ଆନ୍ଧ୍ରପ୍ରଦେଶର ତିନି ରାଜଧାନୀ ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ ଜଗନମୋହନ ରେଡ୍ଡୀ ସରକାର

The Sakala Picture
Published On

ବିଶାଖାପାଟନମ୍‌ : ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ପାଇଁ ତିନିଟି ରାଜଧାନୀ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଏଥିସହ ଏହି ଉଦ୍ଦେଶ୍ୟରେ ଆଗତ ନିଷ୍ପତ୍ତିକୁ ଆନ୍ଧ୍ରପ୍ରଦେଶ ସରକାର ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ସୋମବାର, ନଭେମ୍ବର ୨୨ରେ ରାଜ୍ୟର ତିନି ରାଜଧାନୀ ବିଲ୍‌ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପାଇଁ ରାଜ୍ୟରେ କେବଳ ଗୋଟିଏ ରାଜଧାନୀ ରହିବ ବୋଲି ସରକାର କହିଛନ୍ତି। ପ୍ରଶାସନିକ […]

ବିଶାଖାପାଟନମ୍‌ : ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ପାଇଁ ତିନିଟି ରାଜଧାନୀ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଏଥିସହ ଏହି ଉଦ୍ଦେଶ୍ୟରେ ଆଗତ ନିଷ୍ପତ୍ତିକୁ ଆନ୍ଧ୍ରପ୍ରଦେଶ ସରକାର ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ସୋମବାର, ନଭେମ୍ବର ୨୨ରେ ରାଜ୍ୟର ତିନି ରାଜଧାନୀ ବିଲ୍‌ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପାଇଁ ରାଜ୍ୟରେ କେବଳ ଗୋଟିଏ ରାଜଧାନୀ ରହିବ ବୋଲି ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷିଆ ପରେ ଏବେ ଭେନେଜୁଏଲାରୁ ଅଶୋଧିତ ତୈଳ ଆମଦାନୀ କରୁଛି ଭାରତ: ଚଳିତ ମାସରେ ଆସିବ ପ୍ରଥମ ସିପମେଣ୍ଟ

ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବାକୁ ୨୦୨୦ ଜାନୁଆରୀ ମାସରେ ଜଗନ ମୋହନ ସରକାର ଏହି ବିଲକୁ ଆଗତ କରିଥିଲେ। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଆନ୍ଧ୍ରରେ ୩ଟି ରାଜଧାନୀ ହୋଇଥାଆନ୍ତା। ରୟାଲସୀମା ରିଜନରେ ଥିବା କୁରନୁଲକୁ ନ୍ୟାୟପାଳିକାର ରାଜଧାନୀ, ବିଶାଖାପଟନମକୁ କାର୍ଯ୍ୟପାଳିକାର ରାଜଧାନୀ ଓ ଅମରାବତୀକୁ ଲେଜିସଲେଟିଭ ରାଜଧାନୀ ଭାବେ ମାନ୍ୟତା ମିଳିଥାଆନ୍ତା। ରାଜ୍ୟ ସରକାର ହାଇକୋର୍ଟ ସମେତ ସମସ୍ତ ଜୁଡିସିଆଲ ଓ ଲିଗାଲ ପ୍ରତିଷ୍ଠାନକୁ କରନୁଲ, ପ୍ରଶାସନିକ କାର୍ଯ୍ୟାଳୟ ଗୁଡ଼ିକୁ ବିଶାଖାପଟନମ ଓ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କୁ ଅମରାବତୀ ସ୍ଥାନାନ୍ତର କରିବାକୁ ମଧ୍ୟ ଯୋଜନା କରିଥିଲେ।

ଆହୁରି ପଢ଼ନ୍ତୁ: ପେମେଣ୍ଟ ସମସ୍ୟା ଯୋଗୁଁ ଚୀନ୍‌କୁ ମୁହାଁଇଲା କି ଇରାନୀ ତୈଳ ଜାହାଜ? କେନ୍ଦ୍ର ସରକାର ଦେଲେ ସ୍ପଷ୍ଟୀକରଣ

୩ ଟି ରାଜଧାନୀ ନେଇ ଘୋଷଣା ପରେ ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଥିଲେ। ଏଥିସହ ଅମରାବତୀରେ ନୂଆ ରାଜଧାନୀ ପାଇଁ ଜମି ଦେଉଥିବା ଚାଷୀମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ। ସେମାନେ ବିଲ୍ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହାକୁ ହାଇକୋର୍ଟ ପ୍ରତିଦିନ ଶୁଣାଣି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଇରାନରେ ଫସିଥିବା ଆମେରିକୀୟ ପାଇଲଟ୍ ପଠାଇଥିଲେ ଏହି ୩ଟି ଶବ୍ଦ, ଉଡିଯାଇଥିଲା ଆମେରିକାର ହୋସ୍!

ତେବେ, ରାଜ୍ୟର ଆଡଭୋକେଟ୍‌ ଜେନେରାଲ ଏସ୍‌ ଶ୍ରୀରାମ ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରଙ୍କ ସଂପୃକ୍ତ ପ୍ରସ୍ତାବିତ ବିଲ୍‌ ପ୍ରତ୍ୟାହାର ନିଷ୍ପତ୍ତି ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଟିଡିପି, ବିଜେପି ଏବଂ ଜନସେନା ଦ୍ୱାରା ତିନିଟି ଆଞ୍ଚଳିକ ରାଜଧାନୀ ପ୍ରତିଷ୍ଠା ବିରୋଧରେ ବିଗତ ୭୦୦ ଦିନରୁ ଅଧିକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ଅମରାବତୀକୁ ରାଜ୍ୟର ରାଜଧାନୀ ଭାବେ ମାନ୍ୟତା ପ୍ରଦାନ ଦାବି କରି ଏବେ ରାଜ୍ୟରେ ୪୫ ଦିନିଆ ଅମରାବତୀ କୃଷକ ପଦଯାତ୍ରା ମଧ୍ୟ ଚାଲିଛି।

22 Nov 2021 By The Sakala

ଆନ୍ଧ୍ରପ୍ରଦେଶର ତିନି ରାଜଧାନୀ ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ ଜଗନମୋହନ ରେଡ୍ଡୀ ସରକାର

ବିଶାଖାପାଟନମ୍‌ : ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ପାଇଁ ତିନିଟି ରାଜଧାନୀ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଏଥିସହ ଏହି ଉଦ୍ଦେଶ୍ୟରେ ଆଗତ ନିଷ୍ପତ୍ତିକୁ ଆନ୍ଧ୍ରପ୍ରଦେଶ ସରକାର ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ସୋମବାର, ନଭେମ୍ବର ୨୨ରେ ରାଜ୍ୟର ତିନି ରାଜଧାନୀ ବିଲ୍‌ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପାଇଁ ରାଜ୍ୟରେ କେବଳ ଗୋଟିଏ ରାଜଧାନୀ ରହିବ ବୋଲି ସରକାର କହିଛନ୍ତି।

ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବାକୁ ୨୦୨୦ ଜାନୁଆରୀ ମାସରେ ଜଗନ ମୋହନ ସରକାର ଏହି ବିଲକୁ ଆଗତ କରିଥିଲେ। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଆନ୍ଧ୍ରରେ ୩ଟି ରାଜଧାନୀ ହୋଇଥାଆନ୍ତା। ରୟାଲସୀମା ରିଜନରେ ଥିବା କୁରନୁଲକୁ ନ୍ୟାୟପାଳିକାର ରାଜଧାନୀ, ବିଶାଖାପଟନମକୁ କାର୍ଯ୍ୟପାଳିକାର ରାଜଧାନୀ ଓ ଅମରାବତୀକୁ ଲେଜିସଲେଟିଭ ରାଜଧାନୀ ଭାବେ ମାନ୍ୟତା ମିଳିଥାଆନ୍ତା। ରାଜ୍ୟ ସରକାର ହାଇକୋର୍ଟ ସମେତ ସମସ୍ତ ଜୁଡିସିଆଲ ଓ ଲିଗାଲ ପ୍ରତିଷ୍ଠାନକୁ କରନୁଲ, ପ୍ରଶାସନିକ କାର୍ଯ୍ୟାଳୟ ଗୁଡ଼ିକୁ ବିଶାଖାପଟନମ ଓ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କୁ ଅମରାବତୀ ସ୍ଥାନାନ୍ତର କରିବାକୁ ମଧ୍ୟ ଯୋଜନା କରିଥିଲେ।

୩ ଟି ରାଜଧାନୀ ନେଇ ଘୋଷଣା ପରେ ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଥିଲେ। ଏଥିସହ ଅମରାବତୀରେ ନୂଆ ରାଜଧାନୀ ପାଇଁ ଜମି ଦେଉଥିବା ଚାଷୀମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ। ସେମାନେ ବିଲ୍ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହାକୁ ହାଇକୋର୍ଟ ପ୍ରତିଦିନ ଶୁଣାଣି କରୁଛନ୍ତି।

ତେବେ, ରାଜ୍ୟର ଆଡଭୋକେଟ୍‌ ଜେନେରାଲ ଏସ୍‌ ଶ୍ରୀରାମ ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରଙ୍କ ସଂପୃକ୍ତ ପ୍ରସ୍ତାବିତ ବିଲ୍‌ ପ୍ରତ୍ୟାହାର ନିଷ୍ପତ୍ତି ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଟିଡିପି, ବିଜେପି ଏବଂ ଜନସେନା ଦ୍ୱାରା ତିନିଟି ଆଞ୍ଚଳିକ ରାଜଧାନୀ ପ୍ରତିଷ୍ଠା ବିରୋଧରେ ବିଗତ ୭୦୦ ଦିନରୁ ଅଧିକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ଅମରାବତୀକୁ ରାଜ୍ୟର ରାଜଧାନୀ ଭାବେ ମାନ୍ୟତା ପ୍ରଦାନ ଦାବି କରି ଏବେ ରାଜ୍ୟରେ ୪୫ ଦିନିଆ ଅମରାବତୀ କୃଷକ ପଦଯାତ୍ରା ମଧ୍ୟ ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର