ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ୫୦-୫୦ ଲକ୍ଷ ଲେଖାଏଁ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ ସରକାର

The Sakala Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପ୍ରାଣହରାଇ ଥିବା ୮ ଜଣଙ୍କ ପରିବାରକୁ ୫୦-୫୦ ଲେଖାଏଁ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ ସରକାର।  ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏନେଇ ଘୋଷଣା କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏନେଇ ସୂଚନା ଦେଇ ଗଣମାଧ୍ୟମକୁ କହିଛନ୍ତି ଯେ ଞ୍ଜାବ ସରକାରଙ୍କ ତରଫରୁ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ସାମ୍ବାଦିକଙ୍କ ସମେତ […]

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପ୍ରାଣହରାଇ ଥିବା ୮ ଜଣଙ୍କ ପରିବାରକୁ ୫୦-୫୦ ଲେଖାଏଁ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ ସରକାର।  ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏନେଇ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏନେଇ ସୂଚନା ଦେଇ ଗଣମାଧ୍ୟମକୁ କହିଛନ୍ତି ଯେ ଞ୍ଜାବ ସରକାରଙ୍କ ତରଫରୁ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ସାମ୍ବାଦିକଙ୍କ ସମେତ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଚାଷୀଙ୍କ ପରିବାରକୁ ୫୦ ଲେଖାଏଁ ହୟାୟତା କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ଯାଉଛି।  କୃଷକ ଓ ସାମ୍ବାଦିକଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି। ଏଥି ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଯଦି ଦେଶରେ ଏପରି କୃଷକମାନଙ୍କୁ ହତ୍ୟା କରାଯିବ ତେବେ ଆମେ ଚୁପ୍‌ ହୋଇ ବସିପାରିବୁ ନାହିଁ।’’

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ


ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ପରେ ଛତିଶଗଡର ସିଏମ ଭୁପେଶ ବାଘେଲ ମଧ୍ୟ ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଭାରତ ପୀଡିତଙ୍କ ପରିବାର ସହିତ ଛିଡା ହୋଇଛି। ଛତିଶଗଡ ସରକାର ପ୍ରତ୍ୟେକ ପୀଡିତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଏବଂ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ।

ଅନ୍ୟପଟେ ଚାରିଆଡ଼ୁ ସମାଲୋଚନା ପରେ ୟୁପି ସରକାର ଶେଷରେ ବିଭିନ୍ନ ଦଳର ନେତାମାନଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଲକ୍ଷ୍ମୀପୁର ଗସ୍ତ ପାଇଁ ଅନୁମତି ଦିଆଯାଇଛି। କିଛି ସମୟ ତଳେ ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଅଭିମୁଖେ ବାହାରିଛନ୍ତି। ପଞ୍ଜାବ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାହୁଲଙ୍କ ସହ ଯାଇଛନ୍ତି। ଏହି ତିନି କଂଗ୍ରେସ ନେତା ଲକ୍ଷ୍ମୀପୁରର ମୃତ କୃଷକଙ୍କ ପରିବାରକୁ ଭେଟିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର