ହାତ ଛାଡି ପଦ୍ମ ଧରିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ

The Sakala Picture
Published On

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତ ଛାଡି ପଦ୍ମ ଧରିଛନ୍ତି ହାର୍ଦ୍ଧିକ ପଟେଲ । ବିଜେପିରେ ସାମିଲ ହେଲେ ପାର୍ଟିଦାର ନେତା ହାର୍ଦ୍ଦିକ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସିଆର୍‌ ପାଟିଲ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି । ହାର୍ଦ୍ଧିକଙ୍କ ସମେତ ପଟ୍ଟିଦାର ଆନ୍ଦୋଳନରେ ତାଙ୍କ ସହିତ ଥିବା […]

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତ ଛାଡି ପଦ୍ମ ଧରିଛନ୍ତି ହାର୍ଦ୍ଧିକ ପଟେଲ । ବିଜେପିରେ ସାମିଲ ହେଲେ ପାର୍ଟିଦାର ନେତା ହାର୍ଦ୍ଦିକ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସିଆର୍‌ ପାଟିଲ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି । ହାର୍ଦ୍ଧିକଙ୍କ ସମେତ ପଟ୍ଟିଦାର ଆନ୍ଦୋଳନରେ ତାଙ୍କ ସହିତ ଥିବା ଅନେକ ନେତା ମଧ୍ୟ ପଦ୍ମ ଧରିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

କଂଗ୍ରେସ ଟିକେଟ୍‌ରୁ ବିଧାୟକ ହୋଇଥିବା ହାର୍ଦ୍ଧିକ ପଟେଲ କିଛି ଦିନ ପୂର୍ବରୁ ଦଳ ଛାଡିଥିଲେ । ଦଳୀୟ ହାଇକମାଣ୍ଡ ଏବଂ କିଛି ବରିଷ୍ଠ ନେତାଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଏବଂ କଂଗ୍ରେସ ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ । ତେବେ ଗୁରୁବାର ସେ ବିଦ୍ଧିବନ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ବିଜେପିରେ ଯୋଗଦେବା ପରେ ହାର୍ଦ୍ଦିକ ପଟେଲ ଏକ ଟ୍ୱିଟ କରି କହିଛନ୍ତି କି, ‘ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ସେବା କାର୍ଯ୍ୟରେ ଜଣେ ଛୋଟ ସୈନିକ ହେବାକୁ ଯାଉଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମୁଁ କାମ କରିବି।’

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର