ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ: ୪ ମୃତ ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ, ସରକାରୀ ଚାକିରି

The Sakala Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାରେ ମୃତାହତ ହୋଇଥିବା କୃଷକଙ୍କୁ ସରକାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ମୃତ୍ୟୁ ଘଟିଥିବା ୪ ଜଣ କୃଷକଙ୍କ ପରିବାରକୁ ୪୫ ଲକ୍ଷ ଲେଖାଏଁ ମିଳିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବା ନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେହିପରି ଆହତ ହୋଇଥିବା ଚାଷୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ଉତ୍ତରପ୍ରଦେଶ ସରକାର। ଗତକାଲି କେନ୍ଦ୍ର ସରକାରଙ୍କର ନୂତନ କୃଷିନୀତିକୁ […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାରେ ମୃତାହତ ହୋଇଥିବା କୃଷକଙ୍କୁ ସରକାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ମୃତ୍ୟୁ ଘଟିଥିବା ୪ ଜଣ କୃଷକଙ୍କ ପରିବାରକୁ ୪୫ ଲକ୍ଷ ଲେଖାଏଁ ମିଳିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବା ନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେହିପରି ଆହତ ହୋଇଥିବା ଚାଷୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ଉତ୍ତରପ୍ରଦେଶ ସରକାର।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଗତକାଲି କେନ୍ଦ୍ର ସରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଫଳରେ ଘଟଣାସ୍ଥଳରେ ୪ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ଏକାଧିକ କୃଷକ ଆହତ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇବା ସହ ମୃତଦେହ ଧରି ଧାରଣାରେ ବସିଥିଲେ ଚାଷୀ। ହେଲେ ଏବେ ସରକାର କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆ‌ନ୍ଦୋଳନ ବନ୍ଦ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଅନ୍ୟପକ୍ଷରେ ହିଂସା କ୍ଷତିଗ୍ରସ୍ତ ଲକ୍ଷ୍ମୀପୁର ଖେରିକୁ କୌଣସି ପ୍ରକାରର ରାଜନେତାଙ୍କୁ ଛଡ଼ା ଯିବନାହିଁ। କେବଳ ଚାଷୀ ନେତାମାନେ ସେଠାକୁ ଯାଇ ପାରିବେ। ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ସପା ମୁଖ୍ୟ ଅଖିଲେଶ ଯାଦବ ଓ ଆପ୍‌ ସାଂସଦ ସଞ୍ଜୟ ସିଂହ ଲଖିମପୁର ଯାଇ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ହେଁ ପୁଲିସ୍‌ ସେମାନଙ୍କୁ ଅଟକ ରଖିଛି। ତେବେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବାରେ ଲାଗିଛନ୍ତି। ଚାଷୀମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର