ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ : ଶୀର୍ଷ ଆତଙ୍କବାଦୀ ସହ ୧୫ ମୃତ

The Sakala Picture
Published On

ତେଲ ଆଭିଭ୍‌ : ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲର ଘନ ଘନ ବୋମାମାଡ଼ କରାଯିବା ଦ୍ବାରା ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ଜଣେ ଟପ୍‌ କମାଣ୍ଡର ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ସାମିଲ ରହିଥିବା ଜଣାପଡିଛି।  ଏହାବ୍ୟତୀତ ୫୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାୟ ସପ୍ତାହକ ତଳେ ପାଲେଷ୍ଟାଇନ ଇସଲାମିକ ଜିହାଦ(ପିଆଇଜେ)ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଗିରଫ କରାଯିବା ପରେ ଏହି ସଂଗଠନ ଆକ୍ରମଣାତ୍ମକ ହୋଇପଡ଼ିବା ସହିତ ଇସ୍ରାଏଲ ଉପରେ ୧୦୦ […]

ତେଲ ଆଭିଭ୍‌ : ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲର ଘନ ଘନ ବୋମାମାଡ଼ କରାଯିବା ଦ୍ବାରା ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ଜଣେ ଟପ୍‌ କମାଣ୍ଡର ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ସାମିଲ ରହିଥିବା ଜଣାପଡିଛି।  ଏହାବ୍ୟତୀତ ୫୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରାୟ ସପ୍ତାହକ ତଳେ ପାଲେଷ୍ଟାଇନ ଇସଲାମିକ ଜିହାଦ(ପିଆଇଜେ)ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଗିରଫ କରାଯିବା ପରେ ଏହି ସଂଗଠନ ଆକ୍ରମଣାତ୍ମକ ହୋଇପଡ଼ିବା ସହିତ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ରକେଟ ଆକ୍ରମଣ କରିଥିଲା। ଏହାପରେ ପୁରା ଇସ୍ରାଏଲରେ ସତର୍କତା ଜାରି କରାଯିବା ସହିତ ଏହି ଆତଙ୍କବାଦୀ ଗୋଷ୍ଠୀ ଉପରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିଦେଇଥିଲା। ଗାଜା ଷ୍ଟ୍ରିପର ବିଭିନ୍ନ ଆତଙ୍କବାଦୀ ଠିକଣା ଉପରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା ବେଳେ ପିଆଇଜେ କମାଣ୍ଡର ସହ ଅନ୍ୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟାଇର ଲାପିର କହିଛନ୍ତି ଯେ, ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଶୁକ୍ରବାରଦିନ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଏୟାରଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା । ତାହା ସାରାରାତି ଜାରି ରହିଥିଲା । ଇସଲାମିକ ଚରମପନ୍ଥୀଙ୍କ ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଛି ।ଏହି ଏୟାରଷ୍ଟ୍ରାଇକରେ ମୋଟ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପାଲେଷ୍ଟାଇନ ମୁକ୍ତି ପାଇଁ ଲଢୁଥିବା ଜଣେ କମାଣ୍ଡର ରହିଛନ୍ତି । ତେବେ ଏହି ଏୟାରଷ୍ଟ୍ରାଇକରେ ଏକ ୫ ବର୍ଷୀୟ ଶିଶୁ ମୃତ୍ୟୁବରଣ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର