ଫ୍ରାନ୍ସରେ ତଦନ୍ତ ଆରମ୍ଭ, ଭାରତରେ କାହିଁକି ନୁହଁ

The Sakala Picture
Published On

ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ପେଗାସସ୍ ମାମଲା। ୧୬ ମିଡିଆ ସଂଗଠନର ତଦନ୍ତ ରିପୋର୍ଟରେ କୁହାଯାିଛି ଯେ ବିଶ୍ବର ୧୦ଟି ଦେଶର ନେତା, ଅଫିସର ଏବଂ ସାମ୍ବାଦିକଙ୍କ ଫୋନ ଟ୍ୟାପିଂ(ଗୁପ୍ତଚର) କରାଯାଉଥିଲା। ଏଥିରେ ଭାରତର ୩୮ ସାମ୍ବାଦିକ, ବିରୋଧୀ ଦଳର ୩ ଜଣ ପ୍ରମୁଖ ନେତା, ୨ ମନ୍ତ୍ରୀ ଏବଂ ଜଣେ ବିଚାରପତିଙ୍କ ନାମ ସାମ୍ନାକୁ ଆସିଛି। ପେଗାସସକୁ ନିର୍ମାଣ କରିଥିବା କମ୍ପାନୀ ଏହାକୁ କେବଳ ସରକାରଙ୍କୁ ବିକ୍ରି କରିଥାଏ। ତେଣୁ ଏହାକୁ ନେଇ କେନ୍ଦ୍ର […]

ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ପେଗାସସ୍ ମାମଲା। ୧୬ ମିଡିଆ ସଂଗଠନର ତଦନ୍ତ ରିପୋର୍ଟରେ କୁହାଯାିଛି ଯେ ବିଶ୍ବର ୧୦ଟି ଦେଶର ନେତା, ଅଫିସର ଏବଂ ସାମ୍ବାଦିକଙ୍କ ଫୋନ ଟ୍ୟାପିଂ(ଗୁପ୍ତଚର) କରାଯାଉଥିଲା। ଏଥିରେ ଭାରତର ୩୮ ସାମ୍ବାଦିକ, ବିରୋଧୀ ଦଳର ୩ ଜଣ ପ୍ରମୁଖ ନେତା, ୨ ମନ୍ତ୍ରୀ ଏବଂ ଜଣେ ବିଚାରପତିଙ୍କ ନାମ ସାମ୍ନାକୁ ଆସିଛି। ପେଗାସସକୁ ନିର୍ମାଣ କରିଥିବା କମ୍ପାନୀ ଏହାକୁ କେବଳ ସରକାରଙ୍କୁ ବିକ୍ରି କରିଥାଏ। ତେଣୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି। ଭାରତ ସରକାର ମାମଲାର ତଦନ୍ତ କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ଫ୍ରାନ୍ସରେ ଅନୁସନ୍ଧାନ ମୂଳକ ସାମ୍ବାଦିକତା କରୁଥିବା ସଂସ୍ଥା ମିଡିଆପାରର ପ୍ରତିଷ୍ଠାତା ଏଡଭି ପ୍ଲେନେଲ ଏବଂ ତାଙ୍କ ସହଯୋଗୀ ସାମ୍ବାଦିକ ଲିନାଗ ବ୍ରେଣ୍ଡୋଙ୍କ ନାମ ମଧ୍ୟ ପେଗାସସ ତାଲିକାରେ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ସୂଚନାଯୋଗ୍ୟ ଯେ ମିଡିଆପାର ଏନଜିଓର ଅଭିଯୋଗରେ ଫ୍ରାନ୍ସ ସରକାର ରାଫେଲ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ସଂସ୍ଥାର ସାମ୍ବାଦିକ ଲିନାଗ ପେଗାସସ ମାମଲାରେ ଫ୍ରାନ୍ସରେ ଏତଲା ରୁଜୁ କରିଛନ୍ତି। ପରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ତେବେ ଭାରତରେ କାହିଁକି ତଦନ୍ତ ହେବନାହିଁ ବୋଲି ପ୍ରଶ୍ନ ଉଠିଛି। ଫ୍ରାନ୍ସରେ ଆମିନେଷ୍ଟି ଇଣ୍ଟରନ୍ୟାସନାଲର ଫରେନସିକ ଯାଞ୍ଚରୁ ଜଣାପଡିଛି ଯେ କିଛି ଲୋକଙ୍କ ଫୋନରୁ ତଥ୍ୟ ଚୋରି ହୋଇଛି। ଏହାକୁ ତଦନ୍ତ ଆରମ୍ଭ କରିବାର ପର୍ଯ୍ୟାପ୍ତ ଆଧାର ମନେକରାଯାଇଛି। ଏହି ଆଧାରରେ ଭାରତରେ ମଧ୍ୟ ତଦନ୍ତ କରିହେବ। କିନ୍ତୁ ପ୍ରବଳ ହଟଗୋଳ ସତ୍ତ୍ବେ ଭାରତରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇନାହିଁ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

24 Jul 2021 By The Sakala

ଫ୍ରାନ୍ସରେ ତଦନ୍ତ ଆରମ୍ଭ, ଭାରତରେ କାହିଁକି ନୁହଁ

ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ପେଗାସସ୍ ମାମଲା। ୧୬ ମିଡିଆ ସଂଗଠନର ତଦନ୍ତ ରିପୋର୍ଟରେ କୁହାଯାିଛି ଯେ ବିଶ୍ବର ୧୦ଟି ଦେଶର ନେତା, ଅଫିସର ଏବଂ ସାମ୍ବାଦିକଙ୍କ ଫୋନ ଟ୍ୟାପିଂ(ଗୁପ୍ତଚର) କରାଯାଉଥିଲା। ଏଥିରେ ଭାରତର ୩୮ ସାମ୍ବାଦିକ, ବିରୋଧୀ ଦଳର ୩ ଜଣ ପ୍ରମୁଖ ନେତା, ୨ ମନ୍ତ୍ରୀ ଏବଂ ଜଣେ ବିଚାରପତିଙ୍କ ନାମ ସାମ୍ନାକୁ ଆସିଛି। ପେଗାସସକୁ ନିର୍ମାଣ କରିଥିବା କମ୍ପାନୀ ଏହାକୁ କେବଳ ସରକାରଙ୍କୁ ବିକ୍ରି କରିଥାଏ। ତେଣୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି। ଭାରତ ସରକାର ମାମଲାର ତଦନ୍ତ କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ଫ୍ରାନ୍ସରେ ଅନୁସନ୍ଧାନ ମୂଳକ ସାମ୍ବାଦିକତା କରୁଥିବା ସଂସ୍ଥା ମିଡିଆପାରର ପ୍ରତିଷ୍ଠାତା ଏଡଭି ପ୍ଲେନେଲ ଏବଂ ତାଙ୍କ ସହଯୋଗୀ ସାମ୍ବାଦିକ ଲିନାଗ ବ୍ରେଣ୍ଡୋଙ୍କ ନାମ ମଧ୍ୟ ପେଗାସସ ତାଲିକାରେ ସାମିଲ ରହିଛି।

ସୂଚନାଯୋଗ୍ୟ ଯେ ମିଡିଆପାର ଏନଜିଓର ଅଭିଯୋଗରେ ଫ୍ରାନ୍ସ ସରକାର ରାଫେଲ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ସଂସ୍ଥାର ସାମ୍ବାଦିକ ଲିନାଗ ପେଗାସସ ମାମଲାରେ ଫ୍ରାନ୍ସରେ ଏତଲା ରୁଜୁ କରିଛନ୍ତି। ପରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ତେବେ ଭାରତରେ କାହିଁକି ତଦନ୍ତ ହେବନାହିଁ ବୋଲି ପ୍ରଶ୍ନ ଉଠିଛି। ଫ୍ରାନ୍ସରେ ଆମିନେଷ୍ଟି ଇଣ୍ଟରନ୍ୟାସନାଲର ଫରେନସିକ ଯାଞ୍ଚରୁ ଜଣାପଡିଛି ଯେ କିଛି ଲୋକଙ୍କ ଫୋନରୁ ତଥ୍ୟ ଚୋରି ହୋଇଛି। ଏହାକୁ ତଦନ୍ତ ଆରମ୍ଭ କରିବାର ପର୍ଯ୍ୟାପ୍ତ ଆଧାର ମନେକରାଯାଇଛି। ଏହି ଆଧାରରେ ଭାରତରେ ମଧ୍ୟ ତଦନ୍ତ କରିହେବ। କିନ୍ତୁ ପ୍ରବଳ ହଟଗୋଳ ସତ୍ତ୍ବେ ଭାରତରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର