ସୁଧୁରୁଛି ସ୍ଥିତି, କାନାଡା ନାଗରିକଙ୍କ ପାଇଁ ପୁନଃ ଇ-ଭିସା ଆରମ୍ଭ କଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ସୁଧୁରୁଛି ସ୍ଥିତି। ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ପୁଣି ଆରମ୍ଭ କରିଛନ୍ତି। ଏହି ସେବା ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ । ଭାରତର ଏହି ପଦକ୍ଷେପ ପରେ ଭାରତ ଏବଂ କାନାଡା ମଧ୍ୟରେ ପୁଣି ନୂଆ କରି ସମ୍ପର୍କ […]

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ସୁଧୁରୁଛି ସ୍ଥିତି। ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ପୁଣି ଆରମ୍ଭ କରିଛନ୍ତି। ଏହି ସେବା ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ । ଭାରତର ଏହି ପଦକ୍ଷେପ ପରେ ଭାରତ ଏବଂ କାନାଡା ମଧ୍ୟରେ ପୁଣି ନୂଆ କରି ସମ୍ପର୍କ ଆରମ୍ଭ ହେବ ବୋଲି କୁହାଯାଉଛି । ପୂର୍ବରୁ ବ୍ୟବସାୟ ଏବଂ ଡାକ୍ତରୀ ଭିସା ସମେତ ୪ ଟି ସେବା ପାଇଁ ଅକ୍ଟୋବର ମାସରେ ଅନୁମତି ମିଳିଥିଲା । ଆଜି ପର୍ୟ୍ୟଟନ ଇ-ଭିସା ସେବାକୁ ପୁନଃ ଆରମ୍ଭ କରାଯାଇଛି ।

ଆହୁରି ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୁଚାକି କେଲାସ ନିହତ

ତେବେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । କରାଣ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଯଦି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ । କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା । ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। କାନାଡାକୁ ତାଙ୍କ କୂଟନୈତିଜ୍ଞଙ୍କୁ ଫେରାଇ ନେବାକୁ କହିବା ସହ ନାଗରିକଙ୍କ ପାଇଁ ଇ-ଭିସା ସେବା ସ୍ଥଗିତ ରଖିଥିଲା ।

ଆହୁରି ପଢ଼ନ୍ତୁ: ନାଳନ୍ଦାର ଶୀତଳା ମାତା ମନ୍ଦିରରେ ଦଳାଚକଟା: ୮ ଜଣଙ୍କ ମୃତ୍ୟୁ, ଏସଏଚଓ ନିଲମ୍ବିତ

22 Nov 2023 By The Sakala

ସୁଧୁରୁଛି ସ୍ଥିତି, କାନାଡା ନାଗରିକଙ୍କ ପାଇଁ ପୁନଃ ଇ-ଭିସା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ସୁଧୁରୁଛି ସ୍ଥିତି। ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ପୁଣି ଆରମ୍ଭ କରିଛନ୍ତି। ଏହି ସେବା ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ । ଭାରତର ଏହି ପଦକ୍ଷେପ ପରେ ଭାରତ ଏବଂ କାନାଡା ମଧ୍ୟରେ ପୁଣି ନୂଆ କରି ସମ୍ପର୍କ ଆରମ୍ଭ ହେବ ବୋଲି କୁହାଯାଉଛି । ପୂର୍ବରୁ ବ୍ୟବସାୟ ଏବଂ ଡାକ୍ତରୀ ଭିସା ସମେତ ୪ ଟି ସେବା ପାଇଁ ଅକ୍ଟୋବର ମାସରେ ଅନୁମତି ମିଳିଥିଲା । ଆଜି ପର୍ୟ୍ୟଟନ ଇ-ଭିସା ସେବାକୁ ପୁନଃ ଆରମ୍ଭ କରାଯାଇଛି ।

ତେବେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । କରାଣ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଯଦି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ । କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା । ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। କାନାଡାକୁ ତାଙ୍କ କୂଟନୈତିଜ୍ଞଙ୍କୁ ଫେରାଇ ନେବାକୁ କହିବା ସହ ନାଗରିକଙ୍କ ପାଇଁ ଇ-ଭିସା ସେବା ସ୍ଥଗିତ ରଖିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର