ଋଷ ବିରୋଧରେ ୟୁରୋପିୟ ସ୍ପେସ୍‌ ଏଜେନ୍ସିର ପ୍ରତିବନ୍ଧକ: ୮୪୩୩ କୋଟି ଟଙ୍କାର ମିଶନରୁ କଲା ବିଦା

The Sakala Picture
Published On

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ଜୋରଦାର ଆକ୍ରମଣ କରୁଛି। ଚତୁର୍ଥ ସପ୍ତାହରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ୨୨ ଦିନର ଘମାଘୋଟ ଯୁଦ୍ଧ ପରେ ଆହୁରି ଭୟଙ୍କର ରୂପ ନେଉଛି ସଂଘର୍ଷ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିଶ୍ୱର ଅନେକ ଦେଶ ନିନ୍ଦା କରିବା ସହ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ୟୁରୋପୀୟ ସ୍ପେସ […]

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ଜୋରଦାର ଆକ୍ରମଣ କରୁଛି। ଚତୁର୍ଥ ସପ୍ତାହରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ୨୨ ଦିନର ଘମାଘୋଟ ଯୁଦ୍ଧ ପରେ ଆହୁରି ଭୟଙ୍କର ରୂପ ନେଉଛି ସଂଘର୍ଷ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିଶ୍ୱର ଅନେକ ଦେଶ ନିନ୍ଦା କରିବା ସହ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ) ମଙ୍ଗଳ ମିଶନରୁ ଋଷ ସ୍ପେସ ଏଜେନ୍ସିକୁ ବାହାର କରିଦେଇଛି । ଏବେ ଏହି ମିଶନରେ ଋଷର କୌଣସି ବୈଜ୍ଞାନିକ ଓ ଇଂଜିନିୟରମାନଙ୍କର ସହାୟତା ନିଆଯିବ ନାହିଁ ବୋଲି ୟୁରୋପୀୟ ସ୍ପେସ ଏଜେନ୍ସି ସ୍ପଷ୍ଟ କରିଦେଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏଥିରେ ୟୁରୋପୀୟ ଦେଶ ସହିତ ରୁଷ ମଧ୍ୟ ସାମିଲ ଥିଲା। ଇଏସଏ ଓ ରୁଷ ସ୍ପେସ୍‌ ଏଜେନ୍ସି ଏକ୍ସୋମାର୍ସ (ExoMars) ମିଶନ୍‌କୁ ସେପ୍ଟେମ୍ବରରେ ଲଞ୍ଚ କରିବାର ଥିଲା। ESA ମହାନିର୍ଦ୍ଦେଶକ ଜୋସେଫ ଏସବାସ୍କର କହିଛନ୍ତି ଯେ, ExoMars ହେଉଛି ଏକ ରୋଭର, ଯାହାକୁ ମଙ୍ଗଳ ଗ୍ରହକୁ ପଠାଯିବ, ଏବଂ ରୋଭରଟି ସେଠାକାର ଐତିହାସିକ ତଥା ପ୍ରାଚୀନ ପରିବେଶର ଅନୁସନ୍ଧାନ କରାଯାଇପାରିବ ଯାହା ଦ୍ୱାରା ଜୀବନର ଉତ୍ପତ୍ତିର ପ୍ରମାଣ ଗୁଡ଼ିକୁ ଖୋଜା ଯାଇପାରିବ । ଭବିଷ୍ୟତରେ ଜନବସତୀର ସମ୍ଭାବନା ଉପରେ ମଧ୍ୟ ଅଧ୍ୟୟନ କରାଯାଇପାରିବ । ଜୋସେଫ କହିଛନ୍ତି ଯେ ବର୍ତ୍ତମାନ ଏହି ମିଶନକୁ ଲଞ୍ଚ କରିବାକୁ ସମୟ ଲାଗିବ । କାରଣ ବର୍ତ୍ତମାନ ସ୍ଥିତି କିଛି ଠିକ୍ ନାହିଁ । ୟୁରୋପୀୟ ଦେଶମାନେ ରୁଷକୁ ଏହି ମିଶନରୁ ବହିଷ୍କାର କରିଛନ୍ତି । ବର୍ତ୍ତମାନ ଏହି ରୋଭରର ଶୁଭାରମ୍ଭ ବିଷୟରେ ପୁନର୍ବାର ଯୋଜନା କରାଯିବ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ୟୁରୋପୀୟ ସ୍ପେସ ଏଜେନ୍ସି ଋଷ ସ୍ପେସ ଏଜେନ୍ସିକୁ ଏହି ମିଶନରୁ ବାହାର କରିଦେବା ପରେ ରୋବରକୁ କିଭଳି ଲଂଚ କରାଯିବ ତାହା ଉପରେ ଅଧ୍ୟୟନ ଜାରି ରଖିଛି । ଏନେଇ ଏବେ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାଶା ସହ ଆଲୋଚନା ଜାରି ରହିଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର