କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା : ଗିରଫଦାରିକୁ ଯଥାର୍ଥ ବୋଲି କହିଲେ ହାଇକୋର୍ଟ, ଖାରଜ କଲେ ଆବେଦନ
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ନିଜର ଗିରଫଦାରିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ତାଙ୍କ ଗିରଫ ବେଆଇନ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଇଡିର ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜରିୱାଲ କରିଥିବା ଆବେଦନକୁ ନେଇ କୋର୍ଟ କହିଛନ୍ତି ଏହି ମାମଲାରେ କେଜରିୱାଲଙ୍କ ଗିରଫଦାରି ଯଥାର୍ଥ । ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରେ ଶୁଣାଣି କରି […]
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ନିଜର ଗିରଫଦାରିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ତାଙ୍କ ଗିରଫ ବେଆଇନ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଇଡିର ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜରିୱାଲ କରିଥିବା ଆବେଦନକୁ ନେଇ କୋର୍ଟ କହିଛନ୍ତି ଏହି ମାମଲାରେ କେଜରିୱାଲଙ୍କ ଗିରଫଦାରି ଯଥାର୍ଥ ।
ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରେ ଶୁଣାଣି କରି କହିଛନ୍ତି ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ଏଣୁ ଗିରଫଦାରି ବେଆଇନ ନୁହେଁ। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେନ୍ଦ୍ର ସରକାର ଓ କେଜ୍ରିୱାଲଙ୍କ ଭିତରେ ମାମଲା ନୁହେଁ । ବରଂ ଏହା ଇଡି ଏବଂ କେଜ୍ରିୱାଲଙ୍କ ଭିତରେ ମାମଲା । ମନି ଲଣ୍ଡ୍ରିଂ ମାମଲାରେ ଏଜେନ୍ସି ତାକୁ ଗିରଫ କରିଛି । ତେଣୁ କାହାକୁ ବି ଏ ମାମଲାରେ ବିଶେଷାଧିକାର ଦିଆଯିବ ନାହିଁ ।
ଅନ୍ୟପଟେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିପାରେ।
ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କ ରାୟ ଶୁଣାଇବେ
ଅନ୍ୟପକ୍ଷରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ରାୟ ପ୍ରଦାନ କରିବେ । ଯେଉଁଥିରେ ସେ ତାଙ୍କ ଓକିଲଙ୍କୁ ଭେଟିବା ପାଇଁ ଅତିରିକ୍ତ ସମୟ ମାଗିଥିଲେ। କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ଭେଟିବାକୁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ସପ୍ତାହରେ ଦୁଇ ଦିନ ତାଙ୍କ ଓକିଲଙ୍କୁ ଭେଟି ପାରୁଛନ୍ତି।
ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା
ମାର୍ଚ୍ଚ ୨୧ରେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ କୋର୍ଟ କେଜ୍ରିୱାଲଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଏବଂ ପୁନର୍ବାର ୧ ଏପ୍ରିଲ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଥିଲେ। ଏହାପରେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କେଜ୍ରିୱାଲ ଗତ ୯ ଦିନ ହେଲାଣି ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।