କିନୌରରରେ ପୁଣିଥରେ ବଡ ଧରଣର ଭୂସ୍ଖଳନ: ମାଟି ଅତଡା ତଳେ ଫସି ରହିଛନ୍ତି ଗାଡିମୋଟର ସହ ଅନେକ ଯାତ୍ରୀ

The Sakala Picture
Published On

ହିମାଚଳପ୍ରଦେଶ କିନୌରରରେ ବୁଧବାର ପୁଣିଥରେ ବଡ ଧରଣର ଭୂସ୍ଖଳନ ଦେଖିବାକୁ ମିଲିଛି। ଏହି ମାଟି ଅତଡା ତଳେ ଏଚଆରଟିସି ବସ ସହ ଅନେକ ଗାଡି ଫସି ରହିଥିବା ବେଳେ ୩୦ ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ହିମାଚଳ ପ୍ରଦେଶର କିନୌର ଜିଲ୍ଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଥିବା ଜଙ୍ଗଲ ନିକଟରେ ଏହି ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ଏଚଆରଟିସି ବସଟି ମାଟି ଅତଡା ତଳେ ଫସି ରହିଥିବା ବେଳେ ଜଣଙ୍କର […]

ହିମାଚଳପ୍ରଦେଶ କିନୌରରରେ ବୁଧବାର ପୁଣିଥରେ ବଡ ଧରଣର ଭୂସ୍ଖଳନ ଦେଖିବାକୁ ମିଲିଛି। ଏହି ମାଟି ଅତଡା ତଳେ ଏଚଆରଟିସି ବସ ସହ ଅନେକ ଗାଡି ଫସି ରହିଥିବା ବେଳେ ୩୦ ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଉପରେ ଅନ୍ତରୀଣ ଆଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ଖବର ଅନୁଯାୟୀ, ହିମାଚଳ ପ୍ରଦେଶର କିନୌର ଜିଲ୍ଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଥିବା ଜଙ୍ଗଲ ନିକଟରେ ଏହି ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ଏଚଆରଟିସି ବସଟି ମାଟି ଅତଡା ତଳେ ଫସି ରହିଥିବା ବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପାଖାପାଖି  ୩୦ଜଣ ଲୋକ ମାଟି ଅତଡା ତଳେ ଫସି ରହିଛନ୍ତି। ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି। ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଆହତମାନଙ୍କୁ ଏନଡିଆରଏଫ, ସେନା, ପୁଲିସ ଏବଂ ସ୍ଥାନୀୟ ଲୋକେଙ୍କ ସାହାଯ୍ଯରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। କୁହାଯାଉଛି ଯେ ଏହି ବସଟି କିନୌର ଜିଲ୍ଲାର ମୁରଙ୍ଗ ହରିଦ୍ୱାର ମାର୍ଗରେ ଯାତାୟତ କରେ।  କିନୌରର ଡେପୁଟି କମିଶନର ଆବିଦ୍ ହୁସେନ୍ ସାଦିକ୍ କହିଛନ୍ତି ଯେ ପାହାଡରୁ ଲଗାତାର ପଥର ଖସି ପଡୁଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ଏକ ସମସ୍ୟା ରହିଛି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସିଏମ୍ ଜୟ ରାମ ଠାକୁର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

ସୂଚନା ଅନୁଯାୟୀ,  ଜୁଲାଇ ୨୫ ତାରିଖରେ ହିମାଚଳପ୍ରଦେଶ କିନୌରରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା । ସାଗଲା –ଚିତ୍ରକୁଲ ଭୂସ୍ଖଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା । ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ୩ ଜଣ ଲୋକ ଗୁରୁତର ମଧ୍ଯ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର