ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନରେ ଥଲାପତି ବିଜୟ; ଶପଥ ଗ୍ରହଣ ପରେ ପୂରଣ କଲେ ୩ ବଡ଼ ପ୍ରତିଶ୍ରୁତି

Suryakanta Picture
Published On

ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ (ସି. ଜୋସେଫ୍ ବିଜୟ) ତାମିଲନାଡୁର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ମାତ୍ରେ ହିଁ ସେ ନିଜର ଆକ୍ସନ ମୋଡ୍ ଦେଖାଇଛନ୍ତି। ଶପଥ ଗ୍ରହଣ କରିବାର କିଛି ସମୟ ପରେ, ସାଧାରଣ ଜନତାଙ୍କୁ ଦେଇଥିବା ୩ଟି ବଡ଼ ପ୍ରତିଶ୍ରୁତି ପୂରଣ କରି ସେ ନିଜର ପ୍ରଥମ ସରକାରୀ ଫାଇଲ୍‌ଗୁଡ଼ିକରେ ଦସ୍ତଖତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ

୩ଟି ବଡ଼ ପ୍ରତିଶ୍ରୁତି

୧. ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟଙ୍କ ପ୍ରଥମ ନିଷ୍ପତ୍ତି ଥିଲା ରାଜ୍ୟବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇଦେବା। ନୂଆ ନିୟମ ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ଅପହରଣ ଗୁଜବ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

୨. ମହିଳା ସୁରକ୍ଷା ପାଇଁ 'ସିଙ୍ଗାପେନ୍' ଟାସ୍କଫୋର୍ସ: ମହିଳାଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିଜୟ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ 'ସିଙ୍ଗାପେନ୍' ଗଠନ କରିଛନ୍ତି। ଏହା ସହିତ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ପେଶାୱାରରେ ଅଭାବନୀୟ ଘଟଣା: ସ୍କୁଲ ଛାତ ଖସି ୨୮ ଛାତ୍ରଛାତ୍ରୀଙ୍କ ସମେତ ୨୯ ମୃତ

୩. ନିଶା ନିବାରଣ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ: ରାଜ୍ୟକୁ ନିଶାମୁକ୍ତ କରିବା ଏବଂ ଡ୍ରଗ୍ସ କାରବାର ଉପରେ ରୋକ୍ ଲଗାଇବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ନେଇ ସେ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଯୁଗର ଆରମ୍ଭ

ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ତାମିଲଗା ଭେଟ୍ରି କାଜଗମ୍ (ଟିଭିକେ) ର ମୁଖ୍ୟ ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ। ଶପଥ ଗ୍ରହଣ ପରେ ଉଦବୋଧନ ଦେଇ ସେ କହିଥିଲେ ଯେ ସେ କୌଣସି ରାଜପରିବାରରୁ ଆସିନାହାଁନ୍ତି ବରଂ ଭୋକ ଏବଂ ଗରିବି କଣ ତାହା ସେ ବୁଝିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଲୋକଙ୍କୁ ଠକିବେ ନାହିଁ ଏବଂ ତାମିଲନାଡୁରେ ପ୍ରକୃତ ଧର୍ମନିରପେକ୍ଷତା ତଥା ସାମାଜିକ ନ୍ୟାୟର ଏକ ନୂଆ ଶାସନ ଆରମ୍ଭ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର