ଖୋଲା ବଜାରରେ ବିକ୍ରି ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା, ଜାଣନ୍ତୁ କେତେ ରହିବ ଦାମ…

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ […]

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ ) କୋଭାକ୍ସିନ୍‌ ଓ କୋଭିଶିଲ୍ଡ ପାଇଁ ସର୍ତ୍ତମୂଳକ ବଜାରରେ ଉପଲବ୍ଧର ମଞ୍ଜୁରୀ ଦେଇ ସାରିଛି । କିନ୍ତୁ ଭାକ୍ସିନ୍‌ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଫଲୋ କରିବାକୁ ହେବ। ହେଲେ ଏବେ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି କି ବଜାରରେ ଏହାର କଣ ଦାମ୍‌ ହେବ ?

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।

27 Jan 2022 By The Sakala

ଖୋଲା ବଜାରରେ ବିକ୍ରି ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା, ଜାଣନ୍ତୁ କେତେ ରହିବ ଦାମ…

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ ।

ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ ) କୋଭାକ୍ସିନ୍‌ ଓ କୋଭିଶିଲ୍ଡ ପାଇଁ ସର୍ତ୍ତମୂଳକ ବଜାରରେ ଉପଲବ୍ଧର ମଞ୍ଜୁରୀ ଦେଇ ସାରିଛି । କିନ୍ତୁ ଭାକ୍ସିନ୍‌ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଫଲୋ କରିବାକୁ ହେବ। ହେଲେ ଏବେ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି କି ବଜାରରେ ଏହାର କଣ ଦାମ୍‌ ହେବ ?

ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର