ନିର୍ବାଚନୀ ବଣ୍ଡ ପ୍ରସଙ୍ଗ : ଆଜି ସୁପ୍ରିମ୍‌କୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ରଖିବ ଏସ୍‌ବିଆଇ

The Sakala Picture
Published On

ନୂଆଦିଲ୍ଲୀ : ଆଜି ସୁପ୍ରିମ୍‌କୋର୍ଟରେ ନିର୍ବାଚନୀ ବଣ୍ଡ ତଥ୍ୟ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ ରଖିବ ଏସ୍‌ବିଆଇ। ଗତକାଲି ଏହି ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ କଡ଼ାବାଣୀ ଶୁଣାଇଥିଲେ। ମଙ୍ଗଳବାର ସରକାରୀ କାର୍ଯ୍ୟନିର୍ଘଣ୍ଟ ଶେଷ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଏହି ତଥ୍ୟ ଦେବା ଲାଗି ଏସବିଆଇ ସୁପ୍ରିମକୋର୍ଟରେ ଏକ ଆବେଦନ ଜରିଆରେ ଅଧିକ ସମୟ ଲୋଡିଥିଲା। ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ […]

ନୂଆଦିଲ୍ଲୀ : ଆଜି ସୁପ୍ରିମ୍‌କୋର୍ଟରେ ନିର୍ବାଚନୀ ବଣ୍ଡ ତଥ୍ୟ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ ରଖିବ ଏସ୍‌ବିଆଇ। ଗତକାଲି ଏହି ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ କଡ଼ାବାଣୀ ଶୁଣାଇଥିଲେ। ମଙ୍ଗଳବାର ସରକାରୀ କାର୍ଯ୍ୟନିର୍ଘଣ୍ଟ ଶେଷ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଏହି ତଥ୍ୟ ଦେବା ଲାଗି ଏସବିଆଇ ସୁପ୍ରିମକୋର୍ଟରେ ଏକ ଆବେଦନ ଜରିଆରେ ଅଧିକ ସମୟ ଲୋଡିଥିଲା। ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଏସବିଆଇ ଆବେଦନ କରିଥିଲା ବେଳେ ଏହି ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଥିଲା। ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲା ବେେଳ ଏସବିଆଇ ଉପରେ ବର୍ଷିଥିଲେ।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ପ୍ରାୟ ୨୬ ଦିନ ତଳେ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ କୁହାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅଧିକ ସମୟ ପାଇଁ ବ୍ୟାଙ୍କର ଆବେଦନକୁ ଖଣ୍ଡପୀଠ ଖାରଜ କରିଦେବା ସହିତ ଆସନ୍ତାକାଲି ସୁଦ୍ଧା ଏହାକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ସେହିଭଳି ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନୀ ବଣ୍ଡଜନିତ ତଥ୍ୟ ଉପଲବ୍ଧ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଶୁଣାଣି ବେଳେ ଏସବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଯୁକ୍ତି କରି କହିଥିଲେ ଯେ, ତଥ୍ୟ ଦେବାକୁ ଆମକୁ ଅଧିକ ସମୟ ଦରକାର। ନିର୍ବାଚନୀ ବଣ୍ଡ ତଥ୍ୟ ଗୁପ୍ତ ରଖିବାକୁ କୁହାଯାଇଥିଲା। ତେଣୁ ଏ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ। କିନ୍ତୁ ଏହା ଶୁଣିବା ପରେ ପ୍ରଧାନବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ ଯେ, ସମସ୍ତ ତଥ୍ୟ ସିଲ୍ କରି ମୁମ୍ବାଇସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି ବୋଲି ପୂର୍ବରୁ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।ମୁମ୍ବାଇରେ ଯଦି ସବୁ ବିବରଣୀ ଅଛି ତେବେ ତଥ୍ୟ ଦେବାରେ ଅସୁବିଧା କଣ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ଗତ ଫେବୃଆରୀ ୧୫ ତାରିଖରେ ମାମଲାର ଶୁଣାଣି ବେଳେ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହାକୁ ଆଜି ଯାଏଁ କାହିଁକି ପାଳନ କରାଯାଇ ନାହିଁ ବୋଲି ସେ କହିଥିଲେ। ଏହାର ଉତ୍ତରରେ ହରିଶ ସାଲଭେ ଯୁକ୍ତି ଦର୍ଶାଇଥିଲେ ଯେ ନିର୍ବାଚନ ବଣ୍ଡ କ୍ରୟ ତାରିଖ ଏବଂ କ୍ରେତାଙ୍କ ନାମ ଏକାଠି ଉପଲବ୍ଧ ନାହିଁ, ସେଗୁଡିକୁ କୋଡିଂ ବ୍ୟବସ୍ଥାରେ ସମନ୍ବିତ କରାଯାଇଛି। ଏହାକୁ ଡିକୋଡ୍ କରିବାକୁ ସମୟ ଲାଗିବ। କିନ୍ତୁ ଯେକୌଣସି ମତେ ମଙ୍ଗଳବାର ଏହି ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ତାଗିଦ୍ କରିଥିଲେ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

12 Mar 2024 By The Sakala

ନିର୍ବାଚନୀ ବଣ୍ଡ ପ୍ରସଙ୍ଗ : ଆଜି ସୁପ୍ରିମ୍‌କୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ରଖିବ ଏସ୍‌ବିଆଇ

ନୂଆଦିଲ୍ଲୀ : ଆଜି ସୁପ୍ରିମ୍‌କୋର୍ଟରେ ନିର୍ବାଚନୀ ବଣ୍ଡ ତଥ୍ୟ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ ରଖିବ ଏସ୍‌ବିଆଇ। ଗତକାଲି ଏହି ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ କଡ଼ାବାଣୀ ଶୁଣାଇଥିଲେ। ମଙ୍ଗଳବାର ସରକାରୀ କାର୍ଯ୍ୟନିର୍ଘଣ୍ଟ ଶେଷ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଏହି ତଥ୍ୟ ଦେବା ଲାଗି ଏସବିଆଇ ସୁପ୍ରିମକୋର୍ଟରେ ଏକ ଆବେଦନ ଜରିଆରେ ଅଧିକ ସମୟ ଲୋଡିଥିଲା। ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଏସବିଆଇ ଆବେଦନ କରିଥିଲା ବେଳେ ଏହି ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଥିଲା। ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲା ବେେଳ ଏସବିଆଇ ଉପରେ ବର୍ଷିଥିଲେ।

ପ୍ରାୟ ୨୬ ଦିନ ତଳେ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ କୁହାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅଧିକ ସମୟ ପାଇଁ ବ୍ୟାଙ୍କର ଆବେଦନକୁ ଖଣ୍ଡପୀଠ ଖାରଜ କରିଦେବା ସହିତ ଆସନ୍ତାକାଲି ସୁଦ୍ଧା ଏହାକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନୀ ବଣ୍ଡଜନିତ ତଥ୍ୟ ଉପଲବ୍ଧ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଶୁଣାଣି ବେଳେ ଏସବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଯୁକ୍ତି କରି କହିଥିଲେ ଯେ, ତଥ୍ୟ ଦେବାକୁ ଆମକୁ ଅଧିକ ସମୟ ଦରକାର। ନିର୍ବାଚନୀ ବଣ୍ଡ ତଥ୍ୟ ଗୁପ୍ତ ରଖିବାକୁ କୁହାଯାଇଥିଲା। ତେଣୁ ଏ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ। କିନ୍ତୁ ଏହା ଶୁଣିବା ପରେ ପ୍ରଧାନବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ ଯେ, ସମସ୍ତ ତଥ୍ୟ ସିଲ୍ କରି ମୁମ୍ବାଇସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି ବୋଲି ପୂର୍ବରୁ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।ମୁମ୍ବାଇରେ ଯଦି ସବୁ ବିବରଣୀ ଅଛି ତେବେ ତଥ୍ୟ ଦେବାରେ ଅସୁବିଧା କଣ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ଗତ ଫେବୃଆରୀ ୧୫ ତାରିଖରେ ମାମଲାର ଶୁଣାଣି ବେଳେ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହାକୁ ଆଜି ଯାଏଁ କାହିଁକି ପାଳନ କରାଯାଇ ନାହିଁ ବୋଲି ସେ କହିଥିଲେ। ଏହାର ଉତ୍ତରରେ ହରିଶ ସାଲଭେ ଯୁକ୍ତି ଦର୍ଶାଇଥିଲେ ଯେ ନିର୍ବାଚନ ବଣ୍ଡ କ୍ରୟ ତାରିଖ ଏବଂ କ୍ରେତାଙ୍କ ନାମ ଏକାଠି ଉପଲବ୍ଧ ନାହିଁ, ସେଗୁଡିକୁ କୋଡିଂ ବ୍ୟବସ୍ଥାରେ ସମନ୍ବିତ କରାଯାଇଛି। ଏହାକୁ ଡିକୋଡ୍ କରିବାକୁ ସମୟ ଲାଗିବ। କିନ୍ତୁ ଯେକୌଣସି ମତେ ମଙ୍ଗଳବାର ଏହି ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ତାଗିଦ୍ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର