ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଏବେ ଜର୍ମାନୀରେ ପିଜା ‘ଡେଲିଭରୀ ବୟ’

The Sakala Picture
Published On

ବର୍ଲିନ: ତାଲିବାନ ସଂଗଠନ ଆଫଗାନିସ୍ତାନ କ୍ଷମତା ଦଖଲ କରିବା ପରେ ସେଠାରେ ରାଜନୈତିକ ଏବ ସାମାଜିକ ସ୍ତରରେ ଅସ୍ଥିରତା ଲାଗି ରହିଛି। ତାଲିବାନ କବଳରୁ ମୁକ୍ତି ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ବୁଦ୍ଧୀଜୀବୀ ଦେଶ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି। ରାଷ୍ଟ୍ରପତି ଘନିଙ୍କ ସମେତ ବହୁ ରାଜନେତା ଏବେ ଅନ୍ୟ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ରାଷ୍ଟ୍ରପତି ଆଶରଫ୍‌ ଘନି ବର୍ତ୍ତମାନ ୟୁଏଇରେ ଆଶ୍ରୟ ନେଇଥିବାବେଳେ ଆଫଗାନ ମନ୍ତ୍ରିମଣ୍ଡଳର ଆଉ […]

ବର୍ଲିନ: ତାଲିବାନ ସଂଗଠନ ଆଫଗାନିସ୍ତାନ କ୍ଷମତା ଦଖଲ କରିବା ପରେ ସେଠାରେ ରାଜନୈତିକ ଏବ ସାମାଜିକ ସ୍ତରରେ ଅସ୍ଥିରତା ଲାଗି ରହିଛି। ତାଲିବାନ କବଳରୁ ମୁକ୍ତି ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ବୁଦ୍ଧୀଜୀବୀ ଦେଶ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି। ରାଷ୍ଟ୍ରପତି ଘନିଙ୍କ ସମେତ ବହୁ ରାଜନେତା ଏବେ ଅନ୍ୟ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ରାଷ୍ଟ୍ରପତି ଆଶରଫ୍‌ ଘନି ବର୍ତ୍ତମାନ ୟୁଏଇରେ ଆଶ୍ରୟ ନେଇଥିବାବେଳେ ଆଫଗାନ ମନ୍ତ୍ରିମଣ୍ଡଳର ଆଉ ଜଣେ ପୂର୍ବତନ ସଦସ୍ୟ ଏବେ ଜର୍ମାନୀରେ ଆଶ୍ରୟ ନେଇଛନ୍ତି। ସେ ହେଉଛନ୍ତି ସୟଦ ଅହମ୍ମଦ ଶାହା। କିନ୍ତୁ ସବୁଠାରୁ ଚର୍ଚ୍ଚିତ ବିଷୟ ହେଲା ସୟଦ ଅହମ୍ମଦ ଏବେ ଜର୍ମାନୀରେ ପିଜା ଡେଲିଭରୀ ବୟ ଭାବେ କାର୍ଯ୍ଯ କରୁଛନ୍ତି। ଆଫଗାନିସ୍ତାନର ଆଇଟି ବିଭାଗ ମନ୍ତ୍ରୀ ରହିଥିବା ସୟଦ ଏକଦା ସୁଟ୍-ବୁଟରେ କଡା ସୁରକ୍ଷାବଳୟ ଭିତରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ସେ ସାଇକେଲରେ ଜର୍ମାନୀରେ ପିଜା ଡେଲିଭରୀ କରିବାକୁ ବାଧ୍ୟ ହୋଇଛନ୍ତି। ସେ ଏକ ପିଜା କମ୍ପାନୀର ୟୁନିଫର୍ମ ପିନ୍ଧି ଜର୍ମାନୀର ଲିପଜିଗ ସହରରେ ସାଇକେଲରେ ପିଜା ବିକ୍ରି କରୁଥିବା ଦୃଶ୍ୟ ଏବେ ଭାଇରାଲ ହୋଇଛି। ସେ ଆଇଟି ମନ୍ତ୍ରୀ ଥିବାବେଳେ ଆଫଗାନିସ୍ତାନରେ ମୋବାଇଲ୍ ଫୋନ୍ ନେଟୱର୍କକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ହେଲେ ଗତବର୍ଷ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲା ବେଳେ କିଛି ଦିନ ନିଜ ଦେଶରେ ବିତାଇଥିଲେ। କିନ୍ତୁ ଦେଶର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ପରେ ସେ ଜର୍ମାନୀ ଚାଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

26 Aug 2021 By The Sakala

https://www.thesakala.in/national-international/former-afghan-minister-works-as-pizza-delivery-guy-in-germany/article-4910
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର