ଭାରତୀୟ ବଂଶୋଦ୍ଭବ ରାଧା ଆୟଙ୍ଗରଙ୍କୁ ବଡ଼ ଦାୟିତ୍ବ ଦେଲେ ବାଇଡେନ

The Sakala Picture
Published On

ୱାଶିଂଟନ: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ବଡ଼ ଦାୟିତ୍ବ ମିଳିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଧା ଆୟଙ୍ଗରଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟାଳୟ ପେଣ୍ଟାଗନରେ ଏକ ବଡ଼ ପଦବୀ ପାଇଁ ମନୋନୀତ କରିଛନ୍ତି। ରାଧା ଏବେ ଡେପୁଟି ମିନିଷ୍ଟର ଅଫ ଡିଫେନ୍ସର ଚିଫ୍‌ ଅଫ୍‌ ଷ୍ଟାଫରେ କାମ କରୁଛନ୍ତି। ‘ଡିଫେନ୍ସ ଫର୍‌ ଆକ୍ବାଜିସନ ଆଣ୍ଡ ସଷ୍ଟେନମେଣ୍ଟ’ ର ଉପ ଅନୁ ସଚିବ ପଦ ପାଇଁ ତାଙ୍କୁ ମନୋନୀତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପୂର୍ବରୁ ରାଧା […]

ୱାଶିଂଟନ: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ବଡ଼ ଦାୟିତ୍ବ ମିଳିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଧା ଆୟଙ୍ଗରଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟାଳୟ ପେଣ୍ଟାଗନରେ ଏକ ବଡ଼ ପଦବୀ ପାଇଁ ମନୋନୀତ କରିଛନ୍ତି। ରାଧା ଏବେ ଡେପୁଟି ମିନିଷ୍ଟର ଅଫ ଡିଫେନ୍ସର ଚିଫ୍‌ ଅଫ୍‌ ଷ୍ଟାଫରେ କାମ କରୁଛନ୍ତି। ‘ଡିଫେନ୍ସ ଫର୍‌ ଆକ୍ବାଜିସନ ଆଣ୍ଡ ସଷ୍ଟେନମେଣ୍ଟ’ ର ଉପ ଅନୁ ସଚିବ ପଦ ପାଇଁ ତାଙ୍କୁ ମନୋନୀତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପୂର୍ବରୁ ରାଧା ଗୁଗଲ ଏବଂ ଫେସବୁକରେ କାମ କରୁଥିଲେ। ଏହା ବ୍ୟତୀତ ସେ ଶକ୍ତି ମନ୍ତ୍ରାଳୟ ଏବଂ ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦରେ ଅନେକ ପଦରେ ସେବା ଦେଇଛନ୍ତି। ସେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସରେ ସହାୟକ ପ୍ରଫେସର ମଧ୍ୟ ଥିଲେ। ବାଇଡେନ ପ୍ରଶାସନ ଗତ ୪ ମାସରେ ୪ ଜଣ ଭାରତୀୟ ବଂଶୋଦ୍ଭବକୁ ରାଷ୍ଟ୍ରଦୂତ ନିଯୁକ୍ତି କଲେଣି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର