ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ରଙ୍କ ନିଷ୍ଠୁର କାଣ୍ଡ, ୮ ବର୍ଷ ଧରି ଆଦିବାସୀ ଦିବ୍ୟାଙ୍ଗଙ୍କୁ ବନ୍ଧକ ରଖି ଦେଉଥିଲେ ନିର୍ଯାତନା

The Sakala Picture
Published On

ରାଞ୍ଚି: ରାଞ୍ଚିରେ ୨୯ ବର୍ଷ ବୟସ୍କ ଆଦିବାସୀ ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ନିର୍ଯାତନା ଘଟଣା ସାମ୍ନାକୁ ଆସିଛି। ସ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମହେଶ୍ୱର ପାତ୍ରଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ରାଙ୍କ ଘରେ ୮ ବର୍ଷ କାଳ ବନ୍ଦୀ ଜୀବନ ଯାପନ ବିତାଉଥିଲେ। ପୀଡିତାଙ୍କ ନାମ ସୁନୀତା। ତାଙ୍କୁ ଠିକ ଭାବେ ମଧ୍ଯ ଖାଇବାକୁ ଦିଆଯାଉ ନ ଥିଲା। ତାଙ୍କୁ ରଡରେ ମାଡ ମାରିବା ସହ ଗରମ ଚେଙ୍କ ମଧ୍ୟ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କୁ […]

ରାଞ୍ଚି: ରାଞ୍ଚିରେ ୨୯ ବର୍ଷ ବୟସ୍କ ଆଦିବାସୀ ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ନିର୍ଯାତନା ଘଟଣା ସାମ୍ନାକୁ ଆସିଛି। ସ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମହେଶ୍ୱର ପାତ୍ରଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ରାଙ୍କ ଘରେ ୮ ବର୍ଷ କାଳ ବନ୍ଦୀ ଜୀବନ ଯାପନ ବିତାଉଥିଲେ। ପୀଡିତାଙ୍କ ନାମ ସୁନୀତା। ତାଙ୍କୁ ଠିକ ଭାବେ ମଧ୍ଯ ଖାଇବାକୁ ଦିଆଯାଉ ନ ଥିଲା। ତାଙ୍କୁ ରଡରେ ମାଡ ମାରିବା ସହ ଗରମ ଚେଙ୍କ ମଧ୍ୟ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କୁ ବନ୍ଦୀରୁ ମୁକ୍ତ କରାଯାଇଛି।  ରାଞ୍ଚି RIMSରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ପୀଡିତା ସୁନୀତା ପୁଲିସକୁ କହିଥିଲେ ଯେ, ମାଲିକ ଏତେ ନିଷ୍ଠିର ଥିଲେ ଯେ ତଙ୍କୁ ରଡରେ ମାଡ ମାରି ତାଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ। ମୁଁ ଚାଲି ମଧ୍ଯ ପାରୁ ନ ଥିଲି। ଯେତେବେଳେ ବି କୋଠରୀରୁ ପରିସ୍ରା ବାହାରକୁ ଯାଏ। ବିଜେପି ନେତା ସୀମା ପାତ୍ର ତାଙ୍କୁ ଜିଭରେ ଚଟାଣ ସଫା କରିବାକୁ କହୁଥିଲେ। ସୁନୀତା ଆହୁରି ମଧ୍ଯ କହିଥିଲେ ଯେ ସେ ବର୍ଷ ବର୍ଷ ଧରି ସୂର୍ଯ୍ୟ କିରଣ ଦେଖି ନ ଥିଲେ। ଏହି ଖବର ଆସିବା ପରେ ସୀମାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଘରକୁ ଯିବାକୁ କହିଲେ ମାଡ ମାରୁଥିଲେ
ପାତ୍ର ଦମ୍ପତି ରାଞ୍ଚିର ଭିଭିଆଇପି ଅଶୋକ ନାଗରରେ ରୁହନ୍ତି। ପୀଡିତା ସୁନୀତା କହିଛନ୍ତି ଯେ, ସେ ଗୁମ୍ଲାର ବାସିନ୍ଦା। ସୀମା ପାତ୍ରାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେ ୧୦ ବର୍ଷ ତଳେ ପାତ୍ର ପରିବାର ପାଇଁ କାମ କରିବା ଆରମ୍ଭ କରିଥିଲେ। ପାତ୍ର ଦମ୍ପତିଙ୍କ ଝିଅ ବସ୍ତଲା ନିଜର କାମ ପାଇଁ ଦିଲ୍ଲୀ ଯିବାରୁ ସୁନୀତା ତାଙ୍କୁ ସହଯୋଗ କରିବାକୁ ସେଠାକୁ ଯାଇଥିଲେ। ତେବେ ପ୍ରାୟ ୪ ବର୍ଷ ପରେ ବସ୍ତଲା ଓ ସୁନୀତା ରାଞ୍ଚିକୁ ଫେରି ଆସିଥିଲେ। ସେବେଠାରୁ ସେ ପାତ୍ର ଦମ୍ପତିଙ୍କ ଘରେ କାମ କରୁଥିଲେ। ଆରମ୍ଭରୁ ତାଙ୍କୁ ହଇରାଣ କରାଯାଉଥିଲା। ସେ ଚାକିରି ଛାଡିବାକୁ ଚାହୁଁଥିଲେ ।  କିନ୍ତୁ ୮ ବର୍ଷ ପର୍ଯ୍ୟନ୍ତ ଘରେ ବନ୍ଧକ ରଖିଥିଲେ। ଯେତେବେଳେ ସେ ଘରକୁ ଯିବାକୁ କହୁଥିଲେ। ତାଙ୍କୁ ବହୁତ ମାଡ ଦିଆଯାଇଥିଲା। ଯେତେବେଳେ ସେ ଅସୁସ୍ଥ ଥିଲେ।  ତାଙ୍କର ଚିକିତ୍ସା ମଧ୍ୟ ହୋଇ ନ ଥିଲା ବୋଲି ସୁନୀତା କହିଛନ୍ତି।

ପାତ୍ର ଦମ୍ପତିଙ୍କ ବନ୍ଦୀତ୍ୱରୁ କିପରି ମୁକୁଳିଲେ
ଦିନେ ସୁନୀତା ମୋବାଇଲରେ ସରକାରୀ କର୍ମଚାରୀ ବିବେକ ଆନନ୍ଦ ବାସ୍କେଙ୍କୁ ବାର୍ତ୍ତା ପଠାଇ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ସୂଚନା ଦେଇଥିଲେ। ସୂଚନା ମୁତାବକ, ଆରଗୋଡ଼ା ପୁଲିସ ଷ୍ଟେସନରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏହା ପରେ ରାଞ୍ଚି ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଟିମ୍ ସୁନୀତାଙ୍କୁ ଉଦ୍ଧାର କରିଥିଲେ।

ବିଜେପି ନେତା ସୀମା ‘ବେଟି ବାଚାଓ-ବେଟି ପାଦଓ’ ଅଭିଯାନର ରାଜ୍ୟ ସଂଯୋଜକ ଥିଲେ
ସୀମାଙ୍କ ସ୍ୱାମୀ ମହେଶ୍ୱର ପାତ୍ରା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସଚିବ ରହି ବିକାଶ କମିଶନର ଭାବେ ଅବସର ନେଇଛନ୍ତି। ସୀମା ମଧ୍ୟ ଜଣେ ବିଜେପି ନେତ୍ରୀ ଥିଲେ। ତାଙ୍କୁ ଦଳ ଦ୍ୱାରା ବେଟି ବାଚାଓ-ବେଟି ପାଢାଓ ଅଭିଯାନର ରାଜ୍ୟ ସଂଯୋଜକ  ଦାୟିତ୍ବ  ଦେଇଥିଲା।

SC-ST ବିଭାଗ ଅଧୀନରେ ମାମଲା ପଞ୍ଜିକୃତ
ରାଞ୍ଚିର ଆରଗୋଡ଼ା ପୁଲିସ ଷ୍ଟେସନରେ ଏସସି-ଏସଟିର ବିଭିନ୍ନ ବିଭାଗରେ ସୀମା ପାତ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହା ସହିତ ଆଇପିସି ଧାରା ଅନୁଯାୟୀ ଏକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି। ତଦନ୍ତ ଅଧିକାରୀ ଭାବେ ହାଟିଆ ଡିଏସପି ରାଜ ମିତ୍ରାଙ୍କୁ ନିଯୁକ୍ତ କରାଯାଇଛି। ପୀଡିତା ମେଡିକାଲରେ ଫିଟ୍ ହେବା ପାଇଁ ପୁଲିସ ଅପେକ୍ଷା କରିଛି।  ଯାହା ଦ୍ବାରା ବୟାନ  ରେକର୍ଡ ହୋଇପାରିବ। ସୁନୀତାଙ୍କ ସୁରକ୍ଷା ପାଇଁ ଦୁଇଜଣ ମହିଳା ପୁଲିସ ମଧ୍ୟ ନିୟୋଜିତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର