କାଶ୍ମୀରରେ ଆତଙ୍କବାଦୀ ବ୍ୟବହାର କରୁଥିବା ୧୪ ମେସେଞ୍ଜର ଆପକୁ ବ୍ଲକ୍ କଲେ ସରକାର

The Sakala Picture
Published On

ନୂଆଦିଲ୍ଲୀ: ସରକାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ଟି ମେସେଞ୍ଜର ମୋବାଇଲ୍ ଆପକୁ ବ୍ଲକ୍ କରିଛନ୍ତି। ସୁରକ୍ଷା ବାହିନୀ, ଗୁପ୍ତଚର ଓ ଅନୁସନ୍ଧାନକାରୀ ଏଜେନ୍ସିର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ କ୍ରିପୱାଇଜର, ଏନିଗମା, ସେଫ୍ ସ୍ବିସ୍, ଓ୍ବିକ୍ରମେ, ମିଡିଆଫାୟାର, ବ୍ରାୟାର, ବିଚାଟ୍, ନ୍ୟାଣ୍ଡବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି, ଥ୍ରିମା ଆଦି ମେସେଞ୍ଜର ଆପ୍ ରହିଛି। ସୂତ୍ରରୁ ପ୍ରକାଶ, କାଶ୍ମୀର ଉପତ୍ୟକାରେ ସେମାନଙ୍କ […]

ନୂଆଦିଲ୍ଲୀ: ସରକାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ଟି ମେସେଞ୍ଜର ମୋବାଇଲ୍ ଆପକୁ ବ୍ଲକ୍ କରିଛନ୍ତି। ସୁରକ୍ଷା ବାହିନୀ, ଗୁପ୍ତଚର ଓ ଅନୁସନ୍ଧାନକାରୀ ଏଜେନ୍ସିର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ କ୍ରିପୱାଇଜର, ଏନିଗମା, ସେଫ୍ ସ୍ବିସ୍, ଓ୍ବିକ୍ରମେ, ମିଡିଆଫାୟାର, ବ୍ରାୟାର, ବିଚାଟ୍, ନ୍ୟାଣ୍ଡବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି, ଥ୍ରିମା ଆଦି ମେସେଞ୍ଜର ଆପ୍ ରହିଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଭୀଷଣ ଯୁଦ୍ଧ: ବାହାରିନ, କୁଏତ ଏବଂ ଜୋର୍ଡାନରେ ମିସାଇଲ୍ ବର୍ଷା

ସୂତ୍ରରୁ ପ୍ରକାଶ, କାଶ୍ମୀର ଉପତ୍ୟକାରେ ସେମାନଙ୍କ ସମର୍ଥକ ତଥା ଅନ୍-ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁଏସ୍) ଙ୍କ ସହ ଯୋଗାଯୋଗ କରିବାକୁ ଆତଙ୍କବାଦୀମାନେ ଏହି ସବୁ ଆପ୍ ବ୍ୟବହାର କରୁଛନ୍ତି ବୋଲି ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଥିଲେ । ଭାରତରେ ଏହି ଆପଗୁଡିକର କେହି ପ୍ରତିନିଧୀ ନଥିଲେ । ତେଣୁ ଭାରତୀୟ ନିୟମ ଅନୁଯାୟୀ ତଥ୍ୟ ସଂଗ୍ରହ ପାଇଁ ସେମାନଙ୍କ ସହ ଯୋଗାଯୋଗ କରିବା ସହଜ ନଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ଫେଡେରାଲ୍ ରିଜର୍ଭର ଗୁରୁତ୍ୱପୂର୍ଣ୍ଣ ଟାସ୍କ ଫୋର୍ସରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ନିଯୁକ୍ତ

ରିପୋର୍ଟ ଅନୁଯାୟୀ, ଏହି ଆପଗୁଡିକ ମଧ୍ୟରୁ ଅଧିକାଂଶ ଆପ୍ ୟୁଜରଙ୍କ ପରିଚୟ ଗୋପନ ରଖୁଥିଲେ । ତେଣୁ ଏଜେନ୍ସିଗୁଡିକ ପକ୍ଷେ ଏହି ଆପ୍ ବ୍ୟବହାର କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡିଥିଲା। ଏହି ମୋବାଇଲ୍ ଆପ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କ ପାଇଁ ଯୋଗାଯୋଗର ଏକ ବଡ଼ ତଥା ସୁରକ୍ଷିତ ମାଧ୍ୟମ ପାଲଟିଥିଲା ବୋଲି ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା: ସ୍କୁଲ୍ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍, ୨ ଛାତ୍ରଙ୍କ ସମେତ ୩ ମୃତ

ଗତ କିଛି ବର୍ଷ ଧରି ସରକାର ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଯୋଗାଯୋଗ ନେଟୱାର୍କ ଅଚଳ କରିବାକୁ ପ୍ରୟାସ କରୁଛନ୍ତି। ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକର ସର୍ଭରଗୁଡ଼ିକ ବିଭିନ୍ନ ଦେଶରେ ଅଛି, ଯାହା ଦ୍ଵାରା ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ଜ୍ଝ ଏହାଛଡ଼ା କଡ଼ା ଏନକ୍ରିପସନ୍ ଯୋଗୁଁ ଏହି ଆପଗୁଡ଼ିକୁ ଇଣ୍ଟରସେପ୍ଟ କରିବାକୁ କୌଣସି ଉପାୟ ନଥିଲା ।

01 May 2023 By The Sakala

କାଶ୍ମୀରରେ ଆତଙ୍କବାଦୀ ବ୍ୟବହାର କରୁଥିବା ୧୪ ମେସେଞ୍ଜର ଆପକୁ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: ସରକାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ଟି ମେସେଞ୍ଜର ମୋବାଇଲ୍ ଆପକୁ ବ୍ଲକ୍ କରିଛନ୍ତି। ସୁରକ୍ଷା ବାହିନୀ, ଗୁପ୍ତଚର ଓ ଅନୁସନ୍ଧାନକାରୀ ଏଜେନ୍ସିର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ କ୍ରିପୱାଇଜର, ଏନିଗମା, ସେଫ୍ ସ୍ବିସ୍, ଓ୍ବିକ୍ରମେ, ମିଡିଆଫାୟାର, ବ୍ରାୟାର, ବିଚାଟ୍, ନ୍ୟାଣ୍ଡବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି, ଥ୍ରିମା ଆଦି ମେସେଞ୍ଜର ଆପ୍ ରହିଛି।

ସୂତ୍ରରୁ ପ୍ରକାଶ, କାଶ୍ମୀର ଉପତ୍ୟକାରେ ସେମାନଙ୍କ ସମର୍ଥକ ତଥା ଅନ୍-ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁଏସ୍) ଙ୍କ ସହ ଯୋଗାଯୋଗ କରିବାକୁ ଆତଙ୍କବାଦୀମାନେ ଏହି ସବୁ ଆପ୍ ବ୍ୟବହାର କରୁଛନ୍ତି ବୋଲି ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଥିଲେ । ଭାରତରେ ଏହି ଆପଗୁଡିକର କେହି ପ୍ରତିନିଧୀ ନଥିଲେ । ତେଣୁ ଭାରତୀୟ ନିୟମ ଅନୁଯାୟୀ ତଥ୍ୟ ସଂଗ୍ରହ ପାଇଁ ସେମାନଙ୍କ ସହ ଯୋଗାଯୋଗ କରିବା ସହଜ ନଥିଲା।

ରିପୋର୍ଟ ଅନୁଯାୟୀ, ଏହି ଆପଗୁଡିକ ମଧ୍ୟରୁ ଅଧିକାଂଶ ଆପ୍ ୟୁଜରଙ୍କ ପରିଚୟ ଗୋପନ ରଖୁଥିଲେ । ତେଣୁ ଏଜେନ୍ସିଗୁଡିକ ପକ୍ଷେ ଏହି ଆପ୍ ବ୍ୟବହାର କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡିଥିଲା। ଏହି ମୋବାଇଲ୍ ଆପ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କ ପାଇଁ ଯୋଗାଯୋଗର ଏକ ବଡ଼ ତଥା ସୁରକ୍ଷିତ ମାଧ୍ୟମ ପାଲଟିଥିଲା ବୋଲି ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା ।

ଗତ କିଛି ବର୍ଷ ଧରି ସରକାର ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଯୋଗାଯୋଗ ନେଟୱାର୍କ ଅଚଳ କରିବାକୁ ପ୍ରୟାସ କରୁଛନ୍ତି। ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକର ସର୍ଭରଗୁଡ଼ିକ ବିଭିନ୍ନ ଦେଶରେ ଅଛି, ଯାହା ଦ୍ଵାରା ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ଜ୍ଝ ଏହାଛଡ଼ା କଡ଼ା ଏନକ୍ରିପସନ୍ ଯୋଗୁଁ ଏହି ଆପଗୁଡ଼ିକୁ ଇଣ୍ଟରସେପ୍ଟ କରିବାକୁ କୌଣସି ଉପାୟ ନଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର