ଓମିକ୍ରନ ପାଇଁ ଫେରିଲା କଟକଣା, ରାଜଧାନୀରେ ବଡ଼ଦିନ ଓ ନୂଆ ବର୍ଷରେ ଉତ୍ସବ ପାଳନ ଉପରେ ଲାଗିଲା ରୋକ୍

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୪ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି।  ସାରା ଦେଶରେ ୨୨୧ ଜଣ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଥିରେ ସର୍ବାଧିକ  ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରରେ ୬୫ ଜଣ ଲୋକ ଓମିକ୍ରନ୍ […]

ନୂଆଦିଲ୍ଲୀ : ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୪ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି।  ସାରା ଦେଶରେ ୨୨୧ ଜଣ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଥିରେ ସର୍ବାଧିକ  ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରରେ ୬୫ ଜଣ ଲୋକ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଦିଲ୍ଲୀରେ ୫୪ ଟି ଓମିକ୍ରନ ଚିହ୍ନଟ ହୋଇଛନ୍ତି। ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ବଡଦିନ ଓ ନୂଆବର୍ଷ ପାଳନ ନେଇ ଗାଇଡଲାଇନ ଜାରି କରିଛନ୍ତି । ନୂଆବର୍ଷରେ ହେଉଥିବା ଉତ୍ସବ ପାଳନ ଓ ଖ୍ରୀଷ୍ଟମାସରେ ଲୋକମାନଙ୍କୁ ଭିଡରୁ ଦୂରେଇ ରଖିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍, ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ

ଓମିକ୍ରନ ପାଇଁ ଦିଲ୍ଲୀ ସରକାର ବଡ଼ଦିନ ଓ ନୂଆ ବର୍ଷରେ ଅବସରରେ ଆୟୋଜନ ହେବାକୁ ଥିବା ପାର୍ଟି ଉପରେ ବ୍ୟାନ ଲଗାଇଛନ୍ତି। ଏଥିସହ ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ୟ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାର ଗୁରୁଦାୟିତ୍ୱ ଦେଇଛନ୍ତି।ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସେମାନଙ୍କ ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ଯାଞ୍ଚ କଡ଼ାକଡ଼ି ଭାବେ କରିବେ। ଏହି ସମୟରେ ସୁପରସ୍ପ୍ରେଡର ପାଲଟିବାର ଆଶଙ୍କା ଥିବା ମାର୍କେଟ, ଅଞ୍ଚଳ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଚିହ୍ନଟ କରିବେ।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

ଏହାସହ କାମ କରିବା ସ୍ଥାନ ଓ ଦୋକାନ ମାନଙ୍କରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ସୂଚନାକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାର ଓ ରେଷ୍ଟୁରାଣ୍ଟଗୁଡ଼ିକ ସିଟିଂ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏହାର ଅର୍ଥ ଖ୍ରୀଷ୍ଟମାସ ଓ ନୂଆବର୍ଷ ଦିନ ଦିଲ୍ଲୀରେ କୌଣସି ପ୍ରକାରର ପାର୍ଟି ଆୟୋଜନ ନହୁଏ ସେ ନେଇ ଜିଲ୍ଲା ପ୍ରଶାସନ ଓ ଡିସିପିମାନଙ୍କୁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍: ଲୋକସଭାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କଲେ କଙ୍ଗନା ରଣାୱତ, କଂଗ୍ରେସକୁ କଲେ ଟାର୍ଗେଟ୍

22 Dec 2021 By The Sakala

ଓମିକ୍ରନ ପାଇଁ ଫେରିଲା କଟକଣା, ରାଜଧାନୀରେ ବଡ଼ଦିନ ଓ ନୂଆ ବର୍ଷରେ ଉତ୍ସବ ପାଳନ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ : ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୪ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି।  ସାରା ଦେଶରେ ୨୨୧ ଜଣ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଥିରେ ସର୍ବାଧିକ  ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରରେ ୬୫ ଜଣ ଲୋକ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଦିଲ୍ଲୀରେ ୫୪ ଟି ଓମିକ୍ରନ ଚିହ୍ନଟ ହୋଇଛନ୍ତି। ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ବଡଦିନ ଓ ନୂଆବର୍ଷ ପାଳନ ନେଇ ଗାଇଡଲାଇନ ଜାରି କରିଛନ୍ତି । ନୂଆବର୍ଷରେ ହେଉଥିବା ଉତ୍ସବ ପାଳନ ଓ ଖ୍ରୀଷ୍ଟମାସରେ ଲୋକମାନଙ୍କୁ ଭିଡରୁ ଦୂରେଇ ରଖିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି ।

ଓମିକ୍ରନ ପାଇଁ ଦିଲ୍ଲୀ ସରକାର ବଡ଼ଦିନ ଓ ନୂଆ ବର୍ଷରେ ଅବସରରେ ଆୟୋଜନ ହେବାକୁ ଥିବା ପାର୍ଟି ଉପରେ ବ୍ୟାନ ଲଗାଇଛନ୍ତି। ଏଥିସହ ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ୟ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାର ଗୁରୁଦାୟିତ୍ୱ ଦେଇଛନ୍ତି।ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସେମାନଙ୍କ ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ଯାଞ୍ଚ କଡ଼ାକଡ଼ି ଭାବେ କରିବେ। ଏହି ସମୟରେ ସୁପରସ୍ପ୍ରେଡର ପାଲଟିବାର ଆଶଙ୍କା ଥିବା ମାର୍କେଟ, ଅଞ୍ଚଳ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଚିହ୍ନଟ କରିବେ।

ଏହାସହ କାମ କରିବା ସ୍ଥାନ ଓ ଦୋକାନ ମାନଙ୍କରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ସୂଚନାକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାର ଓ ରେଷ୍ଟୁରାଣ୍ଟଗୁଡ଼ିକ ସିଟିଂ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏହାର ଅର୍ଥ ଖ୍ରୀଷ୍ଟମାସ ଓ ନୂଆବର୍ଷ ଦିନ ଦିଲ୍ଲୀରେ କୌଣସି ପ୍ରକାରର ପାର୍ଟି ଆୟୋଜନ ନହୁଏ ସେ ନେଇ ଜିଲ୍ଲା ପ୍ରଶାସନ ଓ ଡିସିପିମାନଙ୍କୁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର