ଦିଲ୍ଲୀ ମଦ ଦୁର୍ନୀତି ମାମଲା : କେସିଆରଙ୍କ ଝିଅ କେ.କବିତାଙ୍କୁ ଗିରଫ କଲା ଇଡି
ହାଇଦ୍ରାବାଦ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା କେ. କବିତାଙ୍କୁ ଗରିଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କେ.କବିତାଙ୍କ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଆଜି ରେଡ୍ କରିଥିଲା ଇଡି। କିଛି ଘଣ୍ଟାର ରେଡ ପରେ ମନି ଲଣ୍ଡରିଂ ମାମଲାରେ ଇଡି କବିତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଇଡି ଦିଲ୍ଲୀ ଆଣୁଥିବା ଜଣାପଡ଼ିଛି। ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡି […]
ହାଇଦ୍ରାବାଦ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା କେ. କବିତାଙ୍କୁ ଗରିଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କେ.କବିତାଙ୍କ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଆଜି ରେଡ୍ କରିଥିଲା ଇଡି। କିଛି ଘଣ୍ଟାର ରେଡ ପରେ ମନି ଲଣ୍ଡରିଂ ମାମଲାରେ ଇଡି କବିତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଇଡି ଦିଲ୍ଲୀ ଆଣୁଥିବା ଜଣାପଡ଼ିଛି।
ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡି ଦ୍ବାରା ଜେରା ହୋଇଥିଲେ କବିତା । କବିତାଙ୍କୁ ପ୍ରାୟ ୯ ଘଣ୍ଟା ଜେରା କରାଯାଇଥିଲା । ଇଡି କବିତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି ।
ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ ଏମଏଲସି କବିତା ଏହି ଗୃପର ପ୍ରମୁଖ ସଦସ୍ୟ ଥିବା ଦାବି କରିଥିଲା ଇଡି । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ତାଙ୍କୁ ଜେରା କରିବାକୁ ସମନ କରାଯାଇଥିଲା । କିନ୍ତୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିବା ସହ ତଦନ୍ତକାରୀ ସଂସ୍ଥା ସାମ୍ନାରେ ହାଜର ହେଉ ନଥିଲେ। ଏଥିପାଇଁ ଆଜି ଇଡି ଓ ଆୟକର ବିଭାଗରର ୧୦ ଜଣ ଅଧିକାରୀ ହାଇଦ୍ରାବାଦରେ ପହଞ୍ଚି କବିତାଙ୍କ ଘରେ ଛାନଭିନ କରିଥିଲେ। ଏହାପରେ ଇଡି ତାଙ୍କୁ ଗିରଫ କରିଛି।