ଋଣଗ୍ରସ୍ତ ପରିବାରକୁ ସାହାହେଲା ଭାଗ୍ୟ: ଘର ବିକ୍ରିବେଳେ ଜିତିଲେ ୧ କୋଟିର ଲଟେରି

The Sakala Picture
Published On

କସରଗଡ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନିଜ ଘର ବିକିବାର ୨ ଘଣ୍ଟା ପୂର୍ବରୁ ଏକ ଋଣଗ୍ରସ୍ତ ପରିବାର ୧ କୋଟି ଟଙ୍କାର ଲଟେରି ଜିତିଛନ୍ତି। ମଞ୍ଜେଶ୍ବର ପଭୁର ବାସିନ୍ଦା ମହମ୍ମଦ ବାଭା ଏହି ଖବର ଶୁଣିବା ପରେ ସହଜରେ ବିଶ୍ବାସ କରିପାରି ନଥିଲେ। ବାଭା କହିଛନ୍ତି ଯେ ସେ ତାଙ୍କ ଘର ବିକିବାକୁ ଚାହୁଁ ନ ଥିଲେ। କିନ୍ତୁ ଋଣଭାର ଯୋଗୁଁ ଏପରି ନିଷ୍ପତ୍ତି ନେଇଥିଲେ। ବିକ୍ରି ପାଇଁ ଟୋକନ ଟଙ୍କା ଗ୍ରହଣ ପୂର୍ବରୁ […]

କସରଗଡ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନିଜ ଘର ବିକିବାର ୨ ଘଣ୍ଟା ପୂର୍ବରୁ ଏକ ଋଣଗ୍ରସ୍ତ ପରିବାର ୧ କୋଟି ଟଙ୍କାର ଲଟେରି ଜିତିଛନ୍ତି। ମଞ୍ଜେଶ୍ବର ପଭୁର ବାସିନ୍ଦା ମହମ୍ମଦ ବାଭା ଏହି ଖବର ଶୁଣିବା ପରେ ସହଜରେ ବିଶ୍ବାସ କରିପାରି ନଥିଲେ। ବାଭା କହିଛନ୍ତି ଯେ ସେ ତାଙ୍କ ଘର ବିକିବାକୁ ଚାହୁଁ ନ ଥିଲେ। କିନ୍ତୁ ଋଣଭାର ଯୋଗୁଁ ଏପରି ନିଷ୍ପତ୍ତି ନେଇଥିଲେ। ବିକ୍ରି ପାଇଁ ଟୋକନ ଟଙ୍କା ଗ୍ରହଣ ପୂର୍ବରୁ ସେ ଲଟେରି ଜିତିଥିବା ଶୁଣିବାକୁ ପାଇଥିଲେ। ବାଭାଙ୍କ ଋଣ ଭାରରେ ବୁଡି ରହିଥିଲେ। ସେଥିପାଇଁ ସେ ଏବଂ ତାଙ୍କ ପତ୍ନୀ ଅମିନା (୪୫) ୮ ମାସ ତଳେ ମଞ୍ଜେଶ୍ବରରେ ତିଆରି କରିଥିବା ୨ ହଜାର ସ୍କୋୟାର ଫୁଟ ଘରକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ଏକ ପାର୍ଟି ଘର କିଣିବା ପାଇଁ ଆଡଭାନ୍ସ ଟଙ୍କା ଦେବାକୁ ଆସିବାର ଥିଲା। ବାଭାଙ୍କର ୪୫ ଲକ୍ଷ ଟଙ୍କାର ଋଣ ଥିଲା। ସେ ନିଜ ଘରକୁ ୪୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଥିଲେ। ତେବେ ବ୍ରୋକର ଏବଂ ଘର କିଣିବା ଲୋକ ସହ ୪୦ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିଲା। ଦମ୍ପତି ଏହି ଘର ବିକି ନିଜ ୨ ଝିଅଙ୍କ ସହ ଭଡ଼ା ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଅମିନା କହିଛନ୍ତି ଯେ ଘର ତିଆରି ପାଇଁ ବ୍ୟାଙ୍କରୁ ୧୦ ଲକ୍ଷ୍ ଏବଂ ସମ୍ପର୍କୀୟଙ୍କ ଠାରୁ ୨୦ ଲକ୍ଷ ଟଙ୍କା କରଜ ଆଣିଥିଲେ। ଏହି ଅର୍ଥରେ ସେ ଦୁଇ ଝିଅଙ୍କ ବାହାଘର କରାଇଥିଲେ। ସେମାନଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏହି ଋଣ ଟଙ୍କାକୁ ନେଇ ଦମ୍ପତି ସବୁବେଳେ ଚାପରେ ରହୁଥିଲେ। ରବିବାର ଅମିନା ଘର ବିକ୍ରି କରିବାକୁ ଅପେକ୍ଷା କରିଥିବାବେଳେ ବାଭା ବଜାରକୁ ଯାଇ କେରଳ ସରକାରଙ୍କ ଲଟରି ଟିକେଟ୍‌ (ଫିଫ୍ଟି ଫିଫ୍ଟି) କିଣିଥିଲେ। ସେ ଗତ ୪ ମାସ ହେଲା ସବୁବେଳେ ଲଟେରି ଟିକେଟ କିଣିବା ଜାରି ରଖିଥିଲେ। ସେହି ଦିନ ୩ଟା ସମୟରେ ଲଟେରି ଉଠିଥିଲା। ଏଥିରେ ବାଭା ଜ୍ୟାକପଟ ଜିତିଥିଲେ। ଟିକସ ଅର୍ଥ କଟିବା ପରେ ତାଙ୍କୁ ପ୍ରାୟ ୬୩ ଲକ୍ଷ ଟଙ୍କା ମିଳିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ନିର୍ମାଣାଧୀନ ମନ୍ଦିର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

27 Jul 2022 By The Sakala

ଋଣଗ୍ରସ୍ତ ପରିବାରକୁ ସାହାହେଲା ଭାଗ୍ୟ: ଘର ବିକ୍ରିବେଳେ ଜିତିଲେ ୧ କୋଟିର ଲଟେରି

କସରଗଡ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନିଜ ଘର ବିକିବାର ୨ ଘଣ୍ଟା ପୂର୍ବରୁ ଏକ ଋଣଗ୍ରସ୍ତ ପରିବାର ୧ କୋଟି ଟଙ୍କାର ଲଟେରି ଜିତିଛନ୍ତି। ମଞ୍ଜେଶ୍ବର ପଭୁର ବାସିନ୍ଦା ମହମ୍ମଦ ବାଭା ଏହି ଖବର ଶୁଣିବା ପରେ ସହଜରେ ବିଶ୍ବାସ କରିପାରି ନଥିଲେ। ବାଭା କହିଛନ୍ତି ଯେ ସେ ତାଙ୍କ ଘର ବିକିବାକୁ ଚାହୁଁ ନ ଥିଲେ। କିନ୍ତୁ ଋଣଭାର ଯୋଗୁଁ ଏପରି ନିଷ୍ପତ୍ତି ନେଇଥିଲେ। ବିକ୍ରି ପାଇଁ ଟୋକନ ଟଙ୍କା ଗ୍ରହଣ ପୂର୍ବରୁ ସେ ଲଟେରି ଜିତିଥିବା ଶୁଣିବାକୁ ପାଇଥିଲେ। ବାଭାଙ୍କ ଋଣ ଭାରରେ ବୁଡି ରହିଥିଲେ। ସେଥିପାଇଁ ସେ ଏବଂ ତାଙ୍କ ପତ୍ନୀ ଅମିନା (୪୫) ୮ ମାସ ତଳେ ମଞ୍ଜେଶ୍ବରରେ ତିଆରି କରିଥିବା ୨ ହଜାର ସ୍କୋୟାର ଫୁଟ ଘରକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ଏକ ପାର୍ଟି ଘର କିଣିବା ପାଇଁ ଆଡଭାନ୍ସ ଟଙ୍କା ଦେବାକୁ ଆସିବାର ଥିଲା। ବାଭାଙ୍କର ୪୫ ଲକ୍ଷ ଟଙ୍କାର ଋଣ ଥିଲା। ସେ ନିଜ ଘରକୁ ୪୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଥିଲେ। ତେବେ ବ୍ରୋକର ଏବଂ ଘର କିଣିବା ଲୋକ ସହ ୪୦ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିଲା। ଦମ୍ପତି ଏହି ଘର ବିକି ନିଜ ୨ ଝିଅଙ୍କ ସହ ଭଡ଼ା ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଅମିନା କହିଛନ୍ତି ଯେ ଘର ତିଆରି ପାଇଁ ବ୍ୟାଙ୍କରୁ ୧୦ ଲକ୍ଷ୍ ଏବଂ ସମ୍ପର୍କୀୟଙ୍କ ଠାରୁ ୨୦ ଲକ୍ଷ ଟଙ୍କା କରଜ ଆଣିଥିଲେ। ଏହି ଅର୍ଥରେ ସେ ଦୁଇ ଝିଅଙ୍କ ବାହାଘର କରାଇଥିଲେ। ସେମାନଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏହି ଋଣ ଟଙ୍କାକୁ ନେଇ ଦମ୍ପତି ସବୁବେଳେ ଚାପରେ ରହୁଥିଲେ। ରବିବାର ଅମିନା ଘର ବିକ୍ରି କରିବାକୁ ଅପେକ୍ଷା କରିଥିବାବେଳେ ବାଭା ବଜାରକୁ ଯାଇ କେରଳ ସରକାରଙ୍କ ଲଟରି ଟିକେଟ୍‌ (ଫିଫ୍ଟି ଫିଫ୍ଟି) କିଣିଥିଲେ। ସେ ଗତ ୪ ମାସ ହେଲା ସବୁବେଳେ ଲଟେରି ଟିକେଟ କିଣିବା ଜାରି ରଖିଥିଲେ। ସେହି ଦିନ ୩ଟା ସମୟରେ ଲଟେରି ଉଠିଥିଲା। ଏଥିରେ ବାଭା ଜ୍ୟାକପଟ ଜିତିଥିଲେ। ଟିକସ ଅର୍ଥ କଟିବା ପରେ ତାଙ୍କୁ ପ୍ରାୟ ୬୩ ଲକ୍ଷ ଟଙ୍କା ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର