ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଲୋକସଭାରେ ପାରିତ ହେଲା ‘ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍-୨୦୨୩’

The Sakala Picture
Published On

ନୂଆଦିଲ୍ଲୀ: ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଆଜି ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି । ଏହି ନିୟମ ଅନୁଯାୟୀ, ଗ୍ରାହକଙ୍କ ତଥ୍ୟର ଅପବ୍ୟବହାର କଲେ କିମ୍ବା ଡାଟାର ସୁରକ୍ଷା ନକରି ପାରିଲେ ସଂସ୍ଥାଙ୍କୁ ବଡ଼ ଆକାରରେ ଫାଇନ୍‌ ଲଗାଯିବ। ତେବେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା ସଂକ୍ରାନ୍ତ ତଥ୍ୟର ଅପବ୍ୟବହାର ହେଲେ ୨୫୦ କୋଟି ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି ବିଲ୍‌ରେ। ଏହି ସହ ବ୍ୟକ୍ତିବିଶେଷଙ୍କ ଡିଜିଟାଲ ତଥ୍ୟର ସୁରକ୍ଷାର ବିଫଳତା କ୍ଷେତ୍ରରେ […]

ନୂଆଦିଲ୍ଲୀ: ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଆଜି ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି । ଏହି ନିୟମ ଅନୁଯାୟୀ, ଗ୍ରାହକଙ୍କ ତଥ୍ୟର ଅପବ୍ୟବହାର କଲେ କିମ୍ବା ଡାଟାର ସୁରକ୍ଷା ନକରି ପାରିଲେ ସଂସ୍ଥାଙ୍କୁ ବଡ଼ ଆକାରରେ ଫାଇନ୍‌ ଲଗାଯିବ। ତେବେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା ସଂକ୍ରାନ୍ତ ତଥ୍ୟର ଅପବ୍ୟବହାର ହେଲେ ୨୫୦ କୋଟି ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି ବିଲ୍‌ରେ। ଏହି ସହ ବ୍ୟକ୍ତିବିଶେଷଙ୍କ ଡିଜିଟାଲ ତଥ୍ୟର ସୁରକ୍ଷାର ବିଫଳତା କ୍ଷେତ୍ରରେ ବି ଲାଗୁ ହେବ ଜୋରିମାନା । ବିଲ୍ର ବ୍ୟବସ୍ଥା ଅନୁସାରେ ବ୍ୟକ୍ତିବିଶେଷଙ୍କ ଅଧିକାରର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ବୋଲି କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗତ ଅଗଷ୍ଟ ୩ ତାରିଖରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ବିଲ୍ ଆଗତ ହୋଇଥିଲା । ଉଭୟ ଅନଲାଇନ ଓ ଡିଜିଟାଇଜଡ ଅଫଲାଇନ ଡାଟାର ସୁରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ଭାରତ ଓ ଭାରତ ବାହାରେ ବି ଏହି ନିୟମ ଲାଗୁ ହେବ । ବ୍ୟକ୍ତିଗତ ତଥ୍ୟ ଆଇନଗତ କାର୍ଯ୍ୟରେ ବ୍ୟବହୃତ ହେଉଥିବାବେଳେ ଅନେକ ସମୟରେ ବେଆଇନ କାର୍ଯ୍ୟକଳାପରେ ଏହା ବ୍ୟବହୃତ ହୋଇଆସୁଛି । ଏହି ବିଲ୍ ଯୋଗୁ ବ୍ୟକ୍ତିଗତ ତଥ୍ୟର ନିର୍ଭୁଲତା, ତଥ୍ୟ ନିରାପତ୍ତା ଆଦି ସମ୍ଭବ ହେବ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର