ଦିଲ୍ଲୀରେ ଘନ କୁହୁଡ଼ିର ଚାଦର; ‘ଗମ୍ଭୀର’ ଶ୍ରେଣୀରେ ବାୟୁ ଗୁଣବତ୍ତା, ବିମାନ ଓ ରେଳ ସେବା ବ୍ୟାହତ

Madhusudan Das Picture
Published On

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୬ ଆଗମନ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ପାଗର ମିଜାଜ ବିଗିଡିବାରେ ଲାଗିଛି। ବୁଧବାର ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା, ଯାହା ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବା ସହ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଘାଜିଆବାଦର ଇନ୍ଦିରାପୁରମ୍, ନୋଏଡାର ବୋଟାନିକାଲ୍ ଗାର୍ଡେନ୍ ଏବଂ ଦିଲ୍ଲୀର ଅକ୍ଷରଧାମ ଭଳି ଅଞ୍ଚଳ କୁହୁଡ଼ିର ମୋଟା ଚାଦର ତଳେ ଢାଙ୍କି ହୋଇ ରହିଥିଲା।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

କେବଳ କୁହୁଡ଼ି ନୁହେଁ, ବାୟୁ ପ୍ରଦୂଷଣ ମଧ୍ୟ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୭ଟାରେ ଦିଲ୍ଲୀର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୮୪ ରେକର୍ଡ କରାଯାଇଛି, ଯାହା ‘ଅତି ଖରାପ’ ବର୍ଗରେ ଆସେ। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିସ୍ଥିତି ଆହୁରି ସାଂଘାତିକ ରହିଛି । ଅନ୍ୟପକ୍ଷରେ, ଦ୍ୱାରକା ସେକ୍ଟର-୮ରେ AQI ୪୧୪ ରହିଥିବାବେଳେ ଆଇଜିଆଇ ବିମାନବନ୍ଦର (୩୩୪) ଏବଂ ନଜଫଗଡ଼ (୩୩୧)ରେ ମଧ୍ୟ ପ୍ରଦୂଷଣ ମାତ୍ରା ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଘନ କୁହୁଡ଼ି ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ‘CAT III’ ନିୟମାବଳୀ ଅଧୀନରେ ବିମାନ ଚଳାଚଳ କରୁଛି, ଯାହା କମ୍ ଦୃଶ୍ୟମାନ କ୍ଷମତାରେ ମଧ୍ୟ ଲ୍ୟାଣ୍ଡିଂ ପାଇଁ ସହାୟକ ହୋଇଥାଏ। ଯାତ୍ରୀମାନଙ୍କୁ ବିମାନର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସେହିପରି ରେଳ ସେବା ଉପରେ ମଧ୍ୟ କୁହୁଡ଼ିର ପ୍ରଭାବ ପଡ଼ିଛି। ଦୃଶ୍ୟମାନ କ୍ଷମତା କମ୍ ଥିବାରୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି, ଯାହା ଫଳରେ ଯାତ୍ରୀମାନେ ଷ୍ଟେସନରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର