ପାକିସ୍ତାନ ତୁଳନାରେ ଭାରତର ବେକାରି ସମସ୍ୟା ଦୁଇଗୁଣ : ରାହୁଲ ଗାନ୍ଧୀ
ଗ୍ବାଲିୟର : ଦେଶର ସାଂପ୍ରତିକ ବେକାରି ସମସ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ, ପାକିସ୍ତାନ, ବାଂଲାଦେଶ ଏବଂ ଭୁଟ୍ଟାନ ଭଳି ଛୋଟ ଦେଶଙ୍କ ତୁଳନାରେ ଭାରତର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ବୋଲି ସେ କହିଛନ୍ତି। ଏପରିକି ପାକିସ୍ତାନ ତୁଳନାରେ ଭାରତରେ ବୋକରି ସମସ୍ୟା ଦୁଇ ଗୁଣ ଅଧିକ ବୋଲି ରାହୁଲ କହିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାହୁଲ ରବିବାର ଗ୍ବାଲିୟରରେ […]
ଗ୍ବାଲିୟର : ଦେଶର ସାଂପ୍ରତିକ ବେକାରି ସମସ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ, ପାକିସ୍ତାନ, ବାଂଲାଦେଶ ଏବଂ ଭୁଟ୍ଟାନ ଭଳି ଛୋଟ ଦେଶଙ୍କ ତୁଳନାରେ ଭାରତର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ବୋଲି ସେ କହିଛନ୍ତି। ଏପରିକି ପାକିସ୍ତାନ ତୁଳନାରେ ଭାରତରେ ବୋକରି ସମସ୍ୟା ଦୁଇ ଗୁଣ ଅଧିକ ବୋଲି ରାହୁଲ କହିଛନ୍ତି।
ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାହୁଲ ରବିବାର ଗ୍ବାଲିୟରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ନୋଟବନ୍ଦୀ କରି ଛୋଟ ଛୋଟ ବ୍ୟବସାୟୀଙ୍କ ହାତ ବନ୍ଦ କରିଦେଇଥିଲେ। ଏହାପରେ ଜିଏସଟି ଲାଗୁ କରି ସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲେ। ଯାହାକୁ ନେଇ ଦେଶର ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହେବା ସହିତ ବେକାରି ସମସ୍ୟା ବଢିବାରେ ଲାଗିଛି ବୋଲି ରାହୁଲ କହିଛନ୍ତି।
କିନ୍ତୁ ଅନ୍ୟପକ୍ଷରେ ମୋଦୀ ସରକାର ବଡ଼ ବଡିଆଙ୍କ ଧନ ଆହୁରି କେମିତି ବଢିବ ତାହାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ବିଶେଷକରି ଅବରପତିଙ୍କ ପାଇଁ ଏହି ସରକାର ଖୁବ୍ ଯତ୍ନଶୀଳ ହେବା ସହିତ ସେମାନଙ୍କ ହଜାର ହଜାର କୋଟି ଟଙ୍କାର ଋଣ ମାଫ୍ କରିବାକୁ ପଛାଇ ନାହିଁ। ଯଦି ଶିଳ୍ପପତିଙ୍କ ଋଣ ମାଫ୍ କରାଯାଇପାରୁଛି ତେବେ ଚାଷୀଙ୍କ ଋଣ କାହିଁକି ଛାଡ ହୋଇପାରିବନି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଯଦି ଭାରତ ମାତା କି ଜୟ କହି ଆମେ ଦେଶର ବନ୍ଦନ କରୁଛେ ତେବେ ୭୫ ପ୍ରତିଶତ ଦେଶବାସୀଙ୍କ ମଧ୍ୟ ଜୟ ହେବା ଦରକାର ବୋଲି ରାହୁଲ କହିଛନ୍ତି।