ବ୍ରିଟେନରେ ଆତଙ୍କ ସୃଷ୍ଟିକାରୀ ଭୂତାଣୁ ଏୱାଇ-୪ ଭାରତରେ ଚିହ୍ନଟ, ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ

The Sakala Picture
Published On

ଇନ୍ଦୋର : ଇନ୍ଦୋରରେ କରୋନା ଡେଲଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪ ସାମ୍ନାକୁ ଆସିଛି। ପୁରୁଣା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ ସଂକ୍ରମିତ ସୁସ୍ଥ ଅଛନ୍ତି। ସେମାନଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ନାହିଁ। ବିଶ୍ୱବ୍ୟାପୀ ଏହି ଭାଇରସକୁ ନେଇ ଗବେଷଣା ଜାରି ରହିଛି। ଗତ ଏପ୍ରିଲ ମାସରେ ପ୍ରଥମେ ମହାରାଷ୍ଟ୍ରରେ ଏହି ଭାଇରସ୍‌ […]

ଇନ୍ଦୋର : ଇନ୍ଦୋରରେ କରୋନା ଡେଲଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪ ସାମ୍ନାକୁ ଆସିଛି। ପୁରୁଣା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ ସଂକ୍ରମିତ ସୁସ୍ଥ ଅଛନ୍ତି। ସେମାନଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ନାହିଁ। ବିଶ୍ୱବ୍ୟାପୀ ଏହି ଭାଇରସକୁ ନେଇ ଗବେଷଣା ଜାରି ରହିଛି। ଗତ ଏପ୍ରିଲ ମାସରେ ପ୍ରଥମେ ମହାରାଷ୍ଟ୍ରରେ ଏହି ଭାଇରସ୍‌ ମିଳିଥିଲା।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ମଧ୍ୟପ୍ରଦେଶରେ ହୋଇଥିବା ଜିନୋମ୍ ସ୍ୱକ୍ୱେନ୍ସିଂ ରିପୋର୍ଟରୁ ୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦୁଇ ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ ଚିହ୍ନଟ ହୋଇଛି । ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା। ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ। ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା। ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ। ତେବେ ଏହି ନୂତନ କିସମ ବିଷୟରେ ବେଶି କିଛି ଗବେଷଣାଲବ୍ଧ ତଥ୍ୟ ନଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ପୂର୍ବ ଡେଲଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ବିଶ୍ୱବ୍ୟାପୀ ଏହି ଭାଇରସକୁ ନେଇ ଗବେଷଣା ଜାରି ରହିଛି । ଗତ ଏପ୍ରିଲରେ ସର୍ବପ୍ରଥମେ ମହାରାଷ୍ଟ୍ରରେ ଏହି ଭାଇରସ ମିଳିଥିଲା। ସୂଚନାଥାଉକି, ୟୁରୋପ, ବ୍ରିଟେନ, ରୁଷିଆରେ ଏୱାଇ-୪ ଭାଇରସ ଯୋଗୁ ହଠାତ ସଂକ୍ରମଣ ବୃଦ୍ଧିପାଇଛି। ଇସ୍ରାଏଲ୍‌ରେ ମଧ୍ୟ ଅଧିକାଂଶ କରାଗ ସଂକ୍ରମିତଙ୍କ ଶରୀରରେ ଡେଲଟା ଭାରିଆଣ୍ଟର ଏହି ନୂଆ ରୂପ ଚିହ୍ନଟ କରାଯାଇଛି। ଭୂତାଣୁର ଏହି ନୂଆ ପ୍ରକାର ଯୋଗୁ ଇସ୍ରାଏଲ ଗତ ସପ୍ତାହରେ ପୁଣି ଥରେ ଲକଡାଉନକୁ ଯାଇଛି। ଆାଗମୀ ସପ୍ତାହ ବେଳକୁ ହୁଏତ ବ୍ରିଟେନ ଓ ଋଷିଆ ମଧ୍ୟ ଲକଡାଉନକୁ ଯାଇପାରନ୍ତି। ଏୱାଇ-୪ର ବ୍ୟାପକ ପ୍ରସାର ଓ ଏଥିଲାଗି ହସ୍ପିଟାଲ ମାନଙ୍କରେ ବଢୁଥିବା ଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ଏହି ଆକଳନ କରାଯାଉଛି। ଭୂତାଣୁର ଡେଲ୍ଟା ପ୍ରକାର ପରେ ଏଥିରୁ ଉତ୍ପରିବର୍ତ୍ତିତ ନୂଆ ପ୍ରକାର ବ୍ରିଟେନ ସମେତ ଅନେକ ଦେଶର ଏବେ ଚିନ୍ତା ବଢ଼ାଇ ଦେଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର