନା ଦିଆଯାଇଥିଲା । ଦିଲୀପଙ୍କ ପତ୍ନୀ ସାୟରା ବାନୋ କହିଥିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏହି ସୂଚନାର ଦୁଇଦିନ ପରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଦିଲୀପ କୁମାର । ୧୯୨୨ ଡିସେମ୍ବର ୧୧ରେ ବ୍ରିଟିଶ୍ ଶାସନାଧୀନ ଭାରତର ପେଶାୱରରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ କୁମାର ।

ତାଙ୍କ ପ୍ରକୃତ ନାମ ଥିଲା ମୋହମ୍ମଦ ୟୁସୁଫ୍ ଖାନ । ସେ ନାସିକରେ ପାଠ ପଢ଼ିଥିଲେ । ପିଲାଟି ଦିନରୁ ରାଜ କୁମାରଙ୍କ ସାଙ୍ଗ ହୋଇଥିଲେ । ସେବେଠାରୁ ବଲିଉଡକୁ ଯାତ୍ରା ଆରମ୍ଭ କରିଥିଲେ ଦିଲୀପ । ୨୨ ବର୍ଷ ବୟସରେ ଦିଲୀପଙ୍କୁ ମିଳିଥିଲା ପ୍ରଥମ ଫିଲ୍ମରେ ଅଭିନୟ କରିବାର ସୁଯୋଗ । ୧୯୪୪ରେ ସେ ଫିଲ୍ମ ‘ଜ୍ୱାର ଭାଟା’ରେ କାମ କରିଥିଲେ । ୫ ଦଶନ୍ଧିର ଅଭିନୟ ଜୀବନରେ ଦିଲୀପ ୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ୧୯୪୯ରେ ଅନ୍ଦାଜ, ୧୯୫୨ରେ ଆନ୍, ୧୯୫୫ରେ ଆଜାଦ, ୧୯୬୦ରେ ମୁଘଲ ଏ ଆଜମ, ୧୯୬୧ରେ ଗଙ୍ଗା ଯମୁନା ଓ ୧୯୬୭ରେ ରାମ ଔର ଶ୍ୟାମରେ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ରହିବ । ୧୯୭୬ରେ ଦିଲୀପ ଅଭିନୟ ଠାରୁ ୫ ବର୍ଷ ଦୂରେଇ ଯାଇଥିଲେ । ଏହାପରେ ୧୯୮୧ରେ ସେ କ୍ରାନ୍ତି ଫିଲ୍ମ ମାଧ୍ୟମରେ ବଲିଉଡକୁ ଫେରିଥିଲେ । ଏହାପରେ ୧୯୮୨ରେ ଶକ୍ତି, ୧୯୮୪ରେ ମଶାଲ, ୧୯୮୬ରେ କରମା, ୧୯୯୧ରେ ସୌଦାଗର ଏବଂ ୧୯୯୮ରେ କିଲା ଥିଲା ଦିଲୀପଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର