କାନାଡାକୁ ଭାରତ ସରକାରଙ୍କ ଖୋଲା ଚେତାବନୀ, ଅକ୍ଟୋବର ୧୦ ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ : ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଉପରେ କାନାଡାର ଭିତ୍ତିହୀନ ଅଭିଯୋଗ ପରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ଉପରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରୁଥିବା କାନାଡାକୁ ଭାରତ ଖୋଲା ଚ୍ୟାଲେଞ୍ଜ ଦେବା ସହ ୧୦ ଅକ୍ଟୋବର ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। ଜୁନ ୧୮ରେ କାନାଡ଼ାର ସୁରେର ଗୁରୁଦ୍ୱାର ସମ୍ମୁଖରେ ହରଦୀପ ସିଂ ନିଜାରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହା ଉପରେ […]

ନୂଆଦିଲ୍ଲୀ : ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଉପରେ କାନାଡାର ଭିତ୍ତିହୀନ ଅଭିଯୋଗ ପରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ଉପରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରୁଥିବା କାନାଡାକୁ ଭାରତ ଖୋଲା ଚ୍ୟାଲେଞ୍ଜ ଦେବା ସହ ୧୦ ଅକ୍ଟୋବର ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ ବିଜାପୁରରେ ପୋଲିସ-ମାଓବାଦୀ ଗୁଳିବିନିମୟ: ଦୁର୍ଦ୍ଦାନ୍ତ ମାଓ ନେତା ଉଧମ ସିଂ ନିହତ

ଜୁନ ୧୮ରେ କାନାଡ଼ାର ସୁରେର ଗୁରୁଦ୍ୱାର ସମ୍ମୁଖରେ ହରଦୀପ ସିଂ ନିଜାରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହା ଉପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିକଟରେ କାନାଡା ସଂସଦରେ ଏକ ବିତର୍କ ସମୟରେ ଦାବି କରିଥିଲେ ଯେ ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡା ନାଗରିକ ହରଦୀପ ସିଂ ନିଜାର ହତ୍ୟାକାଣ୍ଡରେ ସାମିଲ ଅଛନ୍ତି। ତେବେ ଭାରତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଛ ଓ ଭିତ୍ତିହୀନ ବୋଲି କହିଛି। ଏଥି ସହିତ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାରେ ଭାରତ ହାତଥିବା ଦାବି କରୁଥିବା କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମଧ୍ୟ ଦେଇନାହିଁ। ଖାଲି ଏକ ଭିତ୍ତିହୀନ ଅଭିଯୋଗ କରିଆସୁଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ମହାସମର: ଆମେରିକା ବିପକ୍ଷରୁ ଭାରତର ଅଭିଯାନ

ତେବେ ଏହି ଘଟଣା ପରେ ପ୍ରଥମେ କାନାଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା ଏହାପରେ ଭାରତ ମଧ୍ୟ କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା। ଏଥି ସହିତ ଦୁଇ ଦେଶର ସମ୍ପର୍କ ଅଥିକ ତିକ୍ତ ହେବା ପରେ ଏବେ ପୁଣି ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ସୂରୂପ ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଛି। କାନାଡା ଉପରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ଭାରତ ସରକାର ସୂଚିତ କରିସାରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତରେ ବହୁତ କାନାଡିୟ କୂଟନୀତିଜ୍ଞ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ସଂଖ୍ୟା ହ୍ରାସ ହେବା ଆବଶ୍ୟକ। ଭାରତର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କାନାଡା ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...

କାନାଡା ବିରୋଧରେ ଭାରତର ତୃତୀୟ କାର୍ଯ୍ୟାନୁଷ୍ଠାନ 

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦାବି ପରେ କାନାଡା ବିରୋଧରେ ଭାରତ ସରକାରଙ୍କ ଏହା ହେଉଛି ତୃତୀୟ କାର୍ଯ୍ୟାନୁଷ୍ଠାନ । ଭାରତ ସରକାର ପ୍ରଥମେ କାନାଡାର ରାଷ୍ଟ୍ରଦୂତ ଅଧିକାରୀଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଭାରତ ସରକାର କାନାଡା ନାଗରିକଙ୍କ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଭିସା ସେବା ବନ୍ଦ କରିଦେଇଥିଲେ। ଏହା ସହିତ ଭାରତ ସରକାର ମଧ୍ୟ କାନାଡାରେ ରହୁଥିବା ଏବଂ ସେଠାରେ ଯାତ୍ରା କରୁଥିବା ଭାରତୀୟଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp