କାବୁଲ ସିରିଜ ବିସ୍ଫୋରଣ : ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୮୦ରୁ ଅଧିକ ମୃତ, ୨୦୦ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

କାବୁଲ : କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନଙ୍କ ସମେତ ଶିଶୁ ଓ ଆଫଗାନ ନାଗରିକ ରହିଛନ୍ତି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ପ୍ରଥମ ବିସ୍ଫୋରଣ ବିମାନବନ୍ଦରର ଆବେ ଗେଟ୍ ନିକଟରେ ହୋଇଥିଲା ବେଳେ ଏହାର […]

କାବୁଲ : କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନଙ୍କ ସମେତ ଶିଶୁ ଓ ଆଫଗାନ ନାଗରିକ ରହିଛନ୍ତି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ପ୍ରଥମ ବିସ୍ଫୋରଣ ବିମାନବନ୍ଦରର ଆବେ ଗେଟ୍ ନିକଟରେ ହୋଇଥିଲା ବେଳେ ଏହାର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ବାରନ୍‌ ହୋଟେଲ ନିକଟରେ ଘଟିଥିଲା। ଗତ ଫେବୃଆରୀ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ କୌଣସି ସେନାଙ୍କ ମୃତ୍ୟୁ ହୋଇଥିବା ଜନ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

ଆଜିର ଏହି ସିରିଜ୍‌ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆଇଏସ୍‌ଆଇଏସ୍‌ର ସହଯୋଗୀ ଆତଙ୍କୀ ସଂଗଠନ ଆଇଏସ୍‌-କୋରାସାନ୍‌ ନିଜକୁ ଦାୟୀ କରିଛି। ବିସ୍ଫୋରଣ ପରେ ଗୁଳି ଶବ୍ଦ ଶୁଣାଯାଇଥିବାରୁ ଘଟଣା ପଛରେ ଆତଙ୍କୀମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ଘଟଣାକୁ ତାଲିବାନ ପକ୍ଷରୁ ନିନ୍ଦା କରାଯାଇଛି। ହେଲେ ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନ କହିଛି। ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ସେ ଅଞ୍ଚଳର ସୁରକ୍ଷା ଦାୟିତ୍ବ ଆମେରିକା ସେନା ହାତରେ ନ୍ୟସ୍ତ ଥିଲା ବୋଲି ତାଲିବାନ ମୁଖପାତ୍ର କହିଛନ୍ତି। ତେବେ ସୌଭାଗ୍ୟ କ୍ରମେ ବହୁ ଭାରତୀୟ ଏବଂ ଆଫଗାନ ଶିଖ ଓ ହିନ୍ଦୁ ଏହି ବିସ୍ଫୋରଣରୁ ରକ୍ଷା ପାଇଯାଇଛନ୍ତି। ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ସେଠାରେ ଗତକାଲି ବହୁ ଭାରତୀୟଙ୍କ ସମେତ ଆଫଗାନ ଶିଖ ହିନ୍ଦୁ ବିମାନ ଅପେକ୍ଷାରେ ରୁଣ୍ଡ ହୋଇଥିଲେ। ଏ ସମ୍ପର୍କରେ ଗୁରୁବାର କାବୁଲ ଗୁରୁଦ୍ବାର କମିଟି ସଭାପତି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

ଏହି ଘଟଣାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୃଢ଼ ନିନ୍ଦା କରିଛନ୍ତି। ଏଭଳି ଘଟିବ ବୋଲି ଆମେ ୩ ଦିନ ଆଗରୁ ସତର୍କତା ଜାରି କରିଥିଲୁ ବୋଲି ଜନସନ୍‌ କହିଛନ୍ତି। ଏଭଳି ସ୍ଥିତିରେ ବ୍ରିଟେନ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ମୃତାହତଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଭାରତ ସଦାସର୍ବଦା ଆତଙ୍କବାଦକୁ ଘୃଣା କରି ଆସୁଥିବାବେଳେ ଏଭଳି ଘଟଣା ମାନବ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ସେହିପରି ଜାତିସଂଘ ସମେତ ନାଟୋ ରାଷ୍ଟ୍ର ମୁଖ୍ୟ ମଧ୍ୟ ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହା ମଧ୍ୟରେ ଆମେରିକା ଏବଂ ବ୍ରିଟେନ ବିସ୍ଫୋରଣ ପରେ ସୁରକ୍ଷା ସ୍ଥିତିକୁ ନେଇ ଜରୁରୀ ବୈଠକ ଡାକିଛନ୍ତି। ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଇସ୍ରାଏଲ ଯାତ୍ରା ରଦ୍ଦ କରିଦେଇଛନ୍ତି। ଏହା ସହିତ ଫ୍ରାନ୍ସ ନିଜ କୂଟନୈତିଜ୍ଞଙ୍କୁ ଆଫଗାନିସ୍ତାନରୁ ଫେରିଯିବାକୁ କହିଛି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ଏହାର ସେନା ପ୍ରତ୍ୟାହାର କରୁ , ନଚେତ୍‌ ସ୍ଥିତି ଭୟାବହ ହେବ ବୋଲି କିଛି ଦିନ ତଳେ ତାଲିବାନ ପକ୍ଷରୁ ଧମକ ଦିଆଯାଇଥିଲା। ଏହାପରେ ଆଇଏସଆଇଏସ୍‌ ପକ୍ଷରୁ କାବୁଲ ବିମାନ ବନ୍ଦର ଉପରେ ହମଲା କରାଯାଇପାରେ ବୋଲି ଆମେରିକା ସୂଚନା ପାଇବା ପରେ ସତର୍କତା ଜାରି କରିଥିଲା। ଆମେରିକାର ସମସ୍ତ ସେନା ବିମାନ ବନ୍ଦର ଠାରୁ ଯଥେଷ୍ଟ ଦୂରରେ ରହିବାକୁ କୁହାଯାଇଥିଲା। ଆମେରିକା ବ୍ୟତୀତ ବ୍ରିଟେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏହାର ନାଗରିମାନଙ୍କ ପ୍ରତି ସତର୍କତା ଜାରି କରିଥÒଲେ। ହେଲେ ଏହି ସତର୍କତା ଜାରି କରାଯିବାର କିଛି ଘଣ୍ଟା ପରେ ଏଭଳି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ କାବୁଲ ବିମାନ ବନ୍ଦର ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଆଫଗାନିସ୍ତାନ ଛାଡିବାକୁ ହଜାର ହଜାର ଆଫଗାନବାସୀ ଏବେ ମଧ୍ୟ ବିମାନ ବନ୍ଦର ନିକଟରେ ରୁଣ୍ଡ ହୋଇଥିବାରୁ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

27 Aug 2021 By The Sakala

କାବୁଲ ସିରିଜ ବିସ୍ଫୋରଣ : ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୮୦ରୁ ଅଧିକ ମୃତ, ୨୦୦ରୁ ଉର୍ଦ୍ଧ୍ବ ଆହତ

କାବୁଲ : କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନଙ୍କ ସମେତ ଶିଶୁ ଓ ଆଫଗାନ ନାଗରିକ ରହିଛନ୍ତି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ପ୍ରଥମ ବିସ୍ଫୋରଣ ବିମାନବନ୍ଦରର ଆବେ ଗେଟ୍ ନିକଟରେ ହୋଇଥିଲା ବେଳେ ଏହାର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ବାରନ୍‌ ହୋଟେଲ ନିକଟରେ ଘଟିଥିଲା। ଗତ ଫେବୃଆରୀ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ କୌଣସି ସେନାଙ୍କ ମୃତ୍ୟୁ ହୋଇଥିବା ଜନ୍‌ କହିଛନ୍ତି।

ଆଜିର ଏହି ସିରିଜ୍‌ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆଇଏସ୍‌ଆଇଏସ୍‌ର ସହଯୋଗୀ ଆତଙ୍କୀ ସଂଗଠନ ଆଇଏସ୍‌-କୋରାସାନ୍‌ ନିଜକୁ ଦାୟୀ କରିଛି। ବିସ୍ଫୋରଣ ପରେ ଗୁଳି ଶବ୍ଦ ଶୁଣାଯାଇଥିବାରୁ ଘଟଣା ପଛରେ ଆତଙ୍କୀମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ଘଟଣାକୁ ତାଲିବାନ ପକ୍ଷରୁ ନିନ୍ଦା କରାଯାଇଛି। ହେଲେ ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନ କହିଛି। ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ସେ ଅଞ୍ଚଳର ସୁରକ୍ଷା ଦାୟିତ୍ବ ଆମେରିକା ସେନା ହାତରେ ନ୍ୟସ୍ତ ଥିଲା ବୋଲି ତାଲିବାନ ମୁଖପାତ୍ର କହିଛନ୍ତି। ତେବେ ସୌଭାଗ୍ୟ କ୍ରମେ ବହୁ ଭାରତୀୟ ଏବଂ ଆଫଗାନ ଶିଖ ଓ ହିନ୍ଦୁ ଏହି ବିସ୍ଫୋରଣରୁ ରକ୍ଷା ପାଇଯାଇଛନ୍ତି। ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ସେଠାରେ ଗତକାଲି ବହୁ ଭାରତୀୟଙ୍କ ସମେତ ଆଫଗାନ ଶିଖ ହିନ୍ଦୁ ବିମାନ ଅପେକ୍ଷାରେ ରୁଣ୍ଡ ହୋଇଥିଲେ। ଏ ସମ୍ପର୍କରେ ଗୁରୁବାର କାବୁଲ ଗୁରୁଦ୍ବାର କମିଟି ସଭାପତି ସୂଚନା ଦେଇଛନ୍ତି।

ଏହି ଘଟଣାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୃଢ଼ ନିନ୍ଦା କରିଛନ୍ତି। ଏଭଳି ଘଟିବ ବୋଲି ଆମେ ୩ ଦିନ ଆଗରୁ ସତର୍କତା ଜାରି କରିଥିଲୁ ବୋଲି ଜନସନ୍‌ କହିଛନ୍ତି। ଏଭଳି ସ୍ଥିତିରେ ବ୍ରିଟେନ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ମୃତାହତଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଭାରତ ସଦାସର୍ବଦା ଆତଙ୍କବାଦକୁ ଘୃଣା କରି ଆସୁଥିବାବେଳେ ଏଭଳି ଘଟଣା ମାନବ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ସେହିପରି ଜାତିସଂଘ ସମେତ ନାଟୋ ରାଷ୍ଟ୍ର ମୁଖ୍ୟ ମଧ୍ୟ ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହା ମଧ୍ୟରେ ଆମେରିକା ଏବଂ ବ୍ରିଟେନ ବିସ୍ଫୋରଣ ପରେ ସୁରକ୍ଷା ସ୍ଥିତିକୁ ନେଇ ଜରୁରୀ ବୈଠକ ଡାକିଛନ୍ତି। ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଇସ୍ରାଏଲ ଯାତ୍ରା ରଦ୍ଦ କରିଦେଇଛନ୍ତି। ଏହା ସହିତ ଫ୍ରାନ୍ସ ନିଜ କୂଟନୈତିଜ୍ଞଙ୍କୁ ଆଫଗାନିସ୍ତାନରୁ ଫେରିଯିବାକୁ କହିଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ଏହାର ସେନା ପ୍ରତ୍ୟାହାର କରୁ , ନଚେତ୍‌ ସ୍ଥିତି ଭୟାବହ ହେବ ବୋଲି କିଛି ଦିନ ତଳେ ତାଲିବାନ ପକ୍ଷରୁ ଧମକ ଦିଆଯାଇଥିଲା। ଏହାପରେ ଆଇଏସଆଇଏସ୍‌ ପକ୍ଷରୁ କାବୁଲ ବିମାନ ବନ୍ଦର ଉପରେ ହମଲା କରାଯାଇପାରେ ବୋଲି ଆମେରିକା ସୂଚନା ପାଇବା ପରେ ସତର୍କତା ଜାରି କରିଥିଲା। ଆମେରିକାର ସମସ୍ତ ସେନା ବିମାନ ବନ୍ଦର ଠାରୁ ଯଥେଷ୍ଟ ଦୂରରେ ରହିବାକୁ କୁହାଯାଇଥିଲା। ଆମେରିକା ବ୍ୟତୀତ ବ୍ରିଟେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏହାର ନାଗରିମାନଙ୍କ ପ୍ରତି ସତର୍କତା ଜାରି କରିଥÒଲେ। ହେଲେ ଏହି ସତର୍କତା ଜାରି କରାଯିବାର କିଛି ଘଣ୍ଟା ପରେ ଏଭଳି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ କାବୁଲ ବିମାନ ବନ୍ଦର ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଆଫଗାନିସ୍ତାନ ଛାଡିବାକୁ ହଜାର ହଜାର ଆଫଗାନବାସୀ ଏବେ ମଧ୍ୟ ବିମାନ ବନ୍ଦର ନିକଟରେ ରୁଣ୍ଡ ହୋଇଥିବାରୁ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର