ଇରାନର ୨୦ଟି ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲର ଆକ୍ରମଣ; ବହୁ ସାମରିକ ଘାଟି, ଡ୍ରୋନ ଓ କ୍ଷେପଣାସ୍ତ୍ର ପ୍ରକଳ୍ପ ଧ୍ବଂସ

The Sakala Picture
Published On

ନୂଆଦିଲ୍ଲୀ: ଅକ୍ଟୋବର ୧ରେ ଇରାନ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ। ଶନିବାର ପ୍ରତ୍ୟୁଷରେ ଇସ୍ରାଏଲର ୧୦୦ରୁ ଅଧିକ ଲଢୁଆ ବିମାନ ଇରାନ ରାଜଧାନୀ ତେହରାନ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଘନ ଘନ ଆକ୍ରମଣ କରିଛନ୍ତି। ଇରାନର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ନିଶାଣ କରି ଇସ୍ରାଏଲ ବୋମାମାଡ଼ କରିଥିଲା ବେଳେ ଇରାନର ଅନେକ ସାମରିକ ଘାଟି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ ପ୍ରକଳ୍ପ ଧ୍ବଂସ ହୋଇଥିବା କୁହାଯାଇଛି। ତେହରାନ ସହର ସମେତ ପ୍ରଦେଶର ବିଭିନ୍ନ ପ୍ରମୁଖ ସହର, ଇଲାମ୍‌ […]

ନୂଆଦିଲ୍ଲୀ: ଅକ୍ଟୋବର ୧ରେ ଇରାନ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ। ଶନିବାର ପ୍ରତ୍ୟୁଷରେ ଇସ୍ରାଏଲର ୧୦୦ରୁ ଅଧିକ ଲଢୁଆ ବିମାନ ଇରାନ ରାଜଧାନୀ ତେହରାନ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଘନ ଘନ ଆକ୍ରମଣ କରିଛନ୍ତି। ଇରାନର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ନିଶାଣ କରି ଇସ୍ରାଏଲ ବୋମାମାଡ଼ କରିଥିଲା ବେଳେ ଇରାନର ଅନେକ ସାମରିକ ଘାଟି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ ପ୍ରକଳ୍ପ ଧ୍ବଂସ ହୋଇଥିବା କୁହାଯାଇଛି। ତେହରାନ ସହର ସମେତ ପ୍ରଦେଶର ବିଭିନ୍ନ ପ୍ରମୁଖ ସହର, ଇଲାମ୍‌ ଏବଂ ଖୁଜେସ୍ତାନରେ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଇରାନର ଚାରି ଯବାନଙ୍କ ମୃତ୍ୟୁ ହୋଇଥିଲା ବେଳେ କିଛି ଲୋକ ଆହତ ହୋଇଥିବା ଇରାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ବିମାନ ଫେରିଯାଇଛନ୍ତି । ତେବେ ଏହି ଆକ୍ରମଣରେ ଇରାନର ସେଭଳି କିଛି କ୍ଷତି ହୋଇନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଥିଲା ବେଳେ ଇସ୍ରାଏଲକୁ ଦୃଢ ଜବାବ ଦିଆଯିବ ବୋଲି ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖାମନେଇ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଅନ୍ୟପକ୍ଷରେ ଇରାନ ଆକ୍ରମଣର ଜବାବ ଦିଆଯାଇଛି ଏବଂ ନିଜର ଆତ୍ମରକ୍ଷା ଅଧିକାରକୁ ନେଇ ଏଭଳି ପଦକ୍ଷେପ ନେଇଛି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲର ଏହି ଆକ୍ରମଣ ପଛରେ ଆମେରିକାର ପ୍ରଛନ୍ନ ହାତ ରହିଥିବା ଅନୁମାନ କରାଯାଇଛି। କାରଣ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ୍‌ ଇସ୍ରାଏଲ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ସେ ତେଲ୍‌ ଆଭିଭ୍‌ ଛାଡି ଆମେରିକା ବାହାରିବାର ମାତ୍ର କିଛି ମିନିଟ୍‌ ପରେ ଇରାନ ଅଭିମୁଖେ ଇସ୍ରାଏଲର ଯୁଦ୍ଧ ବିମାନ ଉଡାଣ ଭରିଥିଲା ବୋଲି ଜଣାପଡ଼ିଛି। ଇରାନର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆକ୍ରମଣ କରିବାର ଯୋଜନା ବେଞ୍ଜାମିନ-ବ୍ଲିନକେନ୍‌ ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଇରାନର ତୈଳ ଭଣ୍ଡାର ଏବଂ ଆଣବିକ ପ୍ରକଳ୍ପ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ଯୋଜନା କରିଥିଲା ବେଳେ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଆମେରିକା ଇସ୍ରାଏଲକୁ ପରାମର୍ଶ ଦେଇଥିବା କୁହାଯାଉଛି। ତେଣୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଇସ୍ରାଏଲ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ନିଶାଣ କରି ଆକ୍ରମର କରିଥିବା ସାମରିକ ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

ଇସ୍ରାଏଲର ଏହି ଆକ୍ରମଣ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ବଢାଇଛି। ଗୋଟିଏ ପଟେ ଲେବାନନ ଏବଂ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବା ଏବଂ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିଲା ବେଳେ ଇରାନ ଉପରେ ଆକ୍ରମଣକୁ ନେଇ ଇରାନ ପୁଣି ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିପାେର ବୋଲି କୁହାଯାଉଛି। ସେପଟେ ଇରାନ ଉପରେ ଆକ୍ରମଣକୁ ନେଇ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଶନିବାର ୮୦ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଇସ୍ରାଏଲ ଆକ୍ରମଣକୁ ରୁଷ ସମେତ ପାକିସ୍ତାନ, ସାଉଦି ଆରବ ଆଦି ରାଷ୍ଟ୍ର ନିନ୍ଦା କରିଛନ୍ତି। ଗାଜା ଏବଂ ଲେବାନନ ଉପରେ ଇସ୍ରାଏଲ ଚଳାଇଥିବା ଆକ୍ରମଣକୁ ନେଇ ପଶ୍ଚିମ ଏସିଆ ସ୍ଥିତି ବେଳକୁ ବେଳ ଗମ୍ଭୀର ହୋଇ ଚାଲଇଥିଲା ବେଳେ ଏବେ ଇରାନ ଇସ୍ରାଏଲର ଇରାନ ବିରୋଧୀ ଆଭିମୁଖ୍ୟ ପଶ୍ଚିମ ଏସିଆକୁ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧଭୂମିରେ ପରିଣତ କରିପାରେ ବୋଲି ବିଭିନ୍ନ ରାଷ୍ଟ୍ର ଉଦବେଗ ପ୍ରକାଶ କରି କହିଛନ୍ତି। ଭାରତ ମଧ୍ୟ ଉଦବେଗ ପ୍ରକାଶ କରିବା ସହିତ ଉଭୟ ପକ୍ଷ ଯୁଦ୍ଧରୁ ବିରତ ରହି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଇରାନ ଏବଂ ଇସ୍ରାଏଲକୁ ଆହ୍ବାନ ଜଣାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନ ପାଲଟା ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ ବୋଲି ଆମେରିକା ଚେତାବନୀ ଦେଇଛି ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

27 Oct 2024 By The Sakala

ଇରାନର ୨୦ଟି ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲର ଆକ୍ରମଣ; ବହୁ ସାମରିକ ଘାଟି, ଡ୍ରୋନ ଓ କ୍ଷେପଣାସ୍ତ୍ର ପ୍ରକଳ୍ପ ଧ୍ବଂସ

ନୂଆଦିଲ୍ଲୀ: ଅକ୍ଟୋବର ୧ରେ ଇରାନ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ। ଶନିବାର ପ୍ରତ୍ୟୁଷରେ ଇସ୍ରାଏଲର ୧୦୦ରୁ ଅଧିକ ଲଢୁଆ ବିମାନ ଇରାନ ରାଜଧାନୀ ତେହରାନ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଘନ ଘନ ଆକ୍ରମଣ କରିଛନ୍ତି। ଇରାନର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ନିଶାଣ କରି ଇସ୍ରାଏଲ ବୋମାମାଡ଼ କରିଥିଲା ବେଳେ ଇରାନର ଅନେକ ସାମରିକ ଘାଟି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ ପ୍ରକଳ୍ପ ଧ୍ବଂସ ହୋଇଥିବା କୁହାଯାଇଛି। ତେହରାନ ସହର ସମେତ ପ୍ରଦେଶର ବିଭିନ୍ନ ପ୍ରମୁଖ ସହର, ଇଲାମ୍‌ ଏବଂ ଖୁଜେସ୍ତାନରେ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଇରାନର ଚାରି ଯବାନଙ୍କ ମୃତ୍ୟୁ ହୋଇଥିଲା ବେଳେ କିଛି ଲୋକ ଆହତ ହୋଇଥିବା ଇରାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ବିମାନ ଫେରିଯାଇଛନ୍ତି । ତେବେ ଏହି ଆକ୍ରମଣରେ ଇରାନର ସେଭଳି କିଛି କ୍ଷତି ହୋଇନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଥିଲା ବେଳେ ଇସ୍ରାଏଲକୁ ଦୃଢ ଜବାବ ଦିଆଯିବ ବୋଲି ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖାମନେଇ କହିଛନ୍ତି ।

ଅନ୍ୟପକ୍ଷରେ ଇରାନ ଆକ୍ରମଣର ଜବାବ ଦିଆଯାଇଛି ଏବଂ ନିଜର ଆତ୍ମରକ୍ଷା ଅଧିକାରକୁ ନେଇ ଏଭଳି ପଦକ୍ଷେପ ନେଇଛି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲର ଏହି ଆକ୍ରମଣ ପଛରେ ଆମେରିକାର ପ୍ରଛନ୍ନ ହାତ ରହିଥିବା ଅନୁମାନ କରାଯାଇଛି। କାରଣ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ୍‌ ଇସ୍ରାଏଲ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ସେ ତେଲ୍‌ ଆଭିଭ୍‌ ଛାଡି ଆମେରିକା ବାହାରିବାର ମାତ୍ର କିଛି ମିନିଟ୍‌ ପରେ ଇରାନ ଅଭିମୁଖେ ଇସ୍ରାଏଲର ଯୁଦ୍ଧ ବିମାନ ଉଡାଣ ଭରିଥିଲା ବୋଲି ଜଣାପଡ଼ିଛି। ଇରାନର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆକ୍ରମଣ କରିବାର ଯୋଜନା ବେଞ୍ଜାମିନ-ବ୍ଲିନକେନ୍‌ ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଇରାନର ତୈଳ ଭଣ୍ଡାର ଏବଂ ଆଣବିକ ପ୍ରକଳ୍ପ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ଯୋଜନା କରିଥିଲା ବେଳେ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଆମେରିକା ଇସ୍ରାଏଲକୁ ପରାମର୍ଶ ଦେଇଥିବା କୁହାଯାଉଛି। ତେଣୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଇସ୍ରାଏଲ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ନିଶାଣ କରି ଆକ୍ରମର କରିଥିବା ସାମରିକ ବିଶେଷଜ୍ଞମାନେ କହିଛନ୍ତି।

ଇସ୍ରାଏଲର ଏହି ଆକ୍ରମଣ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ବଢାଇଛି। ଗୋଟିଏ ପଟେ ଲେବାନନ ଏବଂ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବା ଏବଂ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିଲା ବେଳେ ଇରାନ ଉପରେ ଆକ୍ରମଣକୁ ନେଇ ଇରାନ ପୁଣି ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିପାେର ବୋଲି କୁହାଯାଉଛି। ସେପଟେ ଇରାନ ଉପରେ ଆକ୍ରମଣକୁ ନେଇ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଶନିବାର ୮୦ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଇସ୍ରାଏଲ ଆକ୍ରମଣକୁ ରୁଷ ସମେତ ପାକିସ୍ତାନ, ସାଉଦି ଆରବ ଆଦି ରାଷ୍ଟ୍ର ନିନ୍ଦା କରିଛନ୍ତି। ଗାଜା ଏବଂ ଲେବାନନ ଉପରେ ଇସ୍ରାଏଲ ଚଳାଇଥିବା ଆକ୍ରମଣକୁ ନେଇ ପଶ୍ଚିମ ଏସିଆ ସ୍ଥିତି ବେଳକୁ ବେଳ ଗମ୍ଭୀର ହୋଇ ଚାଲଇଥିଲା ବେଳେ ଏବେ ଇରାନ ଇସ୍ରାଏଲର ଇରାନ ବିରୋଧୀ ଆଭିମୁଖ୍ୟ ପଶ୍ଚିମ ଏସିଆକୁ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧଭୂମିରେ ପରିଣତ କରିପାରେ ବୋଲି ବିଭିନ୍ନ ରାଷ୍ଟ୍ର ଉଦବେଗ ପ୍ରକାଶ କରି କହିଛନ୍ତି। ଭାରତ ମଧ୍ୟ ଉଦବେଗ ପ୍ରକାଶ କରିବା ସହିତ ଉଭୟ ପକ୍ଷ ଯୁଦ୍ଧରୁ ବିରତ ରହି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଇରାନ ଏବଂ ଇସ୍ରାଏଲକୁ ଆହ୍ବାନ ଜଣାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନ ପାଲଟା ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ ବୋଲି ଆମେରିକା ଚେତାବନୀ ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର