କାନାଡ଼ାର ଆବାସିକ ସ୍କୁଲ ନିକଟରୁ ମିଳିଲା ୧୮୨ ଶିଶୁଙ୍କ ଶବ, ୨ ମାସରେ ୧୧୪୮ ଶବ ଉଦ୍ଧାର

The Sakala Picture
Published On

ଅଟାୱା: ପୁଣି କାନାଡାରୁ ଅନେକ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ଅନ୍ୟ ଏକ ଘରୋଇ ଆବାସିକ ସ୍କୁଲ ନିକଟରୁ ୧୮୨ ଶିଶୁଙ୍କ ଶବ ମିଳିଛି। ସେମାନଙ୍କର ବୟସ ୭ରୁ ୧୫ ମଧ୍ୟରେ ହେବ। ପ୍ରାୟ ୩ ଫୁଟ ତଳେ ସେମାନଙ୍କୁ କବର ଦିଆଯାଇଥିଲା। ଲୋୟର କୁଟ ବ୍ୟାଣ୍ଡ ପକ୍ଷରୁ ବୁଧବାର କୁହାଯାଇଛି ଯେ କ୍ରାନବୁକ ସହର ନିକଟସ୍ଥ କୁଟୁନକ୍ସା ରାଷ୍ଟ୍ରର ଅକୁମ ସମ୍ପ୍ରଦାୟର ଜଣେ ସଦସ୍ୟ ରାଡାର ମ୍ୟାପିଂ ମାଧ୍ୟମରେ ପୂର୍ବତନ ସେଣ୍ଟ […]

ଅଟାୱା: ପୁଣି କାନାଡାରୁ ଅନେକ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ଅନ୍ୟ ଏକ ଘରୋଇ ଆବାସିକ ସ୍କୁଲ ନିକଟରୁ ୧୮୨ ଶିଶୁଙ୍କ ଶବ ମିଳିଛି। ସେମାନଙ୍କର ବୟସ ୭ରୁ ୧୫ ମଧ୍ୟରେ ହେବ। ପ୍ରାୟ ୩ ଫୁଟ ତଳେ ସେମାନଙ୍କୁ କବର ଦିଆଯାଇଥିଲା। ଲୋୟର କୁଟ ବ୍ୟାଣ୍ଡ ପକ୍ଷରୁ ବୁଧବାର କୁହାଯାଇଛି ଯେ କ୍ରାନବୁକ ସହର ନିକଟସ୍ଥ କୁଟୁନକ୍ସା ରାଷ୍ଟ୍ରର ଅକୁମ ସମ୍ପ୍ରଦାୟର ଜଣେ ସଦସ୍ୟ ରାଡାର ମ୍ୟାପିଂ ମାଧ୍ୟମରେ ପୂର୍ବତନ ସେଣ୍ଟ ୟୁଜିନିସ ମିଶନ ସ୍କୁଲରୁ ନିକଟରେ ଶବ ପୋତା ଯାଇଥିବା ଜାଣିବାକୁ ପାଇଥିଲେ। ରିପୋର୍ଟ ଅନୁଯାୟୀ ୧୯୧୨ରୁ ୧୯୭୦ ପର୍ଯ୍ୟନ୍ତ ଏହି ସ୍କୁଲର ପରିଚାଳନା ଦାୟିତ୍ବ କ୍ୟାଥୋଲିକ ଚର୍ଚ୍ଚ ହାତରେ ରହିଥିଲା। ଏବେ ଏହି କୋଠାକୁ ନିକଟରେ ଥିବା ଗଲ୍ଫ କୋର୍ସ ସହିତ ମିଶାଇ ରିସୋର୍ଟ ଏବଂ କ୍ୟାସିନୋରେ ପରିବର୍ତ୍ତିତ କରିଦିଆଯାଇଛି। ବ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଉଦ୍ଧାର ହୋଇଥିବା ୧୮୨ ଶବର ସମ୍ବନ୍ଧ କୁଟୁନକ୍ସା ରାଷ୍ଟ୍ରର ସଦସ୍ୟ ବ୍ୟାଣ୍ଡ ଏବଂ ଅକୁମ ସମ୍ପ୍ରଦାୟର ସହ ରହିଥିବା ଅନୁମାନ କରାଯାଉଛି। ବ୍ୟାଣ୍ଡର ୧୦୦ ସଦସ୍ୟଙ୍କୁ ସ୍କୁଲ ଯିବା ପାଇଁ ବାଧ୍ୟ କରାଯାଇଥିଲା। ଏହା ପୂର୍ବରୁ ଗତ ସପ୍ତାହରେ ସାସ୍କାଚେଭାନର ମେରିଭଲ ଇଣ୍ଡିଆନ ରେସିଡେନସିଆଲ ସ୍କୁଲ ନିକଟରୁ ୭୫୧ ଅଜଣା ଶବ ଏବଂ ମେ ମାସରେ ବ୍ରିଟିଶ କଲମ୍ବିଆର କମଲୁପ୍ସ ଇଣ୍ଡିଆନ ରେସଡେନସିଆଲ ସ୍କୁଲରୁ ୨୧୫ ଶିଶୁଙ୍କ ଶବ ଉଦ୍ଧାର କରାଯାଇଥିଲା। ବ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଏହି ରିପୋର୍ଟର ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ବୃଦ୍ଧ ମାତାପିତାଙ୍କୁ ବୋଝ ଭାବୁଥିବା ସନ୍ତାନସନ୍ତତିଙ୍କୁ ଆର୍ଥିକ ଛାଟ: ଅସହାୟ ଛାଡ଼ିଲେ କଟିବ ୧୫% ଦରମା

ଏହି ସ୍କୁଲରେ ଅଧିକ ଭିଡ, ଖରାପ ପରିବେଶ, ଅସ୍ବାସ୍ଥ୍ୟକର ଭୋଜନ ଏବଂ ଶିଶୁଙ୍କ କାମରେ ଲଗାଯାଉଥିଲା। ଏଠାରେ ନିଜର ମୂଳ ଭାଷା କହୁଥିବା କିମ୍ବା ପାରମ୍ପରିକ ସମାରୋହରେ ଭାଗ ନେଉଥିବା ଛାତ୍ରଙ୍କୁ କଠୋର ଦଣ୍ଡ ଦିଆଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ପ୍ରାୟ ଦେଢ ଲକ୍ଷ ଭାରତୀୟ. କନାଡାର ଇନୁତି ଏବଂ ମେଟିସ ସମ୍ପ୍ରଦାୟର ଶିଶୁଙ୍କୁ ଜୋର ଜବରଦସ୍ତ ୧୩୯ ଆବାସିକ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନେ ଶିଶୁଙ୍କୁ ଯୌନ ଉତ୍ପୀଡନ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ଏହା ସହିତ ନିଜ ଧର୍ମ, ଭାଷା ଏବଂ ପରମ୍ପରା ଛାଡିବାକୁ ବାଧ୍ୟ କରୁଥିଲେ। ପ୍ରାୟ ତିନି ଚତୁର୍ଥାଶଂ ସ୍କୁଲ ରୋମାନ କ୍ୟାଥୋଲିକ ମିସିନାରୀ ମଣ୍ଡଳୀ ଦ୍ବାରା ପରିଚାଳିତ ହେଉଥିଲା। ଅନ୍ୟଗୁଡିକ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ(ପ୍ରିଜରବଟେରିଆନ), ଆଙ୍ଗଲିସିଆନ ଏବଂ କାନାଡାର ୟୁନାଇଟେଡ ଚର୍ଚ୍ଚ ଚଲାଉଥିଲା। ଏହି ସ୍କୁଲ ଗୁଡିକରେ ରୋଗ ଏବଂ ଅବହେଳା ଯୋଗୁଁ ୪ ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ। ଏହାକୁ ସାଂସ୍କୃତିକ ନରସଂହାର କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇଣ୍ଡିଗୋର ନୂଆ ସିଇଓ ହେଲେ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ୍ ୱାଲ୍‌ସ

02 Jul 2021 By The Sakala

କାନାଡ଼ାର ଆବାସିକ ସ୍କୁଲ ନିକଟରୁ ମିଳିଲା ୧୮୨ ଶିଶୁଙ୍କ ଶବ, ୨ ମାସରେ ୧୧୪୮ ଶବ ଉଦ୍ଧାର

ଅଟାୱା: ପୁଣି କାନାଡାରୁ ଅନେକ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ଅନ୍ୟ ଏକ ଘରୋଇ ଆବାସିକ ସ୍କୁଲ ନିକଟରୁ ୧୮୨ ଶିଶୁଙ୍କ ଶବ ମିଳିଛି। ସେମାନଙ୍କର ବୟସ ୭ରୁ ୧୫ ମଧ୍ୟରେ ହେବ। ପ୍ରାୟ ୩ ଫୁଟ ତଳେ ସେମାନଙ୍କୁ କବର ଦିଆଯାଇଥିଲା। ଲୋୟର କୁଟ ବ୍ୟାଣ୍ଡ ପକ୍ଷରୁ ବୁଧବାର କୁହାଯାଇଛି ଯେ କ୍ରାନବୁକ ସହର ନିକଟସ୍ଥ କୁଟୁନକ୍ସା ରାଷ୍ଟ୍ରର ଅକୁମ ସମ୍ପ୍ରଦାୟର ଜଣେ ସଦସ୍ୟ ରାଡାର ମ୍ୟାପିଂ ମାଧ୍ୟମରେ ପୂର୍ବତନ ସେଣ୍ଟ ୟୁଜିନିସ ମିଶନ ସ୍କୁଲରୁ ନିକଟରେ ଶବ ପୋତା ଯାଇଥିବା ଜାଣିବାକୁ ପାଇଥିଲେ। ରିପୋର୍ଟ ଅନୁଯାୟୀ ୧୯୧୨ରୁ ୧୯୭୦ ପର୍ଯ୍ୟନ୍ତ ଏହି ସ୍କୁଲର ପରିଚାଳନା ଦାୟିତ୍ବ କ୍ୟାଥୋଲିକ ଚର୍ଚ୍ଚ ହାତରେ ରହିଥିଲା। ଏବେ ଏହି କୋଠାକୁ ନିକଟରେ ଥିବା ଗଲ୍ଫ କୋର୍ସ ସହିତ ମିଶାଇ ରିସୋର୍ଟ ଏବଂ କ୍ୟାସିନୋରେ ପରିବର୍ତ୍ତିତ କରିଦିଆଯାଇଛି। ବ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଉଦ୍ଧାର ହୋଇଥିବା ୧୮୨ ଶବର ସମ୍ବନ୍ଧ କୁଟୁନକ୍ସା ରାଷ୍ଟ୍ରର ସଦସ୍ୟ ବ୍ୟାଣ୍ଡ ଏବଂ ଅକୁମ ସମ୍ପ୍ରଦାୟର ସହ ରହିଥିବା ଅନୁମାନ କରାଯାଉଛି। ବ୍ୟାଣ୍ଡର ୧୦୦ ସଦସ୍ୟଙ୍କୁ ସ୍କୁଲ ଯିବା ପାଇଁ ବାଧ୍ୟ କରାଯାଇଥିଲା। ଏହା ପୂର୍ବରୁ ଗତ ସପ୍ତାହରେ ସାସ୍କାଚେଭାନର ମେରିଭଲ ଇଣ୍ଡିଆନ ରେସିଡେନସିଆଲ ସ୍କୁଲ ନିକଟରୁ ୭୫୧ ଅଜଣା ଶବ ଏବଂ ମେ ମାସରେ ବ୍ରିଟିଶ କଲମ୍ବିଆର କମଲୁପ୍ସ ଇଣ୍ଡିଆନ ରେସଡେନସିଆଲ ସ୍କୁଲରୁ ୨୧୫ ଶିଶୁଙ୍କ ଶବ ଉଦ୍ଧାର କରାଯାଇଥିଲା। ବ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଏହି ରିପୋର୍ଟର ଯାଞ୍ଚ କରାଯାଉଛି।

ଏହି ସ୍କୁଲରେ ଅଧିକ ଭିଡ, ଖରାପ ପରିବେଶ, ଅସ୍ବାସ୍ଥ୍ୟକର ଭୋଜନ ଏବଂ ଶିଶୁଙ୍କ କାମରେ ଲଗାଯାଉଥିଲା। ଏଠାରେ ନିଜର ମୂଳ ଭାଷା କହୁଥିବା କିମ୍ବା ପାରମ୍ପରିକ ସମାରୋହରେ ଭାଗ ନେଉଥିବା ଛାତ୍ରଙ୍କୁ କଠୋର ଦଣ୍ଡ ଦିଆଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ପ୍ରାୟ ଦେଢ ଲକ୍ଷ ଭାରତୀୟ. କନାଡାର ଇନୁତି ଏବଂ ମେଟିସ ସମ୍ପ୍ରଦାୟର ଶିଶୁଙ୍କୁ ଜୋର ଜବରଦସ୍ତ ୧୩୯ ଆବାସିକ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନେ ଶିଶୁଙ୍କୁ ଯୌନ ଉତ୍ପୀଡନ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ଏହା ସହିତ ନିଜ ଧର୍ମ, ଭାଷା ଏବଂ ପରମ୍ପରା ଛାଡିବାକୁ ବାଧ୍ୟ କରୁଥିଲେ। ପ୍ରାୟ ତିନି ଚତୁର୍ଥାଶଂ ସ୍କୁଲ ରୋମାନ କ୍ୟାଥୋଲିକ ମିସିନାରୀ ମଣ୍ଡଳୀ ଦ୍ବାରା ପରିଚାଳିତ ହେଉଥିଲା। ଅନ୍ୟଗୁଡିକ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ(ପ୍ରିଜରବଟେରିଆନ), ଆଙ୍ଗଲିସିଆନ ଏବଂ କାନାଡାର ୟୁନାଇଟେଡ ଚର୍ଚ୍ଚ ଚଲାଉଥିଲା। ଏହି ସ୍କୁଲ ଗୁଡିକରେ ରୋଗ ଏବଂ ଅବହେଳା ଯୋଗୁଁ ୪ ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ। ଏହାକୁ ସାଂସ୍କୃତିକ ନରସଂହାର କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର