ତ୍ବରିତ ପଦକ୍ଷେପ ପାଇଁ ‘ଡେଞ୍ଜର-ବଫର୍-ସମ୍ପୂର୍ଣ୍ଣ ସୁରକ୍ଷିତ’ ଜୋନରେ ବିଭକ୍ତ ହେଲା ଯୋଶୀମଠ ସହର

The Sakala Picture
Published On

ଡେରାଡୁନ୍:  ଉତ୍ତରାଖଣ୍ଡର ଦେବଭୂମି ଭାବେ ପରିଚିତ ଯୋଶୀମଠ ସମ୍ପୂର୍ଣ୍ଣ ବିପଦାପନ୍ନ ହୋଇପଡ଼ିଛି। ଭୂପୃଷ୍ଠ ତଳର ମାଟି ଧସିବା ଯୋଗୁଁ ଏଠାକାର ବହୁ ଘର ଏବଂ ରାସ୍ତାରେ ଫାଟ ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଏହାର କାରଣ ଜାଣିବା ଏବଂ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳକୁ ବିଶେଷଜ୍ଞ ଦଳ ପଠାଯାଇଛି। ଏନଡିଆରଏଫ ଟିମ୍ ସହ ମିଶି ଅସୁରକ୍ଷିତ ଘର ଗୁଡିକୁ ଚିହ୍ନଟ  କରାଯାଉଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ […]

ଡେରାଡୁନ୍:  ଉତ୍ତରାଖଣ୍ଡର ଦେବଭୂମି ଭାବେ ପରିଚିତ ଯୋଶୀମଠ ସମ୍ପୂର୍ଣ୍ଣ ବିପଦାପନ୍ନ ହୋଇପଡ଼ିଛି। ଭୂପୃଷ୍ଠ ତଳର ମାଟି ଧସିବା ଯୋଗୁଁ ଏଠାକାର ବହୁ ଘର ଏବଂ ରାସ୍ତାରେ ଫାଟ ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଏହାର କାରଣ ଜାଣିବା ଏବଂ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳକୁ ବିଶେଷଜ୍ଞ ଦଳ ପଠାଯାଇଛି। ଏନଡିଆରଏଫ ଟିମ୍ ସହ ମିଶି ଅସୁରକ୍ଷିତ ଘର ଗୁଡିକୁ ଚିହ୍ନଟ  କରାଯାଉଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ ଏବେ ଚିହ୍ନ ଲଗାଯାଉଛି। ଏପର୍ଯ୍ଯନ୍ତ ୬୦୩ ଘରେ ବଡ଼ ବଡ଼ ଫାଟ ଦେଖାଯାଇଥିବା ଜଣାପଡ଼ିଛ। ଲୋକଙ୍କୁ ବଞ୍ଚାଇବା ପାଇଁ  ଯୋଶୀମଠକୁ ୩ଟି ଜୋନରେ ବିଭକ୍ତ କରାଯାଇଛଇ। ‘ଡେଞ୍ଜର-ବଫର୍-ସଂପୂର୍ଣ୍ଣ ସୁରକ୍ଷିତ’ ଜୋନରେ ବିଭକ୍ତ କରାଯାଇଛି। ଡେଞ୍ଜର ଓ ବଫର ଜୋନର ସ୍ଥିତ ସମୀକ୍ଷା କରାଯାଇଛି। । ସଂପୂର୍ଣ୍ଣ ବିପଦରେ ଥିବା ଜୋନ୍ ତୁରନ୍ତ ସ୍ଥାନାନ୍ତର କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିେଶଧକ ଆଇନ ୨୦୦୫ର ଧାରା ୨୩ ଅନୁଯାୟୀ ରାଜ୍ୟ ସରକାର ଏହା ଘୋଷଣା କରିବା ସହିତ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାରେ ଲାଗି ପଡ଼ିଛନ୍ତି। ଏଥିନେଇ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସୁରକ୍ଷାକର୍ମୀ, ଡାକ୍ତର ଏବଂ ମନସ୍ତାତ୍ତ୍ବିକ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ସହରର ପ୍ରାୟ ୧୦୦ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଆଉ ୫୦୦ ପରିବାରଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିଥିଲେ । ତେବେ ଜମି ଚିହ୍ନଟ ବେଳେ ଭୂସ୍ଖଳନ ନେଇ ଯାଞ୍ଚ କରାଯିବ । ସେଥିପାଇଁ ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣକୁ ଦାୟିତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରାଖଣ୍ଡର ଚାମେଲି ଜିଲ୍ଲାରେ ପ୍ରାୟ ୬୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଯୋଶୀମଠରେ ବିଗତ କିଛି ବର୍ଷ ମଧ୍ୟରେ ବହୁ କୋଠାବାଡ଼ି ସମେତ ରାସ୍ତାଘାଟ ନିର୍ମାଣ କରାଯାଇଛି। ଏହାକୁ ନେଇ ଏହି ପାର୍ବତ୍ୟାଞ୍ଚଳର ପୃଷ୍ଠଭୂମି ଉପରେ ଚାପ ବଢିଥିଲା ବେଳେ ବହୁ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ମାଟି ସ୍ତରକୁ ଧୋଇ ନେଇଛି। ଏହାବ୍ୟତୀତ ଭୂତାତ୍ତ୍ବିକ କାରଣକୁ ନେଇ ହିମାଳୟର ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏହି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ‘ଏମସିଟି-୨’ ପୁନଃସକ୍ରିୟ ହେବା ଯୋଗୁଁ ‘ୟୁେରାସିଆନ ପ୍ଳେଟ’ ତଳକୁ ଇଣ୍ଡିଆନ ପ୍ଳେଟ୍‌ ଧସିଯାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। କେବଳ ଯୋଶୀମଠ ନୁହେଁ, ଉତ୍ତରକାଶୀ ଏବଂ ନୈନିତାଲ ଜିଲ୍ଲା ମଧ୍ୟ ଏହି କାରଣକୁ ନେଇ ପ୍ରଭାବିତ ହେବାକୁ ଯାଉଛି ବୋଲି ସେମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର