ହମ୍ସଫର ଏକ୍ସପ୍ରେସ୍ରେ ଲାଗିଗଲା ନିଆଁ, ହୁ ହୁ ହୋଇ ଜଳିଗଲା ବଗି
ଅହମଦାବାଦ : ଗୁଜରାଟର ଭଲସାଡରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍ସଫର ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି […]
ଅହମଦାବାଦ : ଗୁଜରାଟର ଭଲସାଡରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍ସଫର ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି ବାହାରକୁ ଚାଲି ଆସିଥିଲେ।
ଜେନେରେଟର କମ୍ପାର୍ଟମେଣ୍ଟରୁ ନିଆଁ ଯାତ୍ରୀ କୋଚକୁ ଲାଗିଯାଇଥିଲା। ଏହାପରେ ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନରୁ ଅଲଗା କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନି ହେବାର ଖବର ନାହିଁ। ରେଳବାଇ ପୁଲିସ୍, କର୍ମଚାରୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ ଆୟତ୍ତ କରିଛନ୍ତି। ଜେନେରେଟର ରୁମ୍ରେ ନିଆଁ କିପରି ଲାଗିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଟ୍ରେନ୍ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ନିଜ ନିଜ ଜିନିଷପତ୍ର ଧରି ଟ୍ରେନ୍ରୁ ଓହ୍ଲାଉଥିବା ଦେଖିବାକୁ ମିଳିଥିଲା।





