କରୋନା ଲଢ଼େଇରେ ସାମିଲ ହେଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)। ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍ ଅମ୍ଳଜାନ ଦରକାର ପଡ଼ିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଏହି ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ ( 2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ  2-DG […]

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)। ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍ ଅମ୍ଳଜାନ ଦରକାର ପଡ଼ିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଏହି ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ ( 2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ  2-DG ଥେରାପି ଭାବେ ଦିଆଯାଇ ପାରିବ । ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ବୋଲି ଡିଆରଡିଓ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

ଡିଆରଡିଓର ଲାବ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଡକ୍ଟର ରେଡ୍ଡୀ ଲାବ୍ରୋଟୋରୀ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।  2-DGର କ୍ଲିନିକାଲ୍ ପରୀକ୍ଷଣ ବେଳେ ରୋଗୀ ଶୀଘ୍ର ସୁସ୍ଥ ହେଉଥିବା ଏବଂ ଅକ୍ସିଜେନ ଉପରେ ନିର୍ଭରତା କମିଥିବା ଜଣାପଡ଼ିଛି । ପାଉଡର ପ୍ୟାକେଟରେ ଆସୁଥିବା  2-DG ଔଷଧକୁ ପାଣିରେ ମିଶାଇ ପିଇବାକୁ ପଡ଼ିଥାଏ । ଏହା ଭୂତାଣୁ ଦ୍ୱାରା ସଂକ୍ରମିତ କୋଷ ସହ ଲଢ଼ି ଶକ୍ତି କରିଥାଏ ବୋଲି ଡିଆରଡିଓ ସୂଚନା ଦେଇଛି ।

08 May 2021 By The Sakala

କରୋନା ଲଢ଼େଇରେ ସାମିଲ ହେଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)। ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍ ଅମ୍ଳଜାନ ଦରକାର ପଡ଼ିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଏହି ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ ( 2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ  2-DG ଥେରାପି ଭାବେ ଦିଆଯାଇ ପାରିବ । ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ବୋଲି ଡିଆରଡିଓ ସୂଚନା ଦେଇଛି ।

ଡିଆରଡିଓର ଲାବ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଡକ୍ଟର ରେଡ୍ଡୀ ଲାବ୍ରୋଟୋରୀ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।  2-DGର କ୍ଲିନିକାଲ୍ ପରୀକ୍ଷଣ ବେଳେ ରୋଗୀ ଶୀଘ୍ର ସୁସ୍ଥ ହେଉଥିବା ଏବଂ ଅକ୍ସିଜେନ ଉପରେ ନିର୍ଭରତା କମିଥିବା ଜଣାପଡ଼ିଛି । ପାଉଡର ପ୍ୟାକେଟରେ ଆସୁଥିବା  2-DG ଔଷଧକୁ ପାଣିରେ ମିଶାଇ ପିଇବାକୁ ପଡ଼ିଥାଏ । ଏହା ଭୂତାଣୁ ଦ୍ୱାରା ସଂକ୍ରମିତ କୋଷ ସହ ଲଢ଼ି ଶକ୍ତି କରିଥାଏ ବୋଲି ଡିଆରଡିଓ ସୂଚନା ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର