କରୋନା ଲେଉଟାଣୀ, କିଛି ଦିନର ବ୍ଯବଧାନ ପରେ ପୁଣି ୫୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ଯା
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଦୀର୍ଘ ଦିନ ବ୍ଯବଧାନା ପରେ ଆଜି ସଂକ୍ରମିତଙ୍କ ସଂଖ୍ଯା ୫୦ ହଜାର ପାର କରିଛି। ଏଥିସହ ୨୪ ଘଣ୍ଟାରେ ୫୩ ହଜାର ୪୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣ ଆକ୍ରାନ୍ତଙ୍କ ମୃତ୍ଯୁ ଘଟିଛି। ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୦ ହଜାର ୬୯୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧ କୋଟି […]
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଦୀର୍ଘ ଦିନ ବ୍ଯବଧାନା ପରେ ଆଜି ସଂକ୍ରମିତଙ୍କ ସଂଖ୍ଯା ୫୦ ହଜାର ପାର କରିଛି। ଏଥିସହ ୨୪ ଘଣ୍ଟାରେ ୫୩ ହଜାର ୪୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣ ଆକ୍ରାନ୍ତଙ୍କ ମୃତ୍ଯୁ ଘଟିଛି। ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୦ ହଜାର ୬୯୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ ରେ ପହଞ୍ଚିଛି। ସେହିପରି ମୋଟ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଲକ୍ଷ ୯୫ ହଜାର ୧୯୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।





