ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଆସିଲା ପ୍ରାଣ ହରାଇଥିବା ଚାଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

The Sakala Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି। ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ସେଠାରେ ଗୁଳିକାଣ୍ଡ ଘଟିଥିବା ମଧ୍ୟ କୁହାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ୯ ଜଣଙ୍କ ମଧ୍ୟରୁ କେହି ବି ଗୁଳି ମାଡ଼ରେ ପ୍ରାଣ ହରାଇ ନଥିବା ସ୍ପଷ୍ଟ ହୋଇଛି। ୪ ଜଣ ଚାଷୀ ଶକ, ବ୍ରେନ ହେମରେଜ ଓ ଘୋଷରା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ବିଜେପିର ୪ ଜଣ କର୍ମୀ ଠେଙ୍ଗା ମାଡ଼ ଯୋଗୁ ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ସାମ୍ବାଦିକ ରମଣ କଶ୍ୟପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି । ତାଙ୍କର ମୃତ୍ୟୁ ମଧ୍ୟ ଶକ ଓ ବ୍ରେନ ହେମରେଜ ଯୋଗୁ ହୋଇଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର