ବିଦେଶରେ ପ୍ରାକ୍ଟିସ କରିପାରିବେ ମେଡିକାଲ ଛାତ୍ରଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶର ମେଡିକାଲ ଛାତ୍ରଛାତ୍ରୀ ଏବେ ବିଦେଶରେ ଡାକ୍ତରୀ ପ୍ରାକ୍ଟିସ କରିପାରିବେ। ୱାର୍ଲ୍ଡ ଫେଡେରେସନ ଫର ମେଡିକାଲ ଏଜୁକେଶନ (ଡବ୍ଲ୍ୟୁଏଫ୍‌ଏମଇ) ପକ୍ଷରୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)କୁ ଏହି ମାନ୍ୟତା ମିଳିଛି। ପ୍ରଥମେ ୧୦ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି। ଏଥିରେ ଭାରତର ୭୦୬ ମେଡିକାଲ କଲେଜର ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ଏବେ ଭାରତୀୟ ଛାତ୍ର ଦେଶ ସହିତ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଆଦି ଦେଶରେ ରୋଗୀଙ୍କ ଚିକିତ୍ସା କରିପାରିବେ। ଏ ପର୍ଯ୍ୟନ୍ତ ଏମ୍‌ବିବିଏସ୍‌ ପଢ଼ିଥିବା […]

ନୂଆଦିଲ୍ଲୀ: ଦେଶର ମେଡିକାଲ ଛାତ୍ରଛାତ୍ରୀ ଏବେ ବିଦେଶରେ ଡାକ୍ତରୀ ପ୍ରାକ୍ଟିସ କରିପାରିବେ। ୱାର୍ଲ୍ଡ ଫେଡେରେସନ ଫର ମେଡିକାଲ ଏଜୁକେଶନ (ଡବ୍ଲ୍ୟୁଏଫ୍‌ଏମଇ) ପକ୍ଷରୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)କୁ ଏହି ମାନ୍ୟତା ମିଳିଛି। ପ୍ରଥମେ ୧୦ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି। ଏଥିରେ ଭାରତର ୭୦୬ ମେଡିକାଲ କଲେଜର ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ଏବେ ଭାରତୀୟ ଛାତ୍ର ଦେଶ ସହିତ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଆଦି ଦେଶରେ ରୋଗୀଙ୍କ ଚିକିତ୍ସା କରିପାରିବେ। ଏ ପର୍ଯ୍ୟନ୍ତ ଏମ୍‌ବିବିଏସ୍‌ ପଢ଼ିଥିବା ଛାତ୍ରଛାତ୍ରୀ କେବଳ ଭାରତରେ ଡାକ୍ତରୀ ପ୍ରାକ୍ଟିସ କରିପାରୁ ଥିଲେ। ରିପୋର୍ଟ ଅନୁଯାୟୀ ଦେଶରେ କୌଣସି ନୂଆ ମେଡିକାଲ କଲେଜ ଖୋଲିଲେ ବି ଏହାର ଛାତ୍ରଛାତ୍ରୀଙ୍କୁ ବିଦେଶରେ ପ୍ରାକ୍ଟିସ ପାଇଁ ଅନୁମତି ମିଳିବ। ଭାରତୀୟ ଛାତ୍ରଛାତ୍ରୀ ଫରେନ ମେଡିକାଲ ଏଜୁକେସନ ଏବଂ ୟୁନାଇଟେଡ ଷ୍ଟେଟସ ମେଡିକାଲ ଲାଇସେନ୍ସିଂ ଏଗ୍‌ଜାମିନେସନ ପାଇଁ ମଧ୍ୟ ଆବେଦନ କରିପାରିବେ। ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ଭାରତରେ ଆସି ଏମ୍‌ବିବିଏସ୍‌ ପଢ଼ି ପାରିବେ। ଏଠାରେ ପାଠ ପଢ଼ିବା ପରେ ଅଲଗା ଅଲଗା ଦେଶକୁ ଯାଇ ପ୍ରାକ୍ଟିସ କରିପାରିବେ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

22 Sep 2023 By The Sakala

ବିଦେଶରେ ପ୍ରାକ୍ଟିସ କରିପାରିବେ ମେଡିକାଲ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦେଶର ମେଡିକାଲ ଛାତ୍ରଛାତ୍ରୀ ଏବେ ବିଦେଶରେ ଡାକ୍ତରୀ ପ୍ରାକ୍ଟିସ କରିପାରିବେ। ୱାର୍ଲ୍ଡ ଫେଡେରେସନ ଫର ମେଡିକାଲ ଏଜୁକେଶନ (ଡବ୍ଲ୍ୟୁଏଫ୍‌ଏମଇ) ପକ୍ଷରୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)କୁ ଏହି ମାନ୍ୟତା ମିଳିଛି। ପ୍ରଥମେ ୧୦ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି। ଏଥିରେ ଭାରତର ୭୦୬ ମେଡିକାଲ କଲେଜର ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ଏବେ ଭାରତୀୟ ଛାତ୍ର ଦେଶ ସହିତ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଆଦି ଦେଶରେ ରୋଗୀଙ୍କ ଚିକିତ୍ସା କରିପାରିବେ। ଏ ପର୍ଯ୍ୟନ୍ତ ଏମ୍‌ବିବିଏସ୍‌ ପଢ଼ିଥିବା ଛାତ୍ରଛାତ୍ରୀ କେବଳ ଭାରତରେ ଡାକ୍ତରୀ ପ୍ରାକ୍ଟିସ କରିପାରୁ ଥିଲେ। ରିପୋର୍ଟ ଅନୁଯାୟୀ ଦେଶରେ କୌଣସି ନୂଆ ମେଡିକାଲ କଲେଜ ଖୋଲିଲେ ବି ଏହାର ଛାତ୍ରଛାତ୍ରୀଙ୍କୁ ବିଦେଶରେ ପ୍ରାକ୍ଟିସ ପାଇଁ ଅନୁମତି ମିଳିବ। ଭାରତୀୟ ଛାତ୍ରଛାତ୍ରୀ ଫରେନ ମେଡିକାଲ ଏଜୁକେସନ ଏବଂ ୟୁନାଇଟେଡ ଷ୍ଟେଟସ ମେଡିକାଲ ଲାଇସେନ୍ସିଂ ଏଗ୍‌ଜାମିନେସନ ପାଇଁ ମଧ୍ୟ ଆବେଦନ କରିପାରିବେ। ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ଭାରତରେ ଆସି ଏମ୍‌ବିବିଏସ୍‌ ପଢ଼ି ପାରିବେ। ଏଠାରେ ପାଠ ପଢ଼ିବା ପରେ ଅଲଗା ଅଲଗା ଦେଶକୁ ଯାଇ ପ୍ରାକ୍ଟିସ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର