‘ଗଗନାୟନ’ ମିଶନର ପ୍ରଥମ ପରୀକ୍ଷଣ ସଫଳ, ‘କ୍ର୍ୟୁ ମଡ୍ୟୁଲ’ର ହେଲା ସଫଳ ଲଞ୍ଚିଂ

The Sakala Picture
Published On

ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍‌କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ନେଇ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ […]

ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍‌କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ନେଇ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଆଜି ସକାଳ ୮ଟା ୪୫ରେ ଗଗନଯାନ ମିଶନର ଉତ୍‌କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ତେବେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି। ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ସମୁଦ୍ର ମଧ୍ୟରେ ଖସିଲା ମାନବବିହୀନ ଏହି କ୍ରୁ ମଡ୍ୟୁଲ। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା ରଖିଛି ଇସ୍ରୋ । ଆଜିର ମିଶନ ସଫଳ ହୋଇଥିବାରୁ ଗଗନାୟନ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର