ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ, ଜୁନ‌ ୪ରେ ଆସିବ ରେଜଲ୍ଟ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ବିଗୁଲ ବାଜିଛି। ଅପେକ୍ଷାର ଅନ୍ତ ଘଟାଇ ଦେଶର ମୋଟ ୫୪୩ ଲୋକସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ଭାରତୀୟ ନିର୍ବାଚନ କମିଶନ। ଦେଶର ୫୪୩ ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ‌ ହେବ । ସମସ୍ତ ଫଳାଫଳ ଜୁନ‌ ୪ରେ‌ ଘୋଷଣା ହେବ । ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରୁ ଆରମ୍ଭ ହେବ। ସେହିପରି […]

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ବିଗୁଲ ବାଜିଛି। ଅପେକ୍ଷାର ଅନ୍ତ ଘଟାଇ ଦେଶର ମୋଟ ୫୪୩ ଲୋକସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ଭାରତୀୟ ନିର୍ବାଚନ କମିଶନ। ଦେଶର ୫୪୩ ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ‌ ହେବ । ସମସ୍ତ ଫଳାଫଳ ଜୁନ‌ ୪ରେ‌ ଘୋଷଣା ହେବ ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ୫ କ୍ରୁ' ସଦସ୍ୟଙ୍କ ସହ ନିଖୋଜ ହେଲା ପାକିସ୍ତାନୀ କାର୍ଗୋ ବିମାନ

ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରୁ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭, ୪ର୍ଥ ପର୍ଯ୍ୟାୟ ଭୋଟ ମେ’ ୧୩, ୫ମ ପର୍ଯ୍ୟାୟ ଭୋଟ ୨୦, ୬ଷ୍ଠ ପର୍ଯ୍ୟାୟ ଭୋଟ ମେ’ ୨୫ ଓ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ।

ଆହୁରି ପଢ଼ନ୍ତୁ: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ

ଏଥିସହ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ସମାନ୍ତରଳ ଭାବେ ଅନୁଷ୍ଠିତ ହେବ। ସେହିପରି ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ଓଡ଼ିଶାର ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ୪ ପର୍ଯ୍ୟାୟରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଅନୁଷ୍ଠିତ ହେବ । ଫଳାଫଳ ଜୁନ‌ ୪ରେ ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ: ନାସିକ କୋର୍ଟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦାହରଣ: ଟିସିଏସ୍ କର୍ମଚାରୀ ନିଦା ଖାନଙ୍କୁ ମିଳିଲା ଜାମିନ

ଅନ୍ୟପଟେ ଆଗାମୀ ଲୋକସଭା ନିର୍ବାଚନରେ ୯୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଇଛି। ପ୍ରାୟ ୧୦.୫ ଲକ୍ଷ ମତଦାନ ସ୍ଥାପନ କରାଯିବ ଓ ନିର୍ବାଚନ ପରିଚାଳନା ପାଇଁ ୧.୫ କୋଟି କର୍ମୀଙ୍କୁ ନିୟୋଜିତ କରାଯିବ । ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ମେସିନ୍ ବ୍ୟବହାର କରାଯିବ। ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୭ କୋଟିକୁ ବୃଦ୍ଧି ପାଇଛି। ୨୦୨୪ ନିର୍ବାଚନରେ ପ୍ରାୟ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ମତଦାନ କରିବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରେ ଭୋଟ ଦେବା ବ୍ୟବସ୍ଥା କରାଯିବ । ନିର୍ବାଚନରେ ବାହୁବଳ, ଅର୍ଥବଳର ବ୍ୟବହାର ଓ ବିଭ୍ରାନ୍ତିକର ସୂଚନା ପ୍ରସାରରୁ ନିବୃତ୍ତ ରହିବାକୁ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଛନ୍ତି କମିଶନ । ଏହାଛଡ଼ା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି।

16 Mar 2024 By The Sakala

ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ, ଜୁନ‌ ୪ରେ ଆସିବ ରେଜଲ୍ଟ

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ବିଗୁଲ ବାଜିଛି। ଅପେକ୍ଷାର ଅନ୍ତ ଘଟାଇ ଦେଶର ମୋଟ ୫୪୩ ଲୋକସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ଭାରତୀୟ ନିର୍ବାଚନ କମିଶନ। ଦେଶର ୫୪୩ ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ‌ ହେବ । ସମସ୍ତ ଫଳାଫଳ ଜୁନ‌ ୪ରେ‌ ଘୋଷଣା ହେବ ।

ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରୁ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭, ୪ର୍ଥ ପର୍ଯ୍ୟାୟ ଭୋଟ ମେ’ ୧୩, ୫ମ ପର୍ଯ୍ୟାୟ ଭୋଟ ୨୦, ୬ଷ୍ଠ ପର୍ଯ୍ୟାୟ ଭୋଟ ମେ’ ୨୫ ଓ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ।

ଏଥିସହ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ସମାନ୍ତରଳ ଭାବେ ଅନୁଷ୍ଠିତ ହେବ। ସେହିପରି ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ଓଡ଼ିଶାର ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ୪ ପର୍ଯ୍ୟାୟରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଅନୁଷ୍ଠିତ ହେବ । ଫଳାଫଳ ଜୁନ‌ ୪ରେ ପ୍ରକାଶ ପାଇବ ।

ଅନ୍ୟପଟେ ଆଗାମୀ ଲୋକସଭା ନିର୍ବାଚନରେ ୯୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଇଛି। ପ୍ରାୟ ୧୦.୫ ଲକ୍ଷ ମତଦାନ ସ୍ଥାପନ କରାଯିବ ଓ ନିର୍ବାଚନ ପରିଚାଳନା ପାଇଁ ୧.୫ କୋଟି କର୍ମୀଙ୍କୁ ନିୟୋଜିତ କରାଯିବ । ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ମେସିନ୍ ବ୍ୟବହାର କରାଯିବ। ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୭ କୋଟିକୁ ବୃଦ୍ଧି ପାଇଛି। ୨୦୨୪ ନିର୍ବାଚନରେ ପ୍ରାୟ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ମତଦାନ କରିବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରେ ଭୋଟ ଦେବା ବ୍ୟବସ୍ଥା କରାଯିବ । ନିର୍ବାଚନରେ ବାହୁବଳ, ଅର୍ଥବଳର ବ୍ୟବହାର ଓ ବିଭ୍ରାନ୍ତିକର ସୂଚନା ପ୍ରସାରରୁ ନିବୃତ୍ତ ରହିବାକୁ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଛନ୍ତି କମିଶନ । ଏହାଛଡ଼ା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର