ପିଏନ୍‌ବି ସର୍ଭରରେ ସାଇବର ଆକ୍ରମଣ; ୧୮ କୋଟି ଗ୍ରାହକଙ୍କ ଡାଟା ଲିକ୍‌

The Sakala Picture
Published On

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (ପିଏନବି) ସର୍ଭରରେ ହୋଇଛି ସାଇବର ଆକ୍ରମଣ। ଏଥିରେ ହ୍ୟାକରମାନେ ବ୍ୟାଙ୍କର ବୈଷୟିକ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପ୍ରାୟ ୧୮ କୋଟି ଗ୍ରାହକଙ୍କ ତଥ୍ୟ ଚୋରି କରି ନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏଥିରେ ହ୍ୟାକରମାନେ ଦୀର୍ଘ ୭ ମାସ ଧରି ଗ୍ରାହକଙ୍କ ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ସୂଚନା ନେଉଥିଲେ। ସାଇବର ଏକ୍ସ ୯ କହିଛି ଯେ, ସାଇବର ଆକ୍ରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସୁରକ୍ଷା ତ୍ରୁଟିଠାରୁ […]

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (ପିଏନବି) ସର୍ଭରରେ ହୋଇଛି ସାଇବର ଆକ୍ରମଣ। ଏଥିରେ ହ୍ୟାକରମାନେ ବ୍ୟାଙ୍କର ବୈଷୟିକ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପ୍ରାୟ ୧୮ କୋଟି ଗ୍ରାହକଙ୍କ ତଥ୍ୟ ଚୋରି କରି ନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏଥିରେ ହ୍ୟାକରମାନେ ଦୀର୍ଘ ୭ ମାସ ଧରି ଗ୍ରାହକଙ୍କ ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ସୂଚନା ନେଉଥିଲେ। ସାଇବର ଏକ୍ସ ୯ କହିଛି ଯେ, ସାଇବର ଆକ୍ରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସୁରକ୍ଷା ତ୍ରୁଟିଠାରୁ ଆରମ୍ଭ କରି ପ୍ରଶାସନିକ ନିୟନ୍ତ୍ରଣ ସହିତ ଏହାର ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ଯ୍ୟନ୍ତ ରହିଛି। ପିଏନ୍‌ବି ସର୍ଭରରେ ହୋଇଥିବା ସାଇବର ଆକ୍ରମଣ ଯୋଗୁ ଗ୍ରାହକଙ୍କ ଡାଟା ଲିକ୍‌ ହେବା କଥାକୁ ପିଏନ୍‌ବି ପକ୍ଷରୁ ଅଗ୍ରାହ୍ୟ କରାଯାଇଛି। ଏହି କାରଣରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ଭରକୁ ବନ୍ଦ କରିଦିଆଯାଇଥିବା ବ୍ୟାଙ୍କ କହିଛି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଏ ସମ୍ପର୍କରେ ସାଇବର ଏକ୍ସ ୯ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ପାଠକ୍‌ କହିଛନ୍ତି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗତ ୭ ମାସ ମଧ୍ୟରେ ୧୮୦ ନିୟୁତ ଅଧିକ ଗ୍ରାହକଙ୍କ ପାଣ୍ଠିର ସୁରକ୍ଷା, ବ୍ୟକ୍ତିଗତ ତଥା ଆର୍ଥିକ ତଥ୍ୟର ସୁରକ୍ଷାକୁ ନେଇ ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଯେତେବେଳେ ସାଇବର ଏକ୍ସ ୯ ଏହାକୁ ଚିହ୍ନଟ କଲା ସେତେବେଳେ ସିଇଆର୍‌ଟି-ଇନ୍‌ ଏବଂ ଏନ୍‌ସିଆଇଆଇପିସି ମାଧ୍ୟମରେ ବ୍ୟାଙ୍କକୁ ଜଣାଇଲା। ତେବେ କହିଛି ଯେ, ସର୍ଭରରେ କୌଣସି ସମ୍ବେଦନଶୀଳ କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ ଯେଉଁଥିରେ ଉଲ୍ଲଂଘନ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

22 Nov 2021 By The Sakala

ପିଏନ୍‌ବି ସର୍ଭରରେ ସାଇବର ଆକ୍ରମଣ; ୧୮ କୋଟି ଗ୍ରାହକଙ୍କ ଡାଟା ଲିକ୍‌

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (ପିଏନବି) ସର୍ଭରରେ ହୋଇଛି ସାଇବର ଆକ୍ରମଣ। ଏଥିରେ ହ୍ୟାକରମାନେ ବ୍ୟାଙ୍କର ବୈଷୟିକ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପ୍ରାୟ ୧୮ କୋଟି ଗ୍ରାହକଙ୍କ ତଥ୍ୟ ଚୋରି କରି ନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏଥିରେ ହ୍ୟାକରମାନେ ଦୀର୍ଘ ୭ ମାସ ଧରି ଗ୍ରାହକଙ୍କ ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ସୂଚନା ନେଉଥିଲେ। ସାଇବର ଏକ୍ସ ୯ କହିଛି ଯେ, ସାଇବର ଆକ୍ରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସୁରକ୍ଷା ତ୍ରୁଟିଠାରୁ ଆରମ୍ଭ କରି ପ୍ରଶାସନିକ ନିୟନ୍ତ୍ରଣ ସହିତ ଏହାର ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ଯ୍ୟନ୍ତ ରହିଛି। ପିଏନ୍‌ବି ସର୍ଭରରେ ହୋଇଥିବା ସାଇବର ଆକ୍ରମଣ ଯୋଗୁ ଗ୍ରାହକଙ୍କ ଡାଟା ଲିକ୍‌ ହେବା କଥାକୁ ପିଏନ୍‌ବି ପକ୍ଷରୁ ଅଗ୍ରାହ୍ୟ କରାଯାଇଛି। ଏହି କାରଣରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ଭରକୁ ବନ୍ଦ କରିଦିଆଯାଇଥିବା ବ୍ୟାଙ୍କ କହିଛି।

ଏ ସମ୍ପର୍କରେ ସାଇବର ଏକ୍ସ ୯ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ପାଠକ୍‌ କହିଛନ୍ତି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗତ ୭ ମାସ ମଧ୍ୟରେ ୧୮୦ ନିୟୁତ ଅଧିକ ଗ୍ରାହକଙ୍କ ପାଣ୍ଠିର ସୁରକ୍ଷା, ବ୍ୟକ୍ତିଗତ ତଥା ଆର୍ଥିକ ତଥ୍ୟର ସୁରକ୍ଷାକୁ ନେଇ ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଯେତେବେଳେ ସାଇବର ଏକ୍ସ ୯ ଏହାକୁ ଚିହ୍ନଟ କଲା ସେତେବେଳେ ସିଇଆର୍‌ଟି-ଇନ୍‌ ଏବଂ ଏନ୍‌ସିଆଇଆଇପିସି ମାଧ୍ୟମରେ ବ୍ୟାଙ୍କକୁ ଜଣାଇଲା। ତେବେ କହିଛି ଯେ, ସର୍ଭରରେ କୌଣସି ସମ୍ବେଦନଶୀଳ କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ ଯେଉଁଥିରେ ଉଲ୍ଲଂଘନ ସାମ୍ନାକୁ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର