‘ଏକ ଦେଶ-ଏକ ନିର୍ବାଚନ’ ପ୍ରସଙ୍ଗ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ନିର୍ବାଚନ କରାଇବା ପ୍ରସଙ୍ଗରେ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ୧୮,୬୨୬ ପୃଷ୍ଠାର ପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ୨, ୨୦୨୩ରେ ଏହି କମିଟି ଗଠନ ହୋଇଥିଲା । ୧୯୧ ଦିନ ଧରି ଏହି କମିଟି ଗୋଟିଏ ଦେଶ ଗୋଟିଏ […]

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ନିର୍ବାଚନ କରାଇବା ପ୍ରସଙ୍ଗରେ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ୧୮,୬୨୬ ପୃଷ୍ଠାର ପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜାପାନରେ ସାଇବର ଆକ୍ରମଣ: ChatGPT ବ୍ୟବହାର କରି ୪୬ ହଜାରରୁ ଅଧିକ ଆକାଉଣ୍ଟ ଡିଲିଟ୍ କଲା ୧୫ ବର୍ଷର ଛାତ୍ର

ସେପ୍ଟେମ୍ବର ୨, ୨୦୨୩ରେ ଏହି କମିଟି ଗଠନ ହୋଇଥିଲା । ୧୯୧ ଦିନ ଧରି ଏହି କମିଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଅନୁଧ୍ୟାନ କରିଥିଲା । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ କମିଟି ବିଭିନ୍ନ ଦିଗ ଉପରେ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଗୋଟିଏ ନିର୍ବାଚନ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ବେଆଇନ ନିର୍ମାଣ ଓ ଅଗ୍ନିକାଣ୍ଡ: ଅଧିକାରୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ‘ମୁହଁ ରକ୍ଷା’ ପଦକ୍ଷେପ ବନ୍ଦ କର

ତେବେ ଏହି ରିପୋର୍ଟରେ କଣ ରହିଛି ତାହା ଜଣାପଡିନଥିଲେ ମଧ୍ୟ ଦେଶରେ ଏକକାଳୀନ ମତଦାନ ଆୟୋଜନ କରିବାକୁ ସାମର୍ଥ୍ୟ କରିବାକୁ ସମ୍ବିଧାନର ଶେଷ ପାଞ୍ଚଟି ଆର୍ଟିକିଲରେ ସଂଶୋଧନ କରିବାକୁ ପ୍ୟାନେଲ ସୁପାରିସ କରିଥାଇପାରେ ବୋଲି କୁହାଯାଉଛି। ପ୍ରସ୍ତାବିତ ରିପୋର୍ଟରେ ଲୋକସଭା, ରାଜ୍ୟ ସଭା, ପୌରପାଳିକା ଏବଂ ପଞ୍ଚାୟତକୁ ଏକକାଳୀନ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡିଛି।

ଉଲ୍ଳେଖଯୋଗ୍ୟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତୃତ୍ୱରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସଚିବ ସୁଭାଷ କାଶ୍ୟପ ଏବଂ ବରିଷ୍ଠ ଓକିଲ ହରିଶ ସାଲଭେ ଆଦି ସଦସ୍ୟ ଅଛନ୍ତି।

14 Mar 2024 By The Sakala

‘ଏକ ଦେଶ-ଏକ ନିର୍ବାଚନ’ ପ୍ରସଙ୍ଗ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ନିର୍ବାଚନ କରାଇବା ପ୍ରସଙ୍ଗରେ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ୧୮,୬୨୬ ପୃଷ୍ଠାର ପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି।

ସେପ୍ଟେମ୍ବର ୨, ୨୦୨୩ରେ ଏହି କମିଟି ଗଠନ ହୋଇଥିଲା । ୧୯୧ ଦିନ ଧରି ଏହି କମିଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଅନୁଧ୍ୟାନ କରିଥିଲା । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ କମିଟି ବିଭିନ୍ନ ଦିଗ ଉପରେ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଗୋଟିଏ ନିର୍ବାଚନ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ।

ତେବେ ଏହି ରିପୋର୍ଟରେ କଣ ରହିଛି ତାହା ଜଣାପଡିନଥିଲେ ମଧ୍ୟ ଦେଶରେ ଏକକାଳୀନ ମତଦାନ ଆୟୋଜନ କରିବାକୁ ସାମର୍ଥ୍ୟ କରିବାକୁ ସମ୍ବିଧାନର ଶେଷ ପାଞ୍ଚଟି ଆର୍ଟିକିଲରେ ସଂଶୋଧନ କରିବାକୁ ପ୍ୟାନେଲ ସୁପାରିସ କରିଥାଇପାରେ ବୋଲି କୁହାଯାଉଛି। ପ୍ରସ୍ତାବିତ ରିପୋର୍ଟରେ ଲୋକସଭା, ରାଜ୍ୟ ସଭା, ପୌରପାଳିକା ଏବଂ ପଞ୍ଚାୟତକୁ ଏକକାଳୀନ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡିଛି।

ଉଲ୍ଳେଖଯୋଗ୍ୟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତୃତ୍ୱରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସଚିବ ସୁଭାଷ କାଶ୍ୟପ ଏବଂ ବରିଷ୍ଠ ଓକିଲ ହରିଶ ସାଲଭେ ଆଦି ସଦସ୍ୟ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର