ଆଜି ପାଓ୍ବାରଙ୍କ ଘରେ ‘ଇଣ୍ଡିଆ’ ମେଣ୍ଟର ସମନ୍ୱୟ କମିଟି ବୈଠକ, ଆସନ ବୁଝାମଣା ବାବଦରେ ହେବ ଆଲୋଚନା

The Sakala Picture
Published On

ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ୧୪ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟିର ପ୍ରଥମ ବୈଠକ ଆଜି ଦିଲ୍ଲୀସ୍ଥିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହେବ। ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଏହି ଇଣ୍ଡିଆ ମେଣ୍ଟରେ ଅନେକ ପ୍ରମୁଖ ଦଳ ରହିଛନ୍ତି । ତେଣୁ ବିଭିନ୍ନ ରାଜ୍ୟରେ ଆସନ ଗଣିତ କିଭଳି ରହିବ ଏବଂ କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବେ ସେ ନେଇ ଆଲୋଚନା ହେବ । ଦିଲ୍ଲୀ, ପଞ୍ଜାବରେ ଆମ୍ ଆଦମୀ […]

ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ୧୪ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟିର ପ୍ରଥମ ବୈଠକ ଆଜି ଦିଲ୍ଲୀସ୍ଥିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହେବ। ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଏହି ଇଣ୍ଡିଆ ମେଣ୍ଟରେ ଅନେକ ପ୍ରମୁଖ ଦଳ ରହିଛନ୍ତି । ତେଣୁ ବିଭିନ୍ନ ରାଜ୍ୟରେ ଆସନ ଗଣିତ କିଭଳି ରହିବ ଏବଂ କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବେ ସେ ନେଇ ଆଲୋଚନା ହେବ । ଦିଲ୍ଲୀ, ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାରେ ରହିଛି । ଏଠାରେ ମେଣ୍ଟର ଅନ୍ୟତମ ଦଳ କଂଗ୍ରେସ ମଧ୍ୟ ରହିଛି । ଏପରି ସ୍ଥିତିରେ ଦୁଇ ରାଜ୍ୟରେ କିଭଳି ଦୁଇ ଦଳ ପ୍ରାର୍ଥୀ ଦେବେ ଏବଂ ଦଳ ଦଳ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବେ ତାଉପରେ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ଜାପାନ ଓ ଆମେରିକା ଭଳି ମୁମ୍ବାଇରେ ତିଆରି ହେଲା ‘ମ୍ୟୁଜିକାଲ୍ ରୋଡ୍’, ଗାଡ଼ି ଗଲେ ଶୁଭୁଛି ‘ଜୟ ହୋ’ ଧୁନ୍

କୁହାଯାଉଛି ବିରୋଧୀ ଆସନ ବୁଝାମଣା କରିବା ବେଳେ ଏକ ନିର୍ଦ୍ଦିଷ୍ଟ କୌଣସି ଫର୍ମୁଲା ତିଆରି କରିବେ ନାହିଁ । ବରଂ ରାଜ୍ୟର ରାଜନୈତିକ ପାଣିପାଗ ଏବଂ ଲୋକସଭା ଆସନର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ଗତକାଲି ଆପ୍ ସାଂସଦ ରାଘବ ଚଢା କହିଥିଲେ ଯେ ଏହି ବୈଠକରେ ମେଣ୍ଟ କେଉଁ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବ ତାହା ଚୂଡ଼ାନ୍ତ କରାଯିବ, ଏହାର ଜନସମ୍ପର୍କର ରୂପରେଖ ସ୍ଥିର କରିବା ଏବଂ ଶେଷରେ ରାଜ୍ୟ ଅନୁଯାୟୀ ଆସନ ବୁଝାମଣା ଉପରେ ଆଲୋଚନା କରାଯିବ।ସମସ୍ତ ରାଜ୍ୟ ପାଇଁ କୌଣସି ସମାନ ଫର୍ମୁଲା ଲାଗୁ କରାଯାଇପାରିବ ନାହିଁ, କାରଣ ପ୍ରତ୍ୟେକ ରାଜ୍ୟର ନିଜର ସ୍ୱତନ୍ତ୍ର ନିର୍ବାଚନ ଜଳବାୟୁ ରହିଛି” ବୋଲି ଆପ୍ ସାଂସଦ ରାଘବ ଚଢା କହିଛନ୍ତି। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀମାନେ ନିଜର ବ୍ୟକ୍ତିଗତ ଅଭିଳାଷ, ମତ ପାର୍ଥକ୍ୟ ଏବଂ ମନର ପାର୍ଥକ୍ୟକୁ ବଳିଦାନ ଦେବାକୁ ଇଚ୍ଛୁକ ହେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: City on the Moon: ଚନ୍ଦ୍ରପୃଷ୍ଠରେ ସହର ଗଢ଼ିବେ ଏଲନ୍‌ ମସ୍କ, ଲାଗିବ ୨୦ ବର୍ଷରୁ ଅଧିକ ସମୟ

ଇଣ୍ଡିଆର ମେଣ୍ଟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଏବଂ ବିଜେପିର ଏକଛତ୍ରବାଦୀ ଓ ଗଣତନ୍ତ୍ର ବିରୋଧୀ ଶାସନକୁ ପରାସ୍ତ କରିବା ପାଇଁ ଆପ୍ ଏହି ମେଣ୍ଟରେ ସାମିଲ ହୋଇଛି ବୋଲି ସାଂସଦ ଚଢା କହିଛନ୍ତି। ଆଜି ଆମ ଦେଶ ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ବେକାରୀ ଏବଂ କୃଷି ସଙ୍କଟ ଯାଏଁ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରରେ ଏମିତି ଏକ ସରକାର ଦରକାର ଯାହାର ବ୍ଲୁ ପ୍ରିଣ୍ଟ ରହିଛି। ସୂଚନାନୁସାରେ, ବହୁ ବିରୋଧୀ ଦଳର ନେତା ଆସନ ଭାଗବଣ୍ଟା ଶୀଘ୍ର ଚୂଡ଼ାନ୍ତ କରିବାକୁ ଦାବି କରିଛନ୍ତି, ଯାହାଫଳରେ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇପାରିବ।

ଆହୁରି ପଢ଼ନ୍ତୁ: ନୋଏଡ଼ା ପରି ଦିଲ୍ଲୀ ଜନକପୁରୀରେ ଅଭାବନୀୟ ଘଟଣା: ଖୋଲା ଗାତରେ ପଡ଼ି ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp