ସରକାରଙ୍କ ନୀତିିକୁ ବିରୋଧ କରିବା କିମ୍ବା ଆପତ୍ତି ଉଠାଇବାକୁ ଦେଶଦ୍ରୋହ କୁହାଯିବ ନାହିଁ : ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ସରକାରଙ୍କ ନୀତିିକୁ ଯଦି କୌଣସି ବ୍ୟକ୍ତି ବିରୋଧ କରେ କିମ୍ବା ସରକାରଙ୍କ ବିଚାରଧାରା ଉପରେ ଆପତ୍ତି ଉଠାଏ ତେବେ ତାହାକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସୂଚନାଅନୁସାରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ମନ୍ତବ୍ୟ ରଖିଥିଲେ। ୨୦୨୦ରେ ଏକ ଦୂରଦର୍ଶନ ସାକ୍ଷାତ୍‌କାରରେ ଅବଦୁଲ୍ଲା କହିଥିଲେ ଯେ, ତାଙ୍କର ଇଚ୍ଛା ଚୀନ୍‌ ସମର୍ଥନ […]

ନୂଆଦିଲ୍ଲୀ : ସରକାରଙ୍କ ନୀତିିକୁ ଯଦି କୌଣସି ବ୍ୟକ୍ତି ବିରୋଧ କରେ କିମ୍ବା ସରକାରଙ୍କ ବିଚାରଧାରା ଉପରେ ଆପତ୍ତି ଉଠାଏ ତେବେ ତାହାକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସୂଚନାଅନୁସାରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ମନ୍ତବ୍ୟ ରଖିଥିଲେ। ୨୦୨୦ରେ ଏକ ଦୂରଦର୍ଶନ ସାକ୍ଷାତ୍‌କାରରେ ଅବଦୁଲ୍ଲା କହିଥିଲେ ଯେ, ତାଙ୍କର ଇଚ୍ଛା ଚୀନ୍‌ ସମର୍ଥନ ବଳରେ ସମ୍ବିଧାନର ଧାରା ୩୭୦ ପୁନର୍ବାର ଲାଗୁ କରାଯାଇ ପାରିବ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଏହି ବୟାନକୁ ବିରୋଧ କରି ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରି କହିଥିଲେ ଯେ, ଧାରା ୩୭୦ ହଟାଇବା ଉପରେ ଫାରୁକ୍ ଅବଦୁଲ୍ଲା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଚୀନ୍ ଏବଂ ପାକିସ୍ତାନରୁ ସାହାଯ୍ୟ ନେଉଛନ୍ତି। ତେଣୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ୍।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

ବିଚାରପତି ସଞ୍ଜୟ କିଷନ୍‌ କୌଲ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ପିଟିସନର ଣୁଣାଣି କରିବା ସହ ପିଟିସନ୍‌କୁ ଖାରଜ କରି ଖଣ୍ଡପୀଠ କହିଥିଲେ ଯେ , ସରକାରଙ୍କ ମତ ବିରୋଧରେ ଦିଆଯାଉଥିବା ଭିନ୍ନ ମତକୁ ବିଦ୍ରୋହ କିମ୍ବା ଦେଶଦ୍ରୋହ  କୁହାଯାଇ ପାରିବ ନାହିଁ।

ଏଥି ସହିତ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି କୋର୍ଟର ସମୟ ନଷ୍ଟ କରିଥିବାରୁ ରଜତ ଶର୍ମାଙ୍କ ଉପରେ ୫୦, ୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ନୀତିକୁ ବିରୋଧ କରିବା ଏବଂ ଆପତ୍ତି ଉଠାଇବା ଦେଶଦ୍ରୋହ ନୁହେଁ। ଚୀନ୍ ଏବଂ ପାକିସ୍ତାନରୁ ଫାରୁକ୍ ଅବଦୁଲ୍ଲା କିପରି ସାହାଯ୍ୟ ନେଉଛନ୍ତି ତାହା ଆବେଦନକାରୀମାନେ ପ୍ରମାଣ କରିପାରିନଥିଲେ।

03 Mar 2021 By The Sakala

ସରକାରଙ୍କ ନୀତିିକୁ ବିରୋଧ କରିବା କିମ୍ବା ଆପତ୍ତି ଉଠାଇବାକୁ ଦେଶଦ୍ରୋହ କୁହାଯିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସରକାରଙ୍କ ନୀତିିକୁ ଯଦି କୌଣସି ବ୍ୟକ୍ତି ବିରୋଧ କରେ କିମ୍ବା ସରକାରଙ୍କ ବିଚାରଧାରା ଉପରେ ଆପତ୍ତି ଉଠାଏ ତେବେ ତାହାକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସୂଚନାଅନୁସାରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ମନ୍ତବ୍ୟ ରଖିଥିଲେ। ୨୦୨୦ରେ ଏକ ଦୂରଦର୍ଶନ ସାକ୍ଷାତ୍‌କାରରେ ଅବଦୁଲ୍ଲା କହିଥିଲେ ଯେ, ତାଙ୍କର ଇଚ୍ଛା ଚୀନ୍‌ ସମର୍ଥନ ବଳରେ ସମ୍ବିଧାନର ଧାରା ୩୭୦ ପୁନର୍ବାର ଲାଗୁ କରାଯାଇ ପାରିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଏହି ବୟାନକୁ ବିରୋଧ କରି ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରି କହିଥିଲେ ଯେ, ଧାରା ୩୭୦ ହଟାଇବା ଉପରେ ଫାରୁକ୍ ଅବଦୁଲ୍ଲା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଚୀନ୍ ଏବଂ ପାକିସ୍ତାନରୁ ସାହାଯ୍ୟ ନେଉଛନ୍ତି। ତେଣୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ୍।

ବିଚାରପତି ସଞ୍ଜୟ କିଷନ୍‌ କୌଲ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ପିଟିସନର ଣୁଣାଣି କରିବା ସହ ପିଟିସନ୍‌କୁ ଖାରଜ କରି ଖଣ୍ଡପୀଠ କହିଥିଲେ ଯେ , ସରକାରଙ୍କ ମତ ବିରୋଧରେ ଦିଆଯାଉଥିବା ଭିନ୍ନ ମତକୁ ବିଦ୍ରୋହ କିମ୍ବା ଦେଶଦ୍ରୋହ  କୁହାଯାଇ ପାରିବ ନାହିଁ।

ଏଥି ସହିତ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି କୋର୍ଟର ସମୟ ନଷ୍ଟ କରିଥିବାରୁ ରଜତ ଶର୍ମାଙ୍କ ଉପରେ ୫୦, ୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ନୀତିକୁ ବିରୋଧ କରିବା ଏବଂ ଆପତ୍ତି ଉଠାଇବା ଦେଶଦ୍ରୋହ ନୁହେଁ। ଚୀନ୍ ଏବଂ ପାକିସ୍ତାନରୁ ଫାରୁକ୍ ଅବଦୁଲ୍ଲା କିପରି ସାହାଯ୍ୟ ନେଉଛନ୍ତି ତାହା ଆବେଦନକାରୀମାନେ ପ୍ରମାଣ କରିପାରିନଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର