ଆସନ୍ତାକାଲିଠୁ ‘ଇଣ୍ଡିଆ’ ମେଣ୍ଟର ଦୁଇ ଦିନିଆ ବୈଠକ, ଚିହ୍ନ ଓ ଆସନ ପାଇଁ ହେବ ବୁଝାମଣା

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ବିଜେପି ସରକାରକୁ କେନ୍ଦ୍ରରୁ ହଟାଇବା ଲାଗି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଉଦ୍ୟମ ଜାରି ରହିଛି। ପାଟନାରେ ପ୍ରଥମ ବୈଠକ ପରେ ଏବେ ତୃତୀୟ ବୈଠକ ହେବାକୁ ଯାଉଛି। ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇ ଠାରେ ହେବାକୁ ଥିବା ଏହି […]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ବିଜେପି ସରକାରକୁ କେନ୍ଦ୍ରରୁ ହଟାଇବା ଲାଗି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଉଦ୍ୟମ ଜାରି ରହିଛି। ପାଟନାରେ ପ୍ରଥମ ବୈଠକ ପରେ ଏବେ ତୃତୀୟ ବୈଠକ ହେବାକୁ ଯାଉଛି। ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇ ଠାରେ ହେବାକୁ ଥିବା ଏହି ବୈଠକ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ବିଶେଷକରି ଏହି ବୈଠକରେ ମେଣ୍ଟରେ ସାମିଲ ଥିବା ୨୬ଟି ଦଳ ମଧ୍ୟରେ ଆସନ ବୁଝାମଣା ସହିତ ମେଣ୍ଟ ପ୍ରତୀକ(ଲୋଗୋ) ଉନ୍ମୋଚନ ହେବାକୁ ଥିବାରୁ ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବ ଦିଆଯାଉଛି। ଯେଉଁଠାରେ ମିଳିତ ବିରୋଧୀ ମେଣ୍ଟ ପ୍ରତିଦ୍ବନ୍ଦ୍ବିତା କରିବ ସେଠାରେ କୌଣସି ଦଳ ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ପତାକା କିମ୍ବା ସଙ୍କେତ ବ୍ୟବହାର ହେବ। ଏଥିପାଇଁ ଆଶୋକ ଚକ୍ର ବିନା ତ୍ରିରଙ୍ଗାକୁ ମେଣ୍ଟ ପତାକା ଭାବେ ସ୍ଥିର କରିବାକୁ ପ୍ରସ୍ତାବ ରହିଛି ବୋଲି କୁହାଯାଇଛି। ଅପରପକ୍ଷେରେ ଯେଉଁସବୁ ରାଜ୍ୟରେ ନିର୍ଦ୍ଦିଷ୍ଟ କୌଣସି ଦଳ ପ୍ରତିଦ୍ବନ୍ଦିତା କରିବ ସେଠାରେ ନିଜ ଦଳର ପତାକା ବ୍ୟବହାର ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲିବିୟାର ପୂର୍ବତନ ଶାସକ ମୁଆମ୍ମର ଗଦାଫିଙ୍କ ପୁଅ ସୈଫ ଅଲ-ଇସଲାମଙ୍କୁ ଗୁଳି କରି ହତ୍ୟା

ଏହାବ୍ୟତୀତ ବିରୋଧୀ ମେଣ୍ଟର ଜଣେ ଅଧ୍ୟକ୍ଷ ରହିବେ ଏବଂ ଆଞ୍ଚଳିକ ସ୍ତରରେ ୫ ଜଣ ସଂଯୋଜକ ନିଯୁକ୍ତି ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ମିଳିଛି। ବିରୋଧୀଙ୍କୁ ଏକାଠି କରିବାରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତୀଶ କୁମାର ପ୍ରମୁଖ ଭୂମିକା ନିଭାଇ ଆସିଥିଲା ବେଳେ ତାଙ୍କୁ ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କର କୌଣସି ପଦ ପଦବୀ ପାଇଁ ଆଶା ନାହିଁ ବୋଲି ନୀତୀଶ ନିଜେ କହିଛନ୍ତି। ତାଙ୍କର ନିଜସ୍ବ କିଛି ଚାହିଦା ନାହିଁ, ବରଂ ନିର୍ବାଚନ ପୂର୍ବରୁ ସର୍ବାଧିକ ଦଳଙ୍କୁ ବିଜେପି ବିରୋଧରେ ଛିଡା କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି। ଏହିକ୍ରମରେ ଉତ୍ତର ପୂର୍ବ ରାଜ୍ୟ ସମୂହର କିଛି ଦଳ ଇଣ୍ଡିଆ ମେଣ୍ଟରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ନୀତୀଶ କହିଛନ୍ତି। ଏହାବ୍ୟତୀତ ଇଣ୍ଡିଆ ମେଣ୍ଟରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ଯୋଗ ଦେବାର ସମ୍ଭାବନା ରହିଛି। ବିଏସପିକୁ ବିରୋଧୀ ମେଣ୍ଟ ପକ୍ଷରୁ ଆମନ୍ତ୍ରିତ କରାଯାଇଥିଲା ବେଳେ କେତେକ ସର୍ତ୍ତ ପୂରଣ ହେଲେ ମୟାବତୀ ଯୋଗ ଦେବା କଥା ଚିନ୍ତା କରିବେ ବୋଲି କହିଛନ୍ତି। ତାଙ୍କ ଦଳକୁ ୪୦ଟି ସଂସଦୀୟ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଦିଆଗଲେ ସେ ଏହି ମେଣ୍ଟରେ ସାମିଲ ହେବେ ବୋଲି ସର୍ତ୍ତ ରଖିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲେ ଏଲନ ମସ୍କ: ସମ୍ପତ୍ତି ପରିମାଣ ୮୫୦ ବିଲିୟନ ଡଲାର ପାର୍, ପାକିସ୍ତାନ ଓ ଶ୍ରୀଲଙ୍କା ଜିଡିପିଠାରୁ ବି ଅଧିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp